ଏ ବର୍ଷ ମିଳିବନି ବକେୟା ମହଙ୍ଗା ଭତ୍ତା, କେବେ ମିଳିବ ଜାଣନ୍ତୁ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ଆସନ୍ତା ଆର୍ଥିକ ବର୍ଷରେ ଦିଆଯିବ ବକେୟା ମହଙ୍ଗା ଭତ୍ତା । ସରକାରୀ କର୍ମଚାରୀଙ୍କୁ ମିଳିବାକୁ ଥିବା ଜୁଲାଇର ପ୍ରାପ୍ୟ ୫ ପ୍ରତିଶତ ମହଙ୍ଗା ଭତ୍ତା ଆସନ୍ତାବର୍ଷ ମିଳିବ। ଏ ନେଇ ସୂଚନା ଦେଇନ୍ତି ରାଜ୍ୟ ଅର୍ଥ ସଚିବ ଅଶୋକ ମୀନା ।

ଗତକାଲି ବଜେଟ୍ ଉପସ୍ଥାପନ ପରେ ମୀନା ସୂଚନା ଦେଇଥିଲେ ବକେୟା ମହଙ୍ଗା ଭତ୍ତା ପାଇବାରୁ କର୍ମଚାରୀ ବଞ୍ଚିତ ହେବେ ନାହିଁ ।  ତେବେ ୨୦୨୦ ଜାନୁଆରୀ ପହିଲାରୁ ଯେଉଁ ୫ ପ୍ରତିଶତ ମହଙ୍ଗା ଭତ୍ତା କଥା କୁହାଯାଇଛି, ତାହା ପେନସନ ଭୋଗୀଙ୍କୁ ନିଶ୍ଚିତ ମିଳିବ। ଖୁବ୍ ଶୀଘ୍ର ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ପ୍ରକାଶ ପାଇବ।

ସରକାର ଜୁଲାଇ ମାସରେ କର୍ମଚାରୀଙ୍କ ପ୍ରାପ୍ୟ ୫ ପ୍ରତିଶତ ମହଙ୍ଗା ଭତ୍ତା କାଟି ଦେଇଥିବା ଘଟଣାକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସରକାରଙ୍କୁ ଏନେଇ ସ୍ମାରକପତ୍ର ବି ଦିଆଯାଇଛି ।  କାଲି ବଜେଟ୍ ପରେ ରାଜ୍ୟ ଅର୍ଥ ସଚିବ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ବେଳେ ଏହି ସୂଚନା ଦେଇଥିଲେ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।