ପିଆଜ ବିକିବେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଆଜ ଦର କିଲୋ ପିଛା ୬୦ରୁ ୭୦ଟଙ୍କା ଛୁଇଁଥିବାବେଳେ ଅସାଧୁ ମହଜୁଦକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଗ୍ରାହକଙ୍କ ସୁବିଧା ପାଇଁ ସରକାରୀ ସୁଲଭ ଦୋକାନ ଓ ମୈତ୍ରୀ ଆଉଟଲେଟରେ ପିଆଜ ଉପଲବ୍ଧ କରାଇବା ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଜ୍ୟୋତି କୁମାର ଲାକ୍ରା ଆଜି ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି […]

onion-price-will-hike-in-odisha

onion-price-will-hike-in-odisha

Manoranjan Sial
  • Published: Wednesday, 06 November 2019
  • Updated: 06 November 2019, 07:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଆଜ ଦର କିଲୋ ପିଛା ୬୦ରୁ ୭୦ଟଙ୍କା ଛୁଇଁଥିବାବେଳେ ଅସାଧୁ ମହଜୁଦକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଗ୍ରାହକଙ୍କ ସୁବିଧା ପାଇଁ ସରକାରୀ ସୁଲଭ ଦୋକାନ ଓ ମୈତ୍ରୀ ଆଉଟଲେଟରେ ପିଆଜ ଉପଲବ୍ଧ କରାଇବା ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଜ୍ୟୋତି କୁମାର ଲାକ୍ରା ଆଜି ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି କହିଛନ୍ତି ଯେ, ପିଆଜ ଦର ଏବେ ରାଜ୍ୟ ବିଭିନ୍ନ ଭାଗରେ କ୍ୱିଣ୍ଟାଲ ପିଛା ୫୨୦୦ରୁ ୭୦୦୦ଟଙ୍କା ରହିଛି। ବ୍ୟବସାୟୀଙ୍କ ସହ ଆଲୋଚନା ପରେ ଜଣାପଡ଼ିଛି ଯେ, ଅକ୍ଟୋବର ଓ ନଭେମ୍ବର ମାସରେ ପ୍ରବଳ ବର୍ଷା ଯୋଗୁ ଖରିଫ ଫସଲ ବ୍ୟାପକ କ୍ଷତି ହୋଇଛି। ତା’ଛଡ଼ା ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ସମେତ ଦକ୍ଷିଣ ଭାରତୀୟ ରାଜ୍ୟରେ ଆଗୁଆ ଆସୁଥିବା ପିଆଜ ଉତ୍ପାଦନ କ୍ଷତିଗ୍ରସ୍ତ ହୋଇଛି ତଥା ପିଆଜ ବଜାରକୁ ମଧ୍ୟ କମ ଆସୁଛି। ସେହିପରି ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ରରୁ ନୂଆ ପିଆଜ ଉତ୍ପାଦନ ଆସିବାରେ ବିଳମ୍ବ ହେଉଛି। ଏହି ପରିସ୍ଥିତିର ଫାଇଦା ଉଠାଇ ବ୍ୟବସାୟୀମାନେ ଅଧିକ ଲାଭ ଆଶାରେ ବଜାରରେ ପିଆଜର କୃତ୍ରିମ ଅଭାବ ସୃଷ୍ଟି କରିଛନ୍ତି ।

ତେଣୁ ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ସ୍ଥାନୀୟ ବଜାରରୁ ପିଆଜ କ୍ରୟ କରି ରାଜ୍ୟର ସରକାରୀ ସୁଲଭ ଦୋକାନ ଓ ମୈତ୍ରୀ ଆଉଟଲେଟଗୁଡ଼ିକରେ ଗ୍ରାହକଙ୍କ ସୁବିଧା ପାଇଁ ବିନା ଲାଭ-କ୍ଷତିରେ ବିକ୍ରି କରିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଜିଲ୍ଲାପାଳମାନେ ଏହି ପିଆଜ ଦର ନିୟନ୍ତ୍ରଣ ଦିଗରେ କ’ଣ ପଦକ୍ଷେପ ନେଇଛନ୍ତି ତାହା ପ୍ରତ୍ୟେକ ଦିନ ବିଭାଗକୁ ଜଣାଇବାକୁ ମଧ୍ୟ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos