ଅସ୍ଥାୟୀ ମେଡିକାଲ କେନ୍ଦ୍ର ଖର୍ଚ୍ଚର ହିସାବ ମିଳୁନି, ଅଡ଼ୁଆରେ ସରକାର

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଏବେ କ୍ୱାରେଣ୍ଟାଇନ କେନ୍ଦ୍ର ବା ଅସ୍ଥାୟୀ ମେଡିକାଲ କେନ୍ଦ୍ର ପାଇଁ ହୋଇଥିବା ଖର୍ଚ୍ଚରେ ବଡ଼ଧରଣର ସ୍କାମର ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଜିଲ୍ଲାପାଳମାନେ କ୍ୱାରେଣ୍ଟାଇନ କେନ୍ଦ୍ରର ଖର୍ଚ୍ଚ ଓ ଗରିବ ଲୋକମାନଙ୍କୁ ଏସଏଚଜି ମାଧ୍ୟମରେ ଦିଆଯାଇଥିବା ଖାଦ୍ୟର ଖର୍ଚ୍ଚ ବିବରଣୀ ମଧ୍ୟ ଦେଉନାହାନ୍ତି। କ୍ୱାରେଣ୍ଟାଇନ କେନ୍ଦ୍ରଗୁଡ଼ିକରେ ହୋଇଥିବା ଖର୍ଚ୍ଚର ହିସାବ ଦେଢ଼ମାସ ମଧ୍ୟରେ ୩ଥର ମଗାଯାଇଥିଲେ ବି ଜିଲ୍ଲାପାଳମାନେ […]

sx

sx

Hemant Lenka
  • Published: Saturday, 13 June 2020
  • Updated: 14 June 2020, 09:46 AM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଏବେ କ୍ୱାରେଣ୍ଟାଇନ କେନ୍ଦ୍ର ବା ଅସ୍ଥାୟୀ ମେଡିକାଲ କେନ୍ଦ୍ର ପାଇଁ ହୋଇଥିବା ଖର୍ଚ୍ଚରେ ବଡ଼ଧରଣର ସ୍କାମର ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଜିଲ୍ଲାପାଳମାନେ କ୍ୱାରେଣ୍ଟାଇନ କେନ୍ଦ୍ରର ଖର୍ଚ୍ଚ ଓ ଗରିବ ଲୋକମାନଙ୍କୁ ଏସଏଚଜି ମାଧ୍ୟମରେ ଦିଆଯାଇଥିବା ଖାଦ୍ୟର ଖର୍ଚ୍ଚ ବିବରଣୀ ମଧ୍ୟ ଦେଉନାହାନ୍ତି। କ୍ୱାରେଣ୍ଟାଇନ କେନ୍ଦ୍ରଗୁଡ଼ିକରେ ହୋଇଥିବା ଖର୍ଚ୍ଚର ହିସାବ ଦେଢ଼ମାସ ମଧ୍ୟରେ ୩ଥର ମଗାଯାଇଥିଲେ ବି ଜିଲ୍ଲାପାଳମାନେ ଶୁଣୁନଥିବାରୁ ପଞ୍ଚାୟତିରାଜ ସଚିବ ଜୁନ୍ ୧୧ତାରିଖରେ ପୁଣିଥରେ ଚିଠି ଲେଖି ବିଭାଗର ବିନାନୁମତିରେ ଅଧିକ ଅସ୍ଥାୟୀ ମେଡିକାଲ କେନ୍ଦ୍ର ନଖୋଲିବାକୁ ତାଗିଦ୍ କରିଛନ୍ତି।

ସୂଚନା ଅନୁସାରେ, ପଞ୍ଚାୟତିରାଜ ସଚିବ ଦେଓରଞ୍ଜନ ସିଂ ଜୁନ୍ ୧୧ତାରିଖରେ ସମସ୍ତ ଜିଲ୍ଲାପାଳ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଡିଓମାନଙ୍କୁ ଚିଠି ଲେଖି କହିଛନ୍ତି ଯେ, ରାଜ୍ୟରେ ୧୬୮୧୩ଟି ଅସ୍ଥାୟୀ ମେଡିକାଲ କେନ୍ଦ୍ର(ଟିଏମସି) ସ୍ଥାପନ ହୋଇଛି। କିନ୍ତୁ ପଂଚାୟତସ୍ତରରେ ସ୍ଥାପନ ହୋଇଥିବା ଏସବୁ କେନ୍ଦ୍ରର ଖର୍ଚ୍ଚର ହିସାବ ଏପର୍ଯ୍ୟନ୍ତ ବିଭାଗକୁ ମିଳିପାରିନି। ଯଦିଓ ଏପ୍ରିଲ ୨୭ତାରିଖରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଅଫିସ, ମେ’ ୨୦ତାରିଖ ଓ ଜୁନ୍ ୫ତାରିଖରେ ପଂଚାୟତିରାଜ ବିଭାଗ ପକ୍ଷରୁ ମଗାଯାଇଥିଲା, ତଥାପି ଏସବୁ ହିସାବର ରିପୋର୍ଟ ଏପର୍ଯ୍ୟନ୍ତ ମିଳିପାରିନି। ଯେଉଁଥିପାଇଁ ଏସଆରସିଙ୍କ ପାଖରେ ଖର୍ଚ୍ଚ ବିବରଣୀ ଦାଖଲ କରିବା ବିଭାଗ ପକ୍ଷେ ସମ୍ଭବପର ହୋଇପାରିନି।

ଅସ୍ଥାୟୀ ମେଡିକାଲ କେନ୍ଦ୍ରଗୁଡ଼ିକ ଖୋଲିବା ପାଇଁ ପଂଚାୟତଗୁଡ଼ିକ ଅର୍ଥକମିଶନଙ୍କ ପାଣ୍ଠିରୁ ୫ଲକ୍ଷ ଟଙ୍କା ଲେଖାଏଁ ଦେବା ପାଇଁ ଏପ୍ରିଲ ୨୨ତାରିଖରେ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଥିଲା। ଏବାବଦରେ ଜିଲ୍ଲାଗୁଡ଼ିକୁ ୪୮କୋଟି ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି। ଯାହାଫଳରେ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀମାନଙ୍କୁ ଏହି ଆନୁଷ୍ଠାନିକ କେନ୍ଦ୍ରରେ ରହିପାରୁଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ୧୬୮୧୩ଟି ଅସ୍ଥାୟୀ ମେଡିକାଲ କେନ୍ଦ୍ର ରହିଛି। ଏସବୁ କେନ୍ଦ୍ରଗୁଡ଼ିକର ନିର୍ମାଣ, ବିଦ୍ୟୁତିକରଣ, ବେଡ୍ , ବାଥରୁମ୍ , ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ନିମନ୍ତେ ହୋଇଥିବା ଖର୍ଚ୍ଚ ବିଷୟରେ ବ୍ଲକସ୍ତରରେ ବିଡିଓଙ୍କ ନେତୃତ୍ୱରେ କମିଟି ଗଠନ କରି ଯାଂଚ କରି ନିର୍ଦ୍ଧାରିତ ଫର୍ମାଟରେ ଜୁନ୍ ୧୯ତାରିଖ ସୁଦ୍ଧା ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାପୂର୍ବରୁ ଜୁନ୍ ୫ତାରିଖରେ ବିଭାଗର ଅତିରିକ୍ତ ସଚିବ ମହେଶ୍ୱର ପାଣିଗ୍ରାହୀ ସମସ୍ତ ଜିଲ୍ଲାପାଳଙ୍କୁ(ଜଗତସିଂହପୁରକୁ ଛାଡ଼ି) ପ୍ରଥମ ରିମାଇଣ୍ଡର ପଠାଇ ଅସ୍ଥାୟୀ ମେଡିକାଲ କେନ୍ଦ୍ରରେ ୨୧ଦିନିଆ କ୍ୱାରେଣ୍ଟାଇନ ପାଇଁ ମେ’ ୩୧ତାରିଖ ପର୍ଯ୍ୟନ୍ତ ହୋଇଥିବା ଖାଇବା ଖର୍ଚ୍ଚ, ବ୍ୟକ୍ତିଗତ ହାଇଜେନିକ୍ କିଟ୍ ବାବଦରେ ୩୦୦ଟଙ୍କା (ମୁଣ୍ଡପିଛା), ପରିଷ୍କାର-ପରିଚ୍ଛନ୍ନତା ଓ ସୁରକ୍ଷା ବାବଦରେ ଦୈନିକ ୨ହଜାର ଟଙ୍କାର ହିସାବ ୩ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ମାର୍ଚ୍ଚ ୨୯ରୁ ମେ’ ୧୭ତାରିଖ ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ଏସଏଚଜିଗୁଡ଼ିକ ମାଧ୍ୟମରେ ଦିଆଯାଇଥିବା ଗରିବ ଲୋକଙ୍କୁ ଖାଦ୍ୟର ହିସାବ ମଧ୍ୟ ନିର୍ଦ୍ଧାରିତ ଫର୍ମାଟରେ ଦେବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। ଏବାବଦରେ ଏସଆରସି ମୋଟ ୨୧.୬୬କୋଟି ଟଙ୍କା ଜିଲ୍ଲାଗୁଡ଼ିକୁ ଦେଇଛନ୍ତି। ମାତ୍ର ଜିଲ୍ଲାପାଳମାନେ ଏହି ହିସାବ ନଦେବାରୁ ବିଭାଗୀୟ ସଚିବ ଶ୍ରୀ ସିଂ ପୁଣିଥରେ ଜୁନ୍ ୧୧ରେ ଚିଠି ଲେଖି ୮ଦିନ ମଧ୍ୟରେ ହିସାବ ଦେବାକୁ ତାଗିଦ୍ କରିଛନ୍ତି।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ, ବିଭାଗ ପକ୍ଷରୁ ପଂଚାୟତଗୁଡ଼ିକ ୫ଲକ୍ଷ ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ କୌଣସି ପଂଚାୟତକୁ ଏପର୍ଯ୍ୟନ୍ତ କରୋନାଜନିତ ଖର୍ଚ୍ଚବାବଦରେ ଟଙ୍କାଟିଏ ମଞ୍ଜୁର ହୋଇନି। ଅନେକ ସ୍ଥାନରେ ସରପଂଚମାନେ ଏନେଇ ଆବଶ୍ୟକ ରେଜିଷ୍ଟର ମଧ୍ୟ ରଖିନାହାନ୍ତି। ସରପଂଚମାନେ ବ୍ୟକ୍ତିଗତ ଭାବେ ଏହି ଟଙ୍କା ଖର୍ଚ୍ଚ କରି ବିଲକୁ ଅପେକ୍ଷା କରିଥିବାବେଳେ ବିଡିଓମାନେ ଆବଶ୍ୟକ ଗାଇଡଲାଇନ୍ ନଥିବାରୁ ଖର୍ଚ୍ଚ ଅର୍ଥ ଦେଉନାହାନ୍ତି।

ଏପରିକି ପ୍ରବାସୀଙ୍କୁ କ୍ୱାରେଣ୍ଟାଇନରେ ରହିବା ବାବଦରେ ୨ହଜାର ଟଙ୍କା ମଧ୍ୟ ମିଳିନଥିବା ସୂଚନା ମିଳିଛି। ରାଜ୍ୟକୁ ଏବେସୁଦ୍ଧା ୫ ଲକ୍ଷ ୨୨ହଜାର ୧୪୮ପ୍ରବାସୀ ଫେରି କ୍ୱାରେଣ୍ଟାଇନରେ ରହିଥିଲେ। ତେଣୁ ଏହି ଅସ୍ଥାୟୀ ମେଡିକାଲ କେନ୍ଦ୍ର ବାବଦରେ ହୋଇଥିବା ଖର୍ଚ୍ଚକୁ ନେଇ ବଡ଼ଧରଣର ଅନିୟମିତତା ହେବାର ଆଶଙ୍କା ଦେଖାଦେଇଛି। ଯେଉଁଥିପାଇଁ ଜିଲ୍ଲାରୁ ହିସାବ ମିଳିବାରେ ବିଳମ୍ବ ଯୋଗୁ ସରକାର ଚିନ୍ତାରେ ପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story