ବଜେଟ୍ ପୁସ୍ତିକା କମ୍ ଛାପି ୭ଶହ ଗଛ ବଞ୍ଚାଇଛୁ : ଅର୍ଥମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଆର୍ଥିକ ବର୍ଷରେ କମ୍ ବଜେଟ୍ ପୁସ୍ତିକା ଛାପି ୭୦୦ ଗଛକୁ କଟା ଯିବାରୁ ବଞ୍ଚାଇବାରେ ସରକାର ସକ୍ଷମ ହୋଇଛନ୍ତି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି ଯେ, ପରିବେଶ ସୁରକ୍ଷା ଦିଗରେ ଚଳିତବର୍ଷ ବଜେଟ୍ ପୁସ୍ତିକାର ମୁଦ୍ରଣ ୫ଶହ ସେଟରୁ ୨ଶହ ସେଟକୁ ହ୍ରାସ କରାଯାଇଛି। ଅଂଶୀଦାରମାନଙ୍କୁ ବଜେଟ୍ ପୁସ୍ତିକା ଇଲୋକ୍ଟୋନିକ ମାଧ୍ୟମରେ ଯୋଗାଇ ଦିଆଯିବ। ଏହାଦ୍ୱାରା ୫୭ ଲକ୍ଷ ପୃଷ୍ଠାର ମୁଦ୍ରଣ ହ୍ରାସ […]

niranjan

niranjan

Manoranjan Sial
  • Published: Friday, 28 June 2019
  • Updated: 28 June 2019, 10:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଆର୍ଥିକ ବର୍ଷରେ କମ୍ ବଜେଟ୍ ପୁସ୍ତିକା ଛାପି ୭୦୦ ଗଛକୁ କଟା ଯିବାରୁ ବଞ୍ଚାଇବାରେ ସରକାର ସକ୍ଷମ ହୋଇଛନ୍ତି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି ଯେ, ପରିବେଶ ସୁରକ୍ଷା ଦିଗରେ ଚଳିତବର୍ଷ ବଜେଟ୍ ପୁସ୍ତିକାର ମୁଦ୍ରଣ ୫ଶହ ସେଟରୁ ୨ଶହ ସେଟକୁ ହ୍ରାସ କରାଯାଇଛି। ଅଂଶୀଦାରମାନଙ୍କୁ ବଜେଟ୍ ପୁସ୍ତିକା ଇଲୋକ୍ଟୋନିକ ମାଧ୍ୟମରେ ଯୋଗାଇ ଦିଆଯିବ। ଏହାଦ୍ୱାରା ୫୭ ଲକ୍ଷ ପୃଷ୍ଠାର ମୁଦ୍ରଣ ହ୍ରାସ କରାଯାଇଛି ଓ ପ୍ରାୟ ୭ଶହ ବୃକ୍ଷ ରକ୍ଷା ପାଇଛନ୍ତି। ଆଗାମୀ ବର୍ଷଗୁଡ଼ିକରେ ସମ୍ପୂର୍ଣ୍ଣ ଭାବେ ବିନା କାଗଜରେ ଇଲେକ୍ଟ୍ରୋନିକ ବଜେଟ୍ ପ୍ରସ୍ତୁତ କରିବେ ବୋଲି ସେ ଆଶାପୋଷଣ କରିଛନ୍ତି।

ଏହା ବ୍ୟତୀତ ରାଜ୍ୟ ସରକାର ପ୍ରଥମଥର ପାଇଁ ଶିଶୁ ବଜେଟ୍ ପ୍ରସ୍ତୁତ କରିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି ଯେ, ଗତ ୭ବର୍ଷ ଧରି ମହିଳା ବଜେଟ୍ ପ୍ରସ୍ତୁତ କରୁଥିବାବେଳେ ଚଳିତଥର ୟୁନିସେଫ ସହାୟତାରେ ଶିଶୁ ବଜେଟ୍ ପ୍ରସ୍ତୁତ ହୋଇଛି। ପୃଥକ ଭାବେ ମହିଳା ଓ ଶିଶୁ ବଜେଟ୍ ପ୍ରସ୍ତୁତ କରାଯାଇ ବଜେଟ୍ ଦସ୍ତାବିଜ ସହିତ ଉପସ୍ଥାପନ କରାଯାଇଛି। ରାଜ୍ୟରେ ଶତପ୍ରତିଶତ ମହିଳାକେନ୍ଦ୍ରିକ ୭୦ଟି ଯୋଜନା ବା କାର୍ଯ୍ୟକ୍ରମ ଚାଲିଥିବାବେଳେ ୪୧୩ କାର୍ଯ୍ୟକ୍ରମ ଓ ଯୋଜନାରେ ମହିଳା ଏବଂ ଶିଶୁଙ୍କ ନିମନ୍ତେ ପ୍ରାୟ ୩୦ପ୍ରତିଶତ ଅର୍ଥ ଆବଣ୍ଟନ କରାଯାଏ ବୋଲି ଶ୍ରୀ ପୂଜାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos