ଖାଦ୍ୟଯୋଗାଣ ବିଭାଗର ୩୨୭ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚଦାବି ଗୃହୀତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୩୨୭ କୋଟି ୪୯ଲକ୍ଷ ୮୬ହଜାର ଟଙ୍କାର ଅତିରିକ୍ତ ବ୍ୟୟବରାଦକୁ ଆଜି ଗୃହର ଅନୁମୋଦନ ମିଳିଛି। ବିଧାନସଭାରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ଅତିରିକ୍ତ ଖର୍ଚ୍ଚଦାବି ଆଗତ କରିଥିଲେ। ଦୀର୍ଘ ସମୟ ଧରି ଆଲୋଚନା ପରେ ଏହା ଗୃହୀତ ହୋଇଛି। ଆଲୋଚନା ପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ତାଙ୍କ ଉତ୍ତରରେ କହିଛନ୍ତି ଯେ, ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଖାଦ୍ୟଯୋଗାଣ ବିଭାଗ ପାଇଁ […]

food-grain

food-grain

Manoranjan Sial
  • Published: Wednesday, 20 November 2019
  • Updated: 20 November 2019, 10:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୩୨୭ କୋଟି ୪୯ଲକ୍ଷ ୮୬ହଜାର ଟଙ୍କାର ଅତିରିକ୍ତ ବ୍ୟୟବରାଦକୁ ଆଜି ଗୃହର ଅନୁମୋଦନ ମିଳିଛି। ବିଧାନସଭାରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ଅତିରିକ୍ତ ଖର୍ଚ୍ଚଦାବି ଆଗତ କରିଥିଲେ। ଦୀର୍ଘ ସମୟ ଧରି ଆଲୋଚନା ପରେ ଏହା ଗୃହୀତ ହୋଇଛି।

ଆଲୋଚନା ପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ତାଙ୍କ ଉତ୍ତରରେ କହିଛନ୍ତି ଯେ, ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଖାଦ୍ୟଯୋଗାଣ ବିଭାଗ ପାଇଁ ୧୧୩୫.୩୫କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ପ୍ରଥମ ଅତିରିକ୍ତ ବଜେଟ୍ ପ୍ରସ୍ତାବ ଅନୁସାରେ ଯୋଜନା ଖର୍ଚ୍ଚ ବାବଦରେ ଅତିରିକ୍ତ ଭାବେ ୩୨୭ କୋଟି ୩୯ଲକ୍ଷ ୩୨ହଜାର ଟଙ୍କା ଓ ପ୍ରଶାସନିକ ଖର୍ଚ୍ଚ ବାବଦରେ ୧୦.୫୪ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ଏଥିରେ ସାଧାରଣ ବଣ୍ଟନ ବ୍ୟବସ୍ଥା ପାଇଁ ଚଳିତ ଆର୍ଥିକ ବର୍ଷରେ ଅତିରିକ୍ତ ଭାବେ ୧୦୭.୫ଲକ୍ଷ କୋଟି ଟଙ୍କା, ନୂଆ ରାସନ କାର୍ଡର ଡିଜିଟାଇଜେନ୍ ବାବଦରେ ୨.୫୦କୋଟି ଟଙ୍କା, ସ୍ୱୟଂକ୍ରିୟ ସୁଲଭ ମୂଲ୍ୟ ଦୋକାନ ପାଇଁ ୧୧କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ହୋଇଛି। ରାଜ୍ୟ ଉପଭୋକ୍ତା ସୁରକ୍ଷା କମିଶନର ସୁଦୃଢ଼ୀକରଣ ପାଇଁ ସିସିଟିଭି କ୍ୟାମେରା, ଅଡିଓ ରେକର୍ଡିଂ ବ୍ୟବସ୍ଥା ପାଇଁ କେନ୍ଦ୍ରୀୟ ଯୋଜନାରେ ୬ଲକ୍ଷ ୬୫ହଜାର ଟଙ୍କାର ପ୍ରସ୍ତାବ ରଖାଯାଇଛି।

ଆଜି ଅପରାହ୍ନରେ ଏହି ଅତିରିକ୍ତ ବଜେଟ୍ ଖର୍ଚ୍ଚଦାବି ଉପରେ ଆଲୋଚନାରେ ବିଧାୟକ ମୁକେଶ ମହାଲିଙ୍ଗ, ପ୍ରଫୁଲ୍ଲ ସାମଲ, ଶଶୀଭୂଷଣ ବେହେରା, ସନ୍ତୋଷ ସିଂ ସାଲୁଜା, ପ୍ରଶାନ୍ତ ମୁଦୁଳି, ଶଙ୍କର ଓରାମ, ନରସିଂହ ମିଶ୍ର, କିଶୋର ଚନ୍ଦ୍ର ନାଏକ, ସତ୍ୟନାରାୟଣ ପ୍ରଧାନ, ନାଉରୀ ନାୟକ ପ୍ରମୁଖ ଅଂଶଗ୍ରହଣ କରି ନିଜର ମତ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos