‘ଗାନ୍ଧୀଙ୍କ ହତ୍ୟାକୁ ନେଇ ସରକାର ଭୁଲ୍‌ ତଥ୍ୟ ଦେଇଛନ୍ତି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅତି ବର୍ବରତା ଭାବେ ହତ୍ୟା କରାଯାଇଥିଲା। ଏକଥା ସମଗ୍ର ବିଶ୍ୱ ଜାଣିଛି। ହେଲେ ଏହାକୁ ଲୁଚାଇବାକୁ ଉଦ୍ୟମ କରିଛି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜ୍ୟର ସମସ୍ତ ସ୍କୁଲ ପିଲାଙ୍କୁ ଦିଆଯାଇଥିବା ଦୁଇପୃଷ୍ଟା ଲିଫ୍‌ଲେଟ୍‌ରୁ ଏହା ଜଣାପଡ଼ିଛି। ଏପରି ହୀନ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲୋହିଆ ଏକାଡେ଼ମୀର ସମ୍ପାଦକ ଦେବ ପ୍ରସାଦ ରାୟ, […]

odisha-government-give-wrong-statment-of-mahatma-gandhi-murder

odisha-government-give-wrong-statment-of-mahatma-gandhi-murder

Manoranjan Sial
  • Published: Wednesday, 13 November 2019
  • Updated: 13 November 2019, 04:16 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅତି ବର୍ବରତା ଭାବେ ହତ୍ୟା କରାଯାଇଥିଲା। ଏକଥା ସମଗ୍ର ବିଶ୍ୱ ଜାଣିଛି। ହେଲେ ଏହାକୁ ଲୁଚାଇବାକୁ ଉଦ୍ୟମ କରିଛି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜ୍ୟର ସମସ୍ତ ସ୍କୁଲ ପିଲାଙ୍କୁ ଦିଆଯାଇଥିବା ଦୁଇପୃଷ୍ଟା ଲିଫ୍‌ଲେଟ୍‌ରୁ ଏହା ଜଣାପଡ଼ିଛି। ଏପରି ହୀନ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲୋହିଆ ଏକାଡେ଼ମୀର ସମ୍ପାଦକ ଦେବ ପ୍ରସାଦ ରାୟ, ପ୍ରଫୁଲ୍ଲ ସାମନ୍ତରା, ରଷ୍ଟ୍ରୀୟ ଯୁବା ସଂଗଠନର ଡା. ବିଶ୍ୱଜିତ ରାୟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ମନୋରଞ୍ଜନ ମହାନ୍ତି।

ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସେମାନେ ଅଭିଯୋଗ କରିଛନ୍ତି ଯେ, ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ରାଜ୍ୟର ସମସ୍ତ ସ୍କୁଲ ପିଲାଙ୍କୁ ଦିଆଯାଇଥିଲା ଦୁଇପୃଷ୍ଟା ଲିଫ୍‌ଲେଟ୍‌। ଯେଉଁଥିରେ ଗାନ୍ଧୀଜୀଙ୍କ ବର୍ବର ହତ୍ୟା ଘଟଣାକୁ ଉଲ୍ଲେଖ ନ କରି ମିଥ୍ୟା ତଥ୍ୟ ଦିଆଯାଇଛି। ସମଗ୍ର ପୃଥିବୀ ଜାଣିଛି ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ଗୋଡ୍‌ସେ ପ୍ରାର୍ଥନା ସଭାରେ ଗୁଳି କରି ହତ୍ୟା କରିଛି। ମହାତ୍ମା ଗାନ୍ଧୀଙ୍କୁ ଜୀବନରେ ସାତ ଥର ହତ୍ୟା ଉଦ୍ୟମ ହୋଇଛି। ଏଥିରୁ ଚାରି ଥର ହିନ୍ଦୁତ୍ୱବାଦୀମାନେ ଆକ୍ରମଣ କରିଛନ୍ତି। ସେଥିରୁ ଦୁଇ ଥର ନାଥୁରାମ ଗୋଡ୍‌ସେ ନିଜେ ହତ୍ୟା ଉଦ୍ୟମ କରି ବିଫଳ ହୋଇଥିବା ବେଳେ ତୃତୀୟ ଥର ସଫଳ ହୋଇଥିଲା। କିନ୍ତୁ ଗଣଶିକ୍ଷା ବିଭାଗ ଓ ବିଦ୍ୟାଳୟ ତରଫରୁ “ଆମ ବାପୁଜୀ ଏକ ଝଲକ” ଶୀରୋନାମାରେ ଯେଉଁ ପ୍ରଚାରପତ୍ର ବଣ୍ଟାଯାଇଛି ସେଥିରେ ଏକ ଆକସ୍ମିକ ଘଟଣାରେ ଗାନ୍ଧୀଜୀଙ୍କ ଦେହାବସାନ ହୋଇଛି ବୋଲି ଉଲ୍ଲେଖ କରାଯାଇଛି। ଅର୍ଥାତ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯାଇଛି, ଏ କଥାକୁ ସ୍କୁଲ ପିଲାଙ୍କ ପାଖରେ ଲୁଚାଇବାକୁ ଷଡ଼ଯନ୍ତ୍ର ହୋଇଛି। ପିଲାଙ୍କ ପାଇଁ ଅତି ଆବଶ୍ୟକ ଇତିହାସର ସତ୍ୟତା ସହ ଜାତିର ପିତା ଗାନ୍ଧୀଜୀଙ୍କ ହତ୍ୟାର କାରଣ ଓ ହତ୍ୟାକାରୀର ନାମ ଜାଣିବା। ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରିଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ପାଖରେ କାହିଁକି ଏପରି ମିଥ୍ୟା ତଥ୍ୟ ଦେଇ ସ୍କୁଲମାନଙ୍କୁ ଏପରି ପୁସ୍ତିକା ଜରିଆରେ ବିଭ୍ରାନ୍ତ କରାଯାଇଛି? ଏହାର ଉତ୍ତର ସରକାର ତୁରନ୍ତ ଦିଅନ୍ତୁ ବୋଲି ଦାବି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos