‘ଆରମ୍ଭ ହେଲା ୧୪ ଦିନିଆ ମାସ୍କ ଅଭିଯାନ, ନପିନ୍ଧିଲେ ୨ଗୁଣା ଜରିମାନା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠାରୁ ୧୪ ଦିନିଆ ମାସ୍କ ଅଭିଯାନ। ଯେଉଁମାନେ ମାସ୍କ ନପିନ୍ଧିବେ ସେମାନେ ଦୁଇଗଣା ଜୋରିମାନା ଦେବେ। କରୋନାର ଦ୍ୱିତୀୟ ଲହରକୁ ନେଇ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କଥା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମାନବ ଇତିହାସରେ କରୋନା ମହାମାରୀ ଭଳି ସଙ୍କଟ କେବେବି ଆସିନଥିଲା। ସମସ୍ତଙ୍କ ସହଯୋରୁ ଆମେ ଅନେକ ଜୀବନକୁ ରକ୍ଷା କରିପାରିଛୁ। ଆମ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ବହୁତ […]

CM-Naveen-Patnaik

CM-Naveen-Patnaik

Ranjit Kumar Jena
  • Published: Friday, 09 April 2021
  • Updated: 09 April 2021, 06:45 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠାରୁ ୧୪ ଦିନିଆ ମାସ୍କ ଅଭିଯାନ। ଯେଉଁମାନେ ମାସ୍କ ନପିନ୍ଧିବେ ସେମାନେ ଦୁଇଗଣା ଜୋରିମାନା ଦେବେ। କରୋନାର ଦ୍ୱିତୀୟ ଲହରକୁ ନେଇ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କଥା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମାନବ ଇତିହାସରେ କରୋନା ମହାମାରୀ ଭଳି ସଙ୍କଟ କେବେବି ଆସିନଥିଲା। ସମସ୍ତଙ୍କ ସହଯୋରୁ ଆମେ ଅନେକ ଜୀବନକୁ ରକ୍ଷା କରିପାରିଛୁ। ଆମ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ୍ ଥିଲା। କରୋନାର ପ୍ରଥମ ଲହର ବେଳେ ଆମକୁ ଅନେକ କଠୋର ପଦକ୍ଷେପ ନେବାକୁ ପଡ଼ିଥିଲା। ସଂକ୍ରମଣକୁ ରୋକିବା ପାଇଁ ଆମକୁ ବାରମ୍ବାର ଲକଡାଉନ୍ ଓ ସଟଡାଉନ୍ କରିବାକୁ ପଡ଼ିଥିଲା।’

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏବେ କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇଛି, ଯାହା ବହୁତ ଶୀଘ୍ର ବ୍ୟାପୁଛି। ଏହା ମଧ୍ୟ ପୂର୍ବାପେକ୍ଷା ଅଧିକ ମାରାତ୍ମକ ଲାଗୁଛି। କରୋନାର ଦ୍ୱିତୀୟ ଲହର ବଢ଼ୁଥିବାର ଦେଖି ବିଭିନ୍ନ ରାଜ୍ୟରେ ଲକଡାଉନ୍ ଓ ନାଇଟ୍ କର୍ଫ୍ୟୁ ଲାଗୁ ହୋଇସାରିଲାଣି। ଯଦି ଆମେ କୋଭିଡ୍ ନିୟମ ମାନିବା, ତାହେଲେ ଏହି ସଂକ୍ରମଣକୁ ନିଶ୍ଚୟ ରୋକିପାରିବା। ଏଥିପାଇଁ ଆଜିଠାରୁ ୧୪ ଦିନ ଯାଏ ମାସ୍କ ଅଭିଯାନ ଆରମ୍ଭ କରିବା। ସମସ୍ତେ ମାସ୍କ ପିନ୍ଧିବା ପାଇଁ ସଂକଳ୍ପ ନେବା ଦରକାର। ତା’ଛଡ଼ା ମାସ୍କକୁ ସଠିକ୍ ଭାବେ ପିନ୍ଧିବା ଦରକାର। ବେକରେ ନ ଝୁଲାଇ ଠିକ୍ ଭାବେ ନାକକୁ ଘୋଡ଼ାଇ ମାସ୍କ ପିନ୍ଧିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ବିନା ମାସ୍କରେ କେବେ ବି ଘରୁ ବାହାରିବା ନାହିଁ। ମା ମାନଙ୍କୁ ଅନୁରୋଧ ପରିବାର ଲୋକ ବାହାରକୁ ଗଲେ ମାସ୍କ ପିନ୍ଧାନ୍ତୁ। ମା’ ମାନେ ସତର୍କ ହେଲେ କେବେ ବି କରୋନା ଘରକୁ ଆସିପାରିବନି। ସରକାର ବାହାରେ ଜଗିଛନ୍ତି, ମା ମାନେ ଘରେ ଜଗନ୍ତୁ। କିଛି ଅମାନିଆଙ୍କ ପାଇଁ କାହିଁକି ସାରା ସମାଜ କଠିନ ପରିସ୍ଥିତିରେ ପଡ଼ିବ। ମାସ୍କ ପିନ୍ଧିନଥିବା ଲୋକଙ୍କ ଠାରୁ ନିଶ୍ଚୟ ଜରିମାନା ଆଦାୟ ହେବ। ମାସ୍କ ନପିନ୍ଧିଲେ ଏବେ ୨ ଗୁଣା ଜରିମାନା ପାଇଁ ନିଷ୍ପତ୍ତି ହୋଇଛି। ମାସ୍କ ହିଁ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା କବଚ।’

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ନିଶ୍ଚୟ ମାସ୍କ ପିନ୍ଧନ୍ତୁ। ଯେଉଁମାନେ ଟିକା ନେଇଛନ୍ତି, ସେମାନେ ବି ମାସ୍କ ପିନ୍ଧନ୍ତୁ। ଏହାଦ୍ୱାରା ଆମେ ବିନା ଲକଡାଉନରେ କରୋନାକୁ ରୋକି ପାରିବା। ନିଜ ରୋଜଗାର ବନ୍ଦ କରିବାକୁ ଚାହୁଁନଥିଲେ ନିଶ୍ଚିତ ମାସ୍କ ପିନ୍ଧନ୍ତୁ। ଆମର ଏଠାରେ ଦ୍ୱିତୀୟ ଏବଂ କିଛି ଜାଗାରେ କରୋନାର ତୃତୀୟ ଲହର ଚାଲିଛି। ଆମକୁ କେତେ ଲହର ମୁକାବିଲା କରିବାକୁ ପଡ଼ିବ, କେହି ଜାଣନ୍ତିନି। ଯଦି ଆମେ ମାସ୍କ ପିନ୍ଧିବା ତେବେ କରୋନା ଠାରୁ ରକ୍ଷା ପାଇବା ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story