ୟୁକ୍ରେନ୍ ସଙ୍କଟ: ଓଡ଼ିଶା ସରକାରଙ୍କ ଆତ୍ମପ୍ରଚାର ନିଶା, ପଦାରେ ପଡ଼ିଲା ଅପରିପକ୍ୱ ମାନସିକତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୟୁକ୍ରେନ୍ ଓ ଋଷ୍ ମଧ୍ୟରେ ଯୁଦ୍ଧ ଜାରି ରହିଥିବାବେଳେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଆଜି ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଯାହା ବିଦେଶ ମାଟିରେ ଭାରତ ସରକାରଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଇଛି । ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ନିଜର ୪ଜଣ ମନ୍ତ୍ରୀଙ୍କୁ ୟୁକ୍ରେନର ୪ଟି ପଡ଼ୋଶୀ ରାଷ୍ଟ୍ରକୁ ସ୍ୱତନ୍ତ୍ର ଦୂତ କରି ପଠାଇଥିବା ତଥା ସେମାନେ ସେଠାରେ ରହି […]

indian-at-ukraine

indian-at-ukraine

Ordigital Desk
  • Published: Thursday, 03 March 2022
  • Updated: 03 March 2022, 10:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୟୁକ୍ରେନ୍ ଓ ଋଷ୍ ମଧ୍ୟରେ ଯୁଦ୍ଧ ଜାରି ରହିଥିବାବେଳେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଆଜି ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଯାହା ବିଦେଶ ମାଟିରେ ଭାରତ ସରକାରଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଇଛି । ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ନିଜର ୪ଜଣ ମନ୍ତ୍ରୀଙ୍କୁ ୟୁକ୍ରେନର ୪ଟି ପଡ଼ୋଶୀ ରାଷ୍ଟ୍ରକୁ ସ୍ୱତନ୍ତ୍ର ଦୂତ କରି ପଠାଇଥିବା ତଥା ସେମାନେ ସେଠାରେ ରହି ପ୍ରତ୍ୟେକ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ସୁନିଶ୍ଚିତ କରୁଥିବାବେଳେ ଓଡ଼ିଶା ସରକାରଙ୍କ ଅପରିପକ୍ୱ ମାନସିକତା ଓ ନିଷ୍ପତ୍ତି ଏବେ ରାଜ୍ୟର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଓ ଉଦବେଗର ବିଷୟ ପାଲଟିଛି । ଓଡ଼ିଶା ସରକାର ୪ଜଣ ବେସରକାରୀ ବ୍ୟକ୍ତିଙ୍କୁ ନିଜର ସ୍ୱତନ୍ତ୍ର ପ୍ରତିନିଧି ଭାବେ ଏହି ୪ଟି ରାଷ୍ଟ୍ରକୁ ପଠାଇବାକୁ ଆଜି ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି । ତେବେ ୟୁକ୍ରେନ୍ ଯୁଦ୍ଧ ଭଳି ଆନ୍ତର୍ଜାତିକ ସମ୍ବେଦନଶୀଳ ପ୍ରସଙ୍ଗରେ ଓଡ଼ିଶା ସରକାର କିଭଳି ୪ଜଣ ବେସରକାରୀ ବ୍ୟକ୍ତିଙ୍କୁ ନିଜର ସ୍ୱତନ୍ତ୍ର ପ୍ରତିନିଧି ଭାବେ ବିଦେଶକୁ ପଠାଇ ନିଜର ଅପରିପକ୍ୱତା ପ୍ରକଟ କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସୂଚନା ଅନୁସାରେ, ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଦସ୍ତଖତରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଯେଉଁଥିରେ ୪ଜଣ ବେସରକାରୀ ବ୍ୟକ୍ତିଙ୍କୁ ୟୁକ୍ରେନର ପଡ଼ୋଶୀ ୪ଟି ରାଷ୍ଟ୍ର ପୋଲାଣ୍ଡ, ହଙ୍ଗେରୀ, ରୋମାନିଆ ଓ ସ୍ଲୋଭାକିଆକୁ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ପ୍ରତିନିଧି ଭାବେ ପଠାଇବାକୁ ନିଷ୍ପତ୍ତି ହୋଇଛି । ଯେଉଁ ୪ଜଣ ବେସରକାରୀ ବ୍ୟକ୍ତିଙ୍କୁ ଓଡ଼ିଶା ସରକାର ନିଜର ସ୍ୱତନ୍ତ୍ର ପ୍ରତିନିଧି ଭାବେ ମନୋନୀତ କରିଛନ୍ତି ସେମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟର ଉପସଭାପତି ତଥା ବିଶ୍ୱବିଦ୍ୟାଳୟର ଆର୍ନ୍ତଜାତିକ ବିଭାଗ ଦାୟିତ୍ୱରେ ଥିବା ବିକ୍ରମାଦିତ୍ୟ ଅଛନ୍ତି । ସେ ପୋଲାଣ୍ଡ ଦାୟିତ୍ୱ ସହ ସମନ୍ୱୟ ରକ୍ଷା ଦିଗରେ କାର୍ଯ୍ୟ କରିବେ ।

ସେହିପରି ୟୁଏନଏଚସିଆରରେ ସିନିୟର ଟିପିଡିଏସ ଅଫିସର ଆରୁଷି ରାୟ-ହଙ୍ଗେରୀ, ୟୁଏନ ପଲିସି ଅଫିସର ବୈଶାଳୀ ମହାନ୍ତିଙ୍କୁ ରୋମାନିଆ ଓ ଅନୁରାଗ ପଟ୍ଟନାୟକଙ୍କୁ ସ୍ଲୋଭାକିଆର ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ପ୍ରତିନିଧି ଦାୟିତ୍ୱ ଦିଆଯାଇଛି । ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର କାର୍ଯ୍ୟାଳୟ ଏ ମାମଲାରେ ନୋଡାଲ୍ ଅଫିସ ଭାବେ କାର୍ଯ୍ୟ କରିବ ତଥା ଏହି ୪ଜଣ ବେସରକାରୀ ବ୍ୟକ୍ତିଙ୍କ ଏବାବଦରେ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବହନ କରାଯିବ ।

ତେବେ ପ୍ରଶ୍ନ ଉଠୁଛି, ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ମାରାଥନ୍ ବୈଠକ କରିବା ସହ ଭାରତ ସରକାର ‘ଅପରେସନ୍ ଗଙ୍ଗା’ ଅନ୍ତର୍ଗତ ନିଜର ୪ଜଣ ମନ୍ତ୍ରୀଙ୍କୁ ୟୁକ୍ରେନର ୪ଟି ପଡ଼ୋଶୀ ରାଷ୍ଟ୍ରକୁ ପଠାଇ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବାବେଳେ ଓଡ଼ିଶା ସରକାର କିଭଳି ବିଦେଶ ମାଟିକୁ ନିଜର ସ୍ୱତନ୍ତ୍ର ପ୍ରତିନିଧି ପଠାଉଛନ୍ତି? ଏଥିପାଇଁ ଓଡ଼ିଶା ସରକାରଙ୍କୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଅନୁମତି ଦେଇଛନ୍ତି କି? ଭାରତ ସରକାରଙ୍କ ମନ୍ତ୍ରୀ ଓ ଅଧିକାରୀମାନେ ୟୁକ୍ରେନ ଓ ଋଷ୍ ସରକାର ସମେତ ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସଙ୍ଗେ କୂଟନୀତିକ ସ୍ତରରେ ଆଲୋଚନା କରି ଯୁଦ୍ଧଗ୍ରସ୍ତ ଅଂଚଳରୁ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରାଉଥିବାବେଳେ ଓଡ଼ିଶା ସରକାରଙ୍କ ଏହି ପ୍ରତିନିଧିମାନେ ସେଠାରେ ଅଧିକ କ’ଣ କରିବେ? ଓଡ଼ିଶା ସରକାରଙ୍କ ଏହି ନିର୍ଦ୍ଦେଶ ପତ୍ର କ’ଣ ବିଦେଶ ମାଟିରେ ବୈଧ କି? ସମ୍ବେଦନଶୀଳ ଆନ୍ତର୍ଜାତିକ ପ୍ରସଙ୍ଗକୁ ଓଡ଼ିଶା ସରକାର ଏତେ ହାଲକା ଭାବେ କିପରି ନେଇ ଏଭଳି ମନମୁଖୀ ନିଷ୍ପତ୍ତି ନେଲେ?

ଯଦି ରାଜ୍ୟର ବିଜେଡି ସରକାର ୟୁକ୍ରେନ ସଙ୍କଟରେ ବି ନିଜର ଆତ୍ମପ୍ରଚାର ଚାହୁଁଛନ୍ତି ତା’ହେଲେ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ପ୍ରତିନିଧି ଭାବେ ନିଯୁକ୍ତି ଦେଇପାରିଥାନ୍ତେ । ଯେଉଁମାନେକି ଦିଲ୍ଲୀରେ ବିଦେଶ ମନ୍ତ୍ରଣାଳୟ ସହ ଯୋଗସୂତ୍ରରେ ରହି ଓଡ଼ିଆଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ଅଧିକ ତ୍ୱରାନ୍ୱିତ କରିଥାନ୍ତେ।

ୟୁକ୍ରେନରେ କେତେ ଓଡ଼ିଆ ରହିଛନ୍ତି ତା’ର ହିସାବ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପାଖରେ ନଥିବାବେଳେ ଏଭଳି ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ମନୋନୀତ କାହା ଚାପରେ କରାଗଲା ତାକୁ ନେଇ ପ୍ରଶ୍ନ ଉଠିଛି। ଏହି ମନୋନୀତ ପ୍ରତିନିଧିମାନଙ୍କର ବିଶ୍ୱସନୀୟତା ଓ ଉତ୍ତରଦାୟିତ୍ୱ ସନ୍ଦେହଘେରରେ ରହିଥିବାବେଳେ ସରକାର ସେମାନଙ୍କୁ ନିଜର ପ୍ରତିନିଧି ଭାବେ ମନୋନୀତ କରିବା ପୂର୍ବରୁ କିଛି ଖୋଳତାଡ଼ କରିଛନ୍ତି କି? ନାକେବଳ ଶାସକ ଦଳର ଜଣେ ସାଂସଦଙ୍କ ଅନ୍ତରଙ୍ଗ ସହଯୋଗୀ ତଥା ତୃତୀୟ ମହଲାର ଜଣେ ମହିଳା ଅଫିସରଙ୍କ ଘନିଷ୍ଠ ବୋଲି ତାଙ୍କ କଥାରେ ଏଭଳି ଅପରିପକ୍ୱ ନିଷ୍ପତ୍ତି ନିଆଯାଇଛି?

ସୂଚନାଯୋଗ୍ୟ, ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ୧୫୦୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଥିବାବେଳେ ଭାରତ ସରକାରଙ୍କ ‘ଅପରେସନ ଗଙ୍ଗା’ ମାଧ୍ୟମରେ କିଛି ଓଡ଼ିଆ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିସାରିଲେଣି। ବାକି ନାଗରିକମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ଭାରତ ସରକାର ସୁନିଶ୍ଚିତ କରାଉଛନ୍ତି । ତେଣୁ ଏଭଳି ସ୍ଥିତିରେ କ୍ଷମତାସୀନ ବିଜେଡି ସରକାର କେବଳ ଆତ୍ମପ୍ରଚାର ନିଶାରେ ଏପରି କାର୍ଯ୍ୟ କରିବା ଅନୁଚିତ୍‌, ଯାହା ବିଦେଶ ମାଟିରେ ଭାରତ ସରକାରଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଇବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story