Advertisment

ପଞ୍ଜିକୃତ ହେବାକୁ ଚାଷୀ ଅରାଜି, ସରକାର ଚିନ୍ତାରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ପ୍ରକ୍ରିୟାକରଣରେ ସାମିଲ ହେବାକୁ ଚାଷୀମାନେ ଆଗ୍ରହ ଦେଖାଉନାହାନ୍ତି। ଯେଉଁଥିପାଇଁ ସରକାରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ଚଳିତ ଖରିଫରେ ମାତ୍ର ୧୦.୫୭ ଲକ୍ଷ ଚାଷୀ ନିଜର ପଞ୍ଜିକରଣ କରାଇଛନ୍ତି। ଯାହାକି ଗତବର୍ଷ ତୁଳନାରେ ପ୍ରାୟ ୨ଲକ୍ଷ କମ୍। ଚଳିତବର୍ଷ ଖରିଫରେ ୧୭.୨୬ ଲକ୍ଷ ଚାଷୀ ଫସଲ ଋଣ ନେଇଥିବା ବେଳେ ଧାନ ସଂଗ୍ରହ ପ୍ରକ୍ରିୟାରେ କାହିଁକି ଏତେ କମ୍ ଚାଷୀ ପଞ୍ଜିକୃତ ହୋଇଛନ୍ତି ଓ ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ୱେ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଚାଷୀଙ୍କୁ ସର୍ବନିମ୍ନ ୩ ହଜାର ଟଙ୍କା ପେନସନ୍ ଦେବେ କେନ୍ଦ୍ର ସରକାର

No-agri-loan-to-farmers-who-do-not-have-Aadhar-card

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ପ୍ରକ୍ରିୟାକରଣରେ ସାମିଲ ହେବାକୁ ଚାଷୀମାନେ ଆଗ୍ରହ ଦେଖାଉନାହାନ୍ତି। ଯେଉଁଥିପାଇଁ ସରକାରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ଚଳିତ ଖରିଫରେ ମାତ୍ର ୧୦.୫୭ ଲକ୍ଷ ଚାଷୀ ନିଜର ପଞ୍ଜିକରଣ କରାଇଛନ୍ତି। ଯାହାକି ଗତବର୍ଷ ତୁଳନାରେ ପ୍ରାୟ ୨ଲକ୍ଷ କମ୍। ଚଳିତବର୍ଷ ଖରିଫରେ ୧୭.୨୬ ଲକ୍ଷ ଚାଷୀ ଫସଲ ଋଣ ନେଇଥିବା ବେଳେ ଧାନ ସଂଗ୍ରହ ପ୍ରକ୍ରିୟାରେ କାହିଁକି ଏତେ କମ୍ ଚାଷୀ ପଞ୍ଜିକୃତ ହୋଇଛନ୍ତି ଓ ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ୱେ କାହିଁକି ସମସ୍ତ ଋଣୀ ଧାନ ଚାଷୀଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାକରଣ ପାଇଁ ପଞ୍ଜିକୃତ କରାଯାଇନି ସେ ନେଇ ସମବାୟ ରେଜିଷ୍ଟ୍ରାର ରିପୋର୍ଟ ତଲବ କରିଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଧିମା ଚାଷୀ ପଞ୍ଜିକରଣ ହାରକୁ ନେଇ ରାଜ୍ୟ ସରକାର ଉଦବେଗ ପ୍ରକାଶ କରିବା ସହ ଏହି ପଞ୍ଜିକରଣ ଅବଧିକୁ ସେପ୍ଟେମ୍ବର ୧୭ତାରିଖକୁ ବୃଦ୍ଧି କରିଥିଲେ। ଏପରିକି ଚାଷୀ ପଞ୍ଜିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ୧୩ ଜଣ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ମଧ୍ୟ ନ୍ୟସ୍ତ କରିଥିଲେ। ମାତ୍ର ଏସବୁ ସତ୍ତ୍ୱେ ରାଜ୍ୟରେ ମାତ୍ର ୧୦.୫୭ଲକ୍ଷ ଚାଷୀ ପଞ୍ଜିକରଣ କରିଥିବା ସମବାୟ ରେଜିଷ୍ଟ୍ରାରଙ୍କ ଚିଠିରୁ ଜଣାପଡ଼ିଛି। ସମବାୟ ବିଭାଗର ସମସ୍ତ ଡିଭିଜନର ଉପରେଜିଷ୍ଟ୍ରାର, ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର, ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସମ୍ପାଦକଙ୍କୁ ଆଜି ଚିଠି ଲେଖି ଏହି ଧିମା ଚାଷୀ ପଞ୍ଜିକରଣ ପାଇଁ ଅସନ୍ତୋଷ ବ୍ୟକ୍ତ କରିବା ସହ ପ୍ୟାକ୍ସ ସମ୍ପାଦକମାନଙ୍କ ଉପରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଏଥର ଚାଷୀ ପଞ୍ଜିକରଣ ହାର ଧିମା ଥିବାରୁ ଧାନର ଅଭାବୀ ବିକ୍ରି ସମସ୍ୟା ଦେଖାଦେଇପାରେ ବୋଲି ସରକାର ଆଶଙ୍କା କରୁଛନ୍ତି।

ତଥ୍ୟ ଅନୁସାରେ ବଲାଙ୍ଗୀର, ଝାରସୁଗୁଡ଼ା, କନ୍ଧମାଳ, ନୂଆପଡ଼ା, ପୁରୀ ଓ ସୁବର୍ଣ୍ଣପୁର ଜିଲ୍ଲାକୁ ଛାଡ଼ିଦେଲେ ବାକି ସମସ୍ତ ଜିଲ୍ଲାରେ ଚାଷୀ ପଞ୍ଜିକରଣ ହାର ଗତବର୍ଷ ତୁଳନାରେ ନିରାଶାଜନକ ରହିଛି । ଭଦ୍ରକ ଜିଲ୍ଲାରେ ମାତ୍ର ୫୯% ଚାଷୀ ପଞ୍ଜିକରଣ ହୋଇଥିବାବେଳେ ବାଲେଶ୍ୱର, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ ୭୨%, ମୟୂରଭଞ୍ଜ ଜିଲ୍ଲାରେ ୬୪%, କଟକରେ ୭୮%, କୋରାପୁଟ ଓ ମାଲକାନଗିରିରେ ୬୯% ଚାଷୀ ପଞ୍ଜିକରଣ ହୋଇଛି।

Advertisment

ଖରିଫ ଧାନ ଫସଲ ପାଇଁ ଋଣ ନେଇଥିବା ସମସ୍ତ ଚାଷୀଙ୍କୁ ନିଶ୍ଚିତ ଭାବେ ‘ଚାଷୀ ପଞ୍ଜିକରଣ ପ୍ରକ୍ରିୟା’ରେ ସାମିଲ ନିମନ୍ତେ ନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଦେଶ ଦିଆଯାଇଥିବା ସତ୍ତେ୍ୱ ତାକୁ ପାଳନ କରାଯାଇ ନାହିଁ। ସେପ୍ଟେମ୍ବର ୬ତାରିଖ ସୁଦ୍ଧା ମୋଟ ୧୭.୨୬ଲକ୍ଷ ଚାଷୀଙ୍କୁ ୭୦୧୮.୩୧ କୋଟି ଟଙ୍କା ଫସଲ ଋଣ ଦିଆଯାଇଥିଲେ ମଧ୍ୟ ମାତ୍ର ୧୦.୫୭ଲକ୍ଷ ଚାଷୀ ପଞ୍ଜିକୃତ ହୋଇଛନ୍ତି। ପ୍ୟାକ୍ସସ୍ତରରେ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଠିକ୍ ଭାବେ ତଦାରଖ ହୋଇନଥିବା ସ୍ପଷ୍ଟ ଜଣାପଡ଼ୁଛି ବୋଲି ସମବାୟ ରେଜିଷ୍ଟ୍ରାର କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୮-୧୯ରେ ୨୬୦୬ଟି ପ୍ୟାକ୍ସ ମାଧ୍ୟମରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକରଣରେ ମୋଟ ୧୨.୫୯ଲକ୍ଷ ଚାଷୀ ପଞ୍ଜିକୃତ ହୋଇଥିଲେ ଓ ୪୨.୨୯ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିଲା। ଚଳିତଥର ଚାଷୀ ପଞ୍ଜିକରଣ ୨୬୩୨ଟି ପ୍ୟାକ୍ସ ସାମିଲ ଥିଲେ ମାତ୍ର ୧୦.୫୭ଲକ୍ଷ ଚାଷୀ ପଞ୍ଜିକୃତ ହୋଇଛନ୍ତି। ନଭେମ୍ବର ୧ରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।