କାଲି ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍‌, କଣ ରହିବ ରୂପରେଖ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବିଧାନସଭାରେ ଉପସ୍ଥାପନ ହେବ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌। ବଜେଟ୍‌ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ତେବେ ଏଥିରେ କ’ଣ ରହିବ ରୂପରେଖ? କାହାକୁ ପ୍ରାଥମିକତା ଦେବେ ଅର୍ଥମନ୍ତ୍ରୀ? ଏବେ ତାହା ଉପରେ ସମସ୍ତଙ୍କର ନଜର ରହିଛି। ତେବେ ବାତ୍ୟା ‘ଫୋନି’ ପରବର୍ତ୍ତୀ ଥଇଥାନ ଓ ପୁନରୁଦ୍ଧାର କାମ ଫୋକସ୍‌ରେ ରହିବା ଆଶା କରାଯାଉଛି। କାରଣ ବାତ୍ୟାରେ ହଜାର ହଜାର କଚ୍ଚା ଘର ମାଟିରେ ମିଶିଛି। ସ୍କୁଲ ବିଲଡିଂ ଗୁଡ଼ିକୁ […]

bujet

bujet

Manoranjan Sial
  • Published: Thursday, 27 June 2019
  • Updated: 27 June 2019, 09:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବିଧାନସଭାରେ ଉପସ୍ଥାପନ ହେବ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌। ବଜେଟ୍‌ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ତେବେ ଏଥିରେ କ’ଣ ରହିବ ରୂପରେଖ? କାହାକୁ ପ୍ରାଥମିକତା ଦେବେ ଅର୍ଥମନ୍ତ୍ରୀ? ଏବେ ତାହା ଉପରେ ସମସ୍ତଙ୍କର ନଜର ରହିଛି।

ତେବେ ବାତ୍ୟା ‘ଫୋନି’ ପରବର୍ତ୍ତୀ ଥଇଥାନ ଓ ପୁନରୁଦ୍ଧାର କାମ ଫୋକସ୍‌ରେ ରହିବା ଆଶା କରାଯାଉଛି। କାରଣ ବାତ୍ୟାରେ ହଜାର ହଜାର କଚ୍ଚା ଘର ମାଟିରେ ମିଶିଛି। ସ୍କୁଲ ବିଲଡିଂ ଗୁଡ଼ିକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ବାତ୍ୟା ପ୍ରଭାବିତ ଜିଲ୍ଲାରେ ବିଦ୍ୟୁତ୍ ଭିତ୍ତିଭୂମି ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ତେଣୁ ବଜେଟ୍‌ରେ ପଞ୍ଚାୟତିରାଜ, ସ୍କୁଲ ଗଣଶିକ୍ଷା ଓ ଶକ୍ତି ବିଭାଗ ଲାଗି ଅଧିକ ବ୍ୟୟବରାଦ ହୋଇପାରେ। ସେପଟେ ନିର୍ବାଚନୀ ବିଜୟରେ ପ୍ରମୁଖ ଅସ୍ତ୍ର ସାଜିଥିବା ‘କାଳିଆ’ ଓ ‘ମିଶନ ଶକ୍ତି’ ପାଇଁ ମଧ୍ୟ ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ‘କାଳିଆ’ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି କରାଯାଇଥିବାରୁ ଅତିରିକ୍ତ ୩ ହଜାର ୨ଶହ ୩୪ କୋଟି ଟଙ୍କା ଆବଶ୍ୟକ ହେବ।

ସେହିପରି ସରକାରୀ ସ୍ତରରେ ବ୍ୟବସାୟ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଲାଗି ୧ ହଜାର କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ଏଥିସହିତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇବା ପାଇଁ ମଧ୍ୟ ସରକାର ଅର୍ଥ ବ୍ୟବସ୍ଥା କରିବେ। ମନ୍ତ୍ରିପରିଷଦ ଅନୁମୋଦନ ଅନୁଯାୟୀ, ଏଥର ମୋଟ୍ ବ୍ୟୟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି ଛୁଇଁବା ସମ୍ଭାବନା ରହିଛି।

ସରକାରଙ୍କ ପାଇଁ ଆଶ୍ୱସ୍ତିକର ବିଷୟ ହେଉଛି, ଗତବର୍ଷ ତୁଳନାରେ ଏବେ ରାଜ୍ୟର ରାଜସ୍ୱ ଆଦାୟ ପରିମାଣ ୧୯ ପ୍ରତିଶତ ବଢ଼ିଛି। ତେବେ ରାଜ୍ୟରେ ମୋଟ ଋଣ ଭାର ୮୭ ହଜାର କୋଟି ଟପିଥିବା ବେଳେ ୨୦୨୦ ମାର୍ଚ୍ଚ ସୁଦ୍ଧା ଏହା ୧ ଲକ୍ଷ ୩ ହଜାର କୋଟି ଡେଇଁବ ବୋଲି ଆକଳନ କରାଯାଉଛି। ଏହା ଆଗାମୀ ଦିନରେ ଆର୍ଥିକ ପରିଚାଳନା କ୍ଷେତ୍ରରେ ସରକାରଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି କରିପାରେ ବୋଲି କୁହାଯାଉଛି।

ପୂର୍ବରୁ କେନ୍ଦ୍ର ବଜେଟ୍ ପରେ ରାଜ୍ୟ ସରକାର ବଜେଟ୍ ଆଣୁଥିଲେ। ଫଳରେ କେତେ କେନ୍ଦ୍ରୀୟ ଅନୁଦାନ ମିଳିବ ତାର ରୂପରେଖ ମିଳିପାରୁଥିଲା। ତେବେ ଏଥର ରାଜ୍ୟ ବଜେଟ୍ ଆଗ ଆସୁଥିବାରୁ କେନ୍ଦ୍ରୀୟ ଯୋଜନା ଓ ଅନ୍ୟାନ୍ୟ କ୍ଷେତ୍ରରେ ରାଜ୍ୟକୁ କେଉଁ ସ୍କିମ୍‌ରେ କେତେ ଅନୁଦାନ ମିଳିବ, ତାହା ସ୍ପଷ୍ଟ ହୋଇ ନ ଥିବାରୁ ସରକାରଙ୍କୁ ଅଡୁଆ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story