ନିଯୁକ୍ତି ଯୋଜନା ନୁହେଁ ବିଜୁ ଯୁବ ବାହିନୀ, ତଥାପି ଖର୍ଚ୍ଚ ହେଲାଣି ୧୦୪ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ କେବଳ ଯୁବକଯୁବତୀମାନଙ୍କୁ ସ୍ୱେଚ୍ଛାକୃତ ଭାବେ ସେବା କାର୍ଯ୍ୟ କରିବାକୁ ଉତ୍ସାହିତ କରିଥାଏ । ଏହା ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିନଥାଏ କିମ୍ବା ଆଗାମୀ ଦିନରେ ଏହି ଯୋଜନାରେ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିବାର କୌଣସି ଯୋଜନା ମଧ୍ୟ ନାହିଁ ବୋଲି ଆଜି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ତେବେ ଗତ ବର୍ଷକ ମଧ୍ୟରେ ବିଜୁ ଯୁବ ବାହିନୀରେ ରାଜ୍ୟ ସରକାର ୧୦୪କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଏହା […]

88-member-biju-yuva-vahini-will-be-on-a-visit-to-singapore

88-member-biju-yuva-vahini-will-be-on-a-visit-to-singapore

Manoranjan Sial
  • Published: Friday, 15 November 2019
  • Updated: 15 November 2019, 09:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ କେବଳ ଯୁବକଯୁବତୀମାନଙ୍କୁ ସ୍ୱେଚ୍ଛାକୃତ ଭାବେ ସେବା କାର୍ଯ୍ୟ କରିବାକୁ ଉତ୍ସାହିତ କରିଥାଏ । ଏହା ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିନଥାଏ କିମ୍ବା ଆଗାମୀ ଦିନରେ ଏହି ଯୋଜନାରେ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିବାର କୌଣସି ଯୋଜନା ମଧ୍ୟ ନାହିଁ ବୋଲି ଆଜି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ତେବେ ଗତ ବର୍ଷକ ମଧ୍ୟରେ ବିଜୁ ଯୁବ ବାହିନୀରେ ରାଜ୍ୟ ସରକାର ୧୦୪କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଏହା ନିକଟ ଭବିଷ୍ୟତରେ ଲୋକ ପାଇଯିବାର ଆଶଙ୍କା ସତ୍ୟ ନୁହେଁ ବୋଲି ଆଜି ବିଧାନସଭାରେ ସ୍ପଷ୍ଟୀକରଣ ଦେଇଛନ୍ତି ।

ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ରାଜ୍ୟର ଯୁବବର୍ଗଙ୍କ ଅନ୍ତନିର୍ହିତ ଶକ୍ତି, ସାର୍ମଥ୍ୟ, କାର୍ଯ୍ୟକାରୀ ଶକ୍ତି, ଯୁବସୁଲଭ ଉତ୍ସାହ ଉଦ୍ଦୀପନା ଉପଯୋଗପୂର୍ବକ ସେମାନଙ୍କୁ ଦାୟିତ୍ୱବାନ୍ ନାଗରିକ ଭାବେ ଗଢ଼ି ତୋଳିବା ଓ ସମାଜ କଲ୍ୟାଣରେ ସେମାନଙ୍କର ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରିବା ନିମନ୍ତେ ‘ବିଜୁ ଯୁବବାହିନୀ’ର ପରିକଳ୍ପନା କରାଯାଇଛି । ରାଜ୍ୟର ଆଗ୍ରହୀ ଯୁବକଯୁବତୀଙ୍କୁ ବିଜୁ ଯୁବ ବାହିନୀରେ ସ୍ୱେଚ୍ଛାସେବୀ ଭାବେ ପଞ୍ଜିକୃତ କରିବା ନିମନ୍ତେ ସରକାର ଯୋଜନା ରଖିଛନ୍ତି। ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ ମାଧ୍ୟମରେ ୨୦୧୮-୧୯ ଆର୍ଥିକ ବର୍ଷରେ ୧୦୦.୯୩କୋଟି ଓ ୨୦୧୯-୨୦ ଆର୍ଥିକ ବର୍ଷର୍ରେ ନଭେମ୍ବର ୭ତାରିଖ ସୁଦ୍ଧା ୩.୯୪କୋଟି ଟଙ୍କା ଖର୍ଚ୍ଚ ହୋଇଛି।

୨୦୧୮-୧୯ ଆର୍ଥିକ ବର୍ଷରେ ‘ବିଜୁ ଯୁବ ବାହିନୀ’ ଉପଯୋଜନା ଅନ୍ତର୍ଗତ ସାମାଜିକ ସେବା କାର୍ଯ୍ୟକ୍ରମରେ ୨୨.୯୫କୋଟି ଟଙ୍କା, ମୁଁ ହିରୋ କାର୍ଯ୍ୟକ୍ରମରେ ୧୯.୩୫କୋଟି ଟଙ୍କା, କ୍ରୀଡ଼ା ଉପକରଣ ବଣ୍ଟନରେ ୩୭.୨୮କୋଟି ଟଙ୍କା, ବିଭିନ୍ନ କ୍ରୀଡ଼ାର ଆୟୋଜନରେ ୩.୩୮କୋଟି ଟଙ୍କା, ଯୁବ ସମାବେଶ ଆୟୋଜନରେ ୧୭.୯୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ନଭେମ୍ବର ୭ତାରିଖ ସୁଦ୍ଧା ସାମାଜିକ ସେବା କାର୍ଯ୍ୟକ୍ରମ ଅନ୍ତର୍ଗତ ୩.୯୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ବିଜେପି ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos