କରୋନାରେ କ୍ଷତିଗ୍ରସ୍ତ ଶିଳ୍ପ ପାଇଁ ଖୁବଶୀଘ୍ର ଆସିବ ପ୍ୟାକେଜ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ବିପତ୍ତି ଯୋଗୁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟର ଶିଳ୍ପ କ୍ଷେତ୍ରକୁ ପୁଣିଥରେ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଏକ ପ୍ୟାକେଜ୍ ଘୋଷଣା କରିବାର ସମ୍ଭାବନା ରହିଛି। ଆଜି ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, କରୋନା ଯୋଗୁ ଦୁର୍ବଳ ହୋଇଯାଇଥିବା ଶିଳ୍ପ କ୍ଷେତ୍ରକୁ ପୁଣିଥରେ ଟ୍ରାକକୁ […]

industrial

industrial

Manoranjan Sial
  • Published: Saturday, 25 April 2020
  • Updated: 25 April 2020, 08:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ବିପତ୍ତି ଯୋଗୁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟର ଶିଳ୍ପ କ୍ଷେତ୍ରକୁ ପୁଣିଥରେ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଏକ ପ୍ୟାକେଜ୍ ଘୋଷଣା କରିବାର ସମ୍ଭାବନା ରହିଛି। ଆଜି ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, କରୋନା ଯୋଗୁ ଦୁର୍ବଳ ହୋଇଯାଇଥିବା ଶିଳ୍ପ କ୍ଷେତ୍ରକୁ ପୁଣିଥରେ ଟ୍ରାକକୁ ଫେରାଇ ଆଣି ରାଜ୍ୟର ଆର୍ଥିକ ସ୍ଥିତି, ଅର୍ଥନୀତି ଓ ସାମାଜିକ ସ୍ଥିତିକୁ ସ୍ୱାଭାବିକ କରିବାକୁ ପ୍ରୟାସ କରାଯାଉଛି। ଏନେଇ ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକରେ ପ୍ରାଥମିକ ଭାବେ ଆଲୋଚନା ହୋଇଛି। ଅଣୁ,କ୍ଷୁଦ୍ର ଓ ମାଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକରେ କ’ଣ ସମସ୍ୟା ରହିଛି ଓ ସେମାନଙ୍କ କ’ଣ ଆବଶ୍ୟକତା ସେ ସମ୍ପର୍କରେ ସରକାରଙ୍କୁ ଜଣାଇବା ପାଇଁ ସମସ୍ତ ଶିଳ୍ପ ସଂଘଗୁଡ଼ିକୁ କୁହାଯାଇଛି। ବିଶେଷକରି ଭିତ୍ତିଭୂମି କ୍ଷେତ୍ରରେ ସରକାର ଅଧିକ ପୁଞ୍ଜିନିବେଶ କରିବାକୁ ଚାହୁଁଛନ୍ତି। ମେ’ ୩ତାରିଖରେ ଲକଡାଉନ୍ ଅବଧି ସରିବା ପରେ ସାମାଜିକ ଦୂରତ୍ୱ ପାଳନ କରି ଶିଳ୍ପ ସଂସ୍ଥାଗୁଡ଼ିକରେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯିବ।

ସେହିପରି ଶିଳ୍ପ ନିର୍ଦ୍ଦେଶକ ନିତିନ ଜାୱଲେ କହିଛନ୍ତି ଯେ, ଦୁର୍ବଳ ଶିଳ୍ପକୁ ଟ୍ରାକକୁ ଫେରାଇ ଆଣିବାକୁ ଉଦ୍ୟମ ହେଉଛି। ୧୭ଟି ଶିଳ୍ପ ସଂଗଠନ ସହ ଆଲୋଚନା ସ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos