୩ ମାସର ରୋଡ୍‌ ଟ୍ୟାକ୍ସ ଛାଡ଼ କଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାତ୍ରୀବାହୀ ଗାଡ଼ିଗୁଡ଼ିକ ଲାଗି ୩ ମାସର ରୋଡ୍ ଟ୍ୟାକ୍ସ ଛାଡ଼ ହେଲା। ଏ ନେଇ  ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ବିଭାଗ ପକ୍ଷରୁ ଆଜି ଏ ନେଇ ଏକ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ ୨୦୨୦ ମସିହାର ଏପ୍ରିଲ୍, ମେ ଓ ଜୁନ୍ ମାସର ରୋଡ୍ ଟ୍ୟାକ୍ସ ଛାଡ଼ ଲାଗି ଘୋଷଣା କରାଯାଇଛି। ରାଜ୍ୟର ଯାତ୍ରୀବାହୀ ଯାନଗୁଡିକ ଲାଗି ଏହି ଟ୍ୟାକ୍ସ ଛାଡ଼ ଘୋଷଣା କରାଯାଇଛି।  ଲକ୍‌ଡାଉନ୍‌ କାରଣରୁ […]

privat-bus

privat-bus

Manoranjan Sial
  • Published: Friday, 29 May 2020
  • Updated: 29 May 2020, 06:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାତ୍ରୀବାହୀ ଗାଡ଼ିଗୁଡ଼ିକ ଲାଗି ୩ ମାସର ରୋଡ୍ ଟ୍ୟାକ୍ସ ଛାଡ଼ ହେଲା। ଏ ନେଇ  ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ବିଭାଗ ପକ୍ଷରୁ ଆଜି ଏ ନେଇ ଏକ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ ୨୦୨୦ ମସିହାର ଏପ୍ରିଲ୍, ମେ ଓ ଜୁନ୍ ମାସର ରୋଡ୍ ଟ୍ୟାକ୍ସ ଛାଡ଼ ଲାଗି ଘୋଷଣା କରାଯାଇଛି। ରାଜ୍ୟର ଯାତ୍ରୀବାହୀ ଯାନଗୁଡିକ ଲାଗି ଏହି ଟ୍ୟାକ୍ସ ଛାଡ଼ ଘୋଷଣା କରାଯାଇଛି।  ଲକ୍‌ଡାଉନ୍‌ କାରଣରୁ ଗାଡ଼ି ମାଲିକ ଟ୍ୟାକ୍ସ ଛାଡ଼ ପାଇଁ ଦାବି କରିଥିଲେ।

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଏପ୍ରିଲ, ମେ’ ଓ ଜୁନ୍ ମାସର ରୋଡ୍ ଟ୍ୟାକ୍ସ ଛାଡ଼, ଇନସ୍ୟୁରାନ୍ସ ଦେୟ ଅବଧି ବୃଦ୍ଧି ଓ ଋଣ କିସ୍ତି ଛାଡ଼ ପାଇଁ ଦାବି କରିଥିଲେ। ଏନେଇ ସଂଘ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହିତ ଆଲୋଚନା ମଧ୍ୟ କରିଥିଲ। ଦାବି ମୁତାବକ ଆଜି ରାଜ୍ୟ ସରକାର ଏପ୍ରିଲ୍, ମେ ଓ ଜୁନ୍ ମାସର ରୋଡ୍ ଟ୍ୟାକ୍ସ ଛାଡ଼ କରିଛନ୍ତି।

ସୂଚନାରୁ ପ୍ରକାଶ, ମହାମାରୀ ‘କରୋନା’ ପାଇଁ ଦିଆଯାଇଥିବା ଲକ୍‌ଡାଉନ୍‌ ଯୋଗୁଁ ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ରହିଥିଲା। ତେବେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ରାଜ୍ୟ ସରକାର କେତେକ ସର୍ତ୍ତରେ ବସ୍‌ ଚଳାଇବାକୁ ଅନୁମତି ଦେଇଥିଲେ। କୌଣସି ବସ୍‌ରେ ଯାତ୍ରୀମାନେ ଠିଆ ହୋଇଯାଇ ପାରିବେ ନାହିଁ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ଏହାଛଡ଼ା ଅନ୍ୟାନ୍ୟ ବହୁ ସର୍ତ୍ତ ରଖିଥିଲେ। ଯାହାକୁ ବିରୋଧ କରିଥିଲା ବସ୍‌ ମାଲିକ ସଂଘ। ବସ୍‌ ଷ୍ଟାଣ୍ଡରେ ସ୍କିନିଂ ଓ ସାନିଟାଇଜିଂ ବ୍ୟବସ୍ଥା କରିବାକୁ ସଂଘ ଦାବି କରିଥିଲା। ସେହି ଦାବି ଗୁଡ଼ିକୁ ସଂଘ ମାନି ନେବା ପରେ ବସ୍‌ ସେବା ଆରମ୍ଭ ହୋଇଥିଲା। ଆଜି ରାଜ୍ୟର ବିଭିନ୍ନ ରୋଟ୍‌ରେ ଏବେ ଯାତ୍ରୀବାହୀ ଗାଡ଼ି ଗଡ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos