ସମବାୟ ନିର୍ବାଚନ ଉପରେ ନଜର, ବଢ଼ିଲା ସୋସାଇଟି ହାତପାଣ୍ଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମବାୟ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିବା କ୍ଷମତାସୀନ ବିଜେଡି ସରକାର ଏବେ ସମବାୟ ସୋସାଇଟି ଗୁଡ଼ିକର ହାତପାଣ୍ଠି ଖର୍ଚ୍ଚକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ପରିମାଣ ଅର୍ଥ ଖର୍ଚ୍ଚ କରିବା ପାଇଁ ଆଉ ଅତିରିକ୍ତ ସମବାୟ ରେଜିଷ୍ଟ୍ରାର କିମ୍ବା ଜିଲ୍ଲା ସମବାୟ ରେଜିଷ୍ଟ୍ରାରଙ୍କ ଅନୁମତି ପଡ଼ିବ ନାହିଁ। ସମବାୟ ସୋସାଇଟି ପରିଚାଳନା କମିଟି ଏହି ଅର୍ଥକୁ ବିଭିନ୍ନ କାର୍ଯ୍ୟ ପାଇଁ ଖର୍ଚ୍ଚ କରାଯାଇ ପାରିବ। ଆଗକୁ ସମବାୟ ନିର୍ବାଚନ […]

mla

mla

Manoranjan Sial
  • Published: Monday, 11 November 2019
  • Updated: 11 November 2019, 08:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମବାୟ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିବା କ୍ଷମତାସୀନ ବିଜେଡି ସରକାର ଏବେ ସମବାୟ ସୋସାଇଟି ଗୁଡ଼ିକର ହାତପାଣ୍ଠି ଖର୍ଚ୍ଚକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ପରିମାଣ ଅର୍ଥ ଖର୍ଚ୍ଚ କରିବା ପାଇଁ ଆଉ ଅତିରିକ୍ତ ସମବାୟ ରେଜିଷ୍ଟ୍ରାର କିମ୍ବା ଜିଲ୍ଲା ସମବାୟ ରେଜିଷ୍ଟ୍ରାରଙ୍କ ଅନୁମତି ପଡ଼ିବ ନାହିଁ। ସମବାୟ ସୋସାଇଟି ପରିଚାଳନା କମିଟି ଏହି ଅର୍ଥକୁ ବିଭିନ୍ନ କାର୍ଯ୍ୟ ପାଇଁ ଖର୍ଚ୍ଚ କରାଯାଇ ପାରିବ। ଆଗକୁ ସମବାୟ ନିର୍ବାଚନ ଥିବାରୁ ପରିଚାଳନା କମିଟିଗୁଡ଼ିକୁ ହାତରେ ରଖିବା ପାଇଁ ବିଜେଡି ସରକାର ଏଭଳି ହାତପାଣ୍ଠି ବୃଦ୍ଧି କରିଥିବା ଚର୍ଚ୍ଚା।

ରାଜ୍ୟ ସମବାୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସମସ୍ତ ସମବାୟ ବ୍ୟାଙ୍କ ଓ ପ୍ୟାକ୍ସଗୁଡ଼ିକୁ ଅବଗତ କରାଯାଇଛି। ରାଜ୍ୟ ସରକାର ଗତମାସ ୨୪ତାରିଖରେ ରାଜ୍ୟ ସମବାୟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ପ୍ରାଥମିକ କୃଷି ସମବାୟ ସୋସାଇଟି, ଲ୍ୟାମ୍ପସ୍ ଓ କୃଷି ସେବା ସମବାୟ ସୋସାଇଟିଗୁଡ଼ିକର ପରିଚାଳନା କମିଟିର ଆର୍ଥିକ କ୍ଷମତାକୁ ବୃଦ୍ଧି କରିଥିବା ନେଇ ସୂଚନା ଦେଇଥିଲେ। ସୋସାଇଟିଗୁଡ଼ିକ ନିଜ ପାଣ୍ଠିରୁ ୫୦ହଜାର ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କଲେ ସେଥିପାଇଁ ଅତିରିକ୍ତ ସମବାୟ ରେଜିଷ୍ଟ୍ରାର ଅବା ଜିଲ୍ଲା ସମବାୟ ରେଜିଷ୍ଟ୍ରାରଙ୍କ ଅନୁମତି ନେବାକୁ ପଡ଼ୁଥିଲା । ତେବେ ଏଣିକି ସେମାନେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ବିନା ଅନୁମତିରେ ଖର୍ଚ୍ଚ କରିପାରିବେ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଏବେ ସମବାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ କରୁଥିବାବେଳେ ସୋସାଇଟିଗୁଡ଼ିକ ଉପରେ ନିୟନ୍ତ୍ରଣ ଜାହିର ପାଇଁ ଶାସକ ବିଜେଡି ପକ୍ଷରୁ ଏଭଳି ରଣନୀତି ପ୍ରସ୍ତୁତ କରାଯାଇଥିବା ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos