‘ପୁଲିସ ଡିଜିଙ୍କୁ ବୋଲକରା ସଜାଇ ଡ୍ରାମା କରୁଛନ୍ତି ସରକାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେବଳ ନିଜର ବୋଲକରା କରିବା ପାଇଁ ରାଜ୍ୟ ସରକାର ଜାଣିଶୁଣି ଅଭିଯୋଗ ଥିବା ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଉଛନ୍ତି ଓ ପରବର୍ତ୍ତୀ ସମୟରେ ସେମାନେ କଥା ନଶୁଣିଲେ ସେମାନଙ୍କୁ ଅତ୍ୟନ୍ତ ବିବାଦୀୟ ପରିସ୍ଥିତିରେ ବିଦା କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନେତା ସତ୍ୟପ୍ରକାଶ ନାୟକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବିଭିନ୍ନ ସମୟରେ ନବୀନ […]

congress-23199999

congress-23199999

Manoranjan Sial
  • Published: Thursday, 21 November 2019
  • Updated: 21 November 2019, 08:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେବଳ ନିଜର ବୋଲକରା କରିବା ପାଇଁ ରାଜ୍ୟ ସରକାର ଜାଣିଶୁଣି ଅଭିଯୋଗ ଥିବା ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଉଛନ୍ତି ଓ ପରବର୍ତ୍ତୀ ସମୟରେ ସେମାନେ କଥା ନଶୁଣିଲେ ସେମାନଙ୍କୁ ଅତ୍ୟନ୍ତ ବିବାଦୀୟ ପରିସ୍ଥିତିରେ ବିଦା କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନେତା ସତ୍ୟପ୍ରକାଶ ନାୟକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବିଭିନ୍ନ ସମୟରେ ନବୀନ ପଟ୍ଟନାୟକଙ୍କ ସରକାର ପୁଲିସ ଡିଜିମାନଙ୍କ ବିରୁଦ୍ଧରେ ଚଲାଉଥିବା ତଦନ୍ତ କେବଳ ଲୋକଦେଖାଣିଆ। ଗୋଟିଏ ପଟେ ବରିଷ୍ଠ ଅଭିଯୁକ୍ତ ପୁଲିସ ଅଧିକାରୀମାନଙ୍କୁ ବଞ୍ଚାଇବା ପାଇଁ ତଦନ୍ତ ରିପୋର୍ଟକୁ ସରକାର ହଜେଇ ଦେବେ, ଅନ୍ୟପଟେ ବାହାବା ନେବାପାଇଁ ତଦନ୍ତ କମିଟି ଗଠନର ଗଳା ଫଟେଇ ନିର୍ଦ୍ଦେଶ ଦେବେ। ଏସବୁ ତଦନ୍ତ ଡ୍ରାମା ପଛରେ ରହିଛି ବିରାଟ ପ୍ରଶାସନିକ ଷଡ଼ଯନ୍ତ୍ର ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ନିଜର ମନ୍ଦ ଅଭିପ୍ରାୟ କାଳେ ପଦାରେ ପଡ଼ିଯିବ, ସେଥିରୁ ଦୃଷ୍ଟି ହଟାଇବା ପାଇଁ ବିଭିନ୍ନ ଅଭିଯୋଗ ଦେଖାଇ ତଦନ୍ତ ନିର୍ଦ୍ଦେଶ ଦେବା ରାଜ୍ୟ ସରକାରଙ୍କ ଏକ ପ୍ରକାର ଧାରାବାହିକ କାର୍ଯ୍ୟ ହୋଇଗଲାଣି। ବରିଷ୍ଠ ପୁଲିସ ଅଧିକାରୀ ବିକେ. ଶର୍ମାଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ଅଛି ଦର୍ଶାଇ ତା’ର ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଏହି ଅଭିଯୋଗ କେବଳ ବାହାବା ଓ ଲୋକଦେଖାଣିଆ ବୋଲି ରାଜ୍ୟ କଂଗ୍ରେସର ଆଶଙ୍କା କରୁଛି। ଏବେ ସରକାରଙ୍କ ବିରୁଦ୍ଧରେ ଉଠିଥିବା ବଡ଼ ବଡ଼ ବିବାଦ ଯଥା ସ୍ମିତାରାଣୀ ବିଶ୍ୱାଳ ହତ୍ୟାକାଣ୍ଡ, କାଳିଆ ଟଙ୍କା ହେରଫେର, ଧାନକିଣାରେ ବିଫଳତା ଆଦି ପ୍ରସଙ୍ଗରୁ ନଜର ହଟାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ଚାଲ୍। ଯଦି ବାସ୍ତବରେ ଶ୍ରୀ ଶର୍ମାଙ୍କ କାର୍ଯ୍ୟ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁଛନ୍ତି ତା’ହେଲେ ତୁରନ୍ତ ପୂର୍ବତନ ପୁଲିସ ଡିଜି ସଞ୍ଜିବ ମାରିକଙ୍କ ବିରୁଦ୍ଧରେ ଥିବା ଲୋକପାଳ ରିପୋର୍ଟକୁ ସାର୍ବଜନୀନ କରନ୍ତୁ। ମାରିକଙ୍କ ବିରୁଦ୍ଧରେ ଥିବା ଲୋକପାଳ ରିପୋର୍ଟକୁ କିଏ ଗାଏବ କଲା ତା’ର ତଥ୍ୟ ସରକାର ରଖନ୍ତୁ ବୋଲି କଂଗ୍ରେସ ଦାବି କରୁଛି। ମାରିକଙ୍କ ରିପୋର୍ଟକୁ ଲୁଚାଇ ମୁଖ୍ୟମନ୍ତ୍ରୀ ତାଙ୍କୁ କ୍ଲିନଚିଟ୍ ଦେଇନାହାନ୍ତି ବରଂ ୧୧ ବର୍ଷ ଧରି ରାଜ୍ୟବାସୀଙ୍କୁ ଧୋକା ଦେଇ ଆସୁଛନ୍ତି ବୋଲି କଂଗ୍ରେସ କହିଛି। ଯଦି ରିପୋର୍ଟ ଗାଏବ ହୋଇଛି ତା’ହେଲେ ଥାନାରେ ମାମଲା ରୁଜୁ ହୋଇଛି କି, ଦାୟିତ୍ୱରେ ଅବହେଳା ପାଇଁ କାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ସ୍ପଷ୍ଟ କରିବାକୁ କଂଗ୍ରେସ ଆହ୍ୱାନ କରିଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ନିଶିକାନ୍ତ ମିଶ୍ର, ରଜନୀ ମହାନ୍ତି, ଜିନେଶ ଦାସ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story