ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରତିଦିନ ୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୫ ଜଣ ଆଖି ବୁଜିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ତେବେ ମୃତକଙ୍କ ମଧ୍ୟରେ କଟକରୁ ଜଣେ, ମୟୂରଭଞ୍ଜରୁ ଜଣେ, ନୂଆପଡାରୁ ୨ଜଣ ଓ ସୁନ୍ଦରଗଡରୁ ଜଣେ ଅଛନ୍ତି। ଆଜିର ମୃତକଙ୍କ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୫୮ରେ ପହଂଚିଛି।
ସେହିପରି ଆଜି ରାଜ୍ୟରେ ଦିନକରେ ପୁଣି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୪୮୫୧ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଆଜି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୩୮୨୩୫୧କୁ ବୃଦ୍ଧି ପାଇଛି। ଏଥିରୁ ୩୦,୯୨୭ଟି ଆକ୍ଟିଭ କେସ୍ ରହିଛି। ସେହପରି ବର୍ତ୍ତମାନ ଯାଏଁ ରାଜ୍ୟରେ ୩୪୯୩୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୨ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣା; ଦୁର୍ଘଟଣା ନୁହେଁ ତାହା ସୁଚିନ୍ତିତ ହତ୍ୟାକାଣ୍ଡ- ଏସ୍ପି
ଆଜି ସନ୍ଧ୍ୟା ସୁଦ୍ଧା଼ ପୂରା ଘଟଣା ଉପରୁ ପରଦା ହଟିବ ଓ ଏହି ହତ୍ୟାକାଣ୍ଡ ପଛରେ କେଉଁମାନେ ଅଛନ୍ତି ତଥା ସେମାନଙ୍କ ଉଦ୍ଦେଶ୍ୟ କ’ଣ ତାହା ସର୍ବସମ୍ମୁଖକୁ ଆସିବ ବୋଲି କହିଛନ୍ତି ଏସ୍ପି।
Accident
ଗଛରେ ପିଟିହେଲା ବାଇକ୍, ଆଖି ବୁଜିଲେ ପିଜି ଛାତ୍ର
ୟୁନିଭରସିଟି ପରିସରରେ ଗଛରେ ପିଟିହେଲା ବାଇକ୍। ବାଇକ୍ରୁ ଛିଟିକି ପଡ଼ିଗଲେ ଛାତ୍ର। ଆଉ ଘଟଣାସ୍ଥଳରେ ଚାଲିଗଲା ଜୀବନ।
Crime
ଉଜୁଡ଼ିଗଲା ଫସଲ; ହୃଦଘାତରେ ଟଳି ପଡ଼ିଲେ ଚାଷୀ
ଦାଉ ସାଧିଲା ଅଦିନିଆ ବର୍ଷା । ଉଜୁଡ଼ିଗଲା ଫସଲ। ବର୍ଷ ଯାକର ପରିଶ୍ରମ ପାଣିରେ ପଡ଼ିଲା। ଏହା ଦେଖି ସହ୍ୟ କରିବା କଷ୍ଟକର ହେଲା ଆଉ ଶେଷରେ ହୃଦଘାତରେ ଟଳି ପଡ଼ିଲେ ଚାଷୀ।
Education
ଧନୁଯାତ୍ରା ପାଇଁ ବରଗଡ଼ରେ ବଦଳିଲା ସ୍କୁଲ, କଲେଜ ସମୟ
ସମ୍ଭାବ୍ୟ ଭିଡ ଏବଂ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ବରଗଡ ଜିଲା ଶିକ୍ଷା ବିଭାଗ ଆସନ୍ତା ୬ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ମଥୁରାନଗରୀରେ ରହିଥିବା ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢା ସମୟକୁ ପରିବର୍ତ୍ତନ କରିଛି।
Crime
ସ୍କୁଲରେ ଚାଲିଥିଲା ବାର୍ଷିକୋତ୍ସବ; ବାହାରେ ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ସ୍କୁଲରେ ବାର୍ଷିକ ଉତ୍ସବ ଚାଲିଥିବା ବେଳେ ବାହାରେ ଚାଲିଥିଲା ହଣାହଣି। ଦୁଇ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ।