ଅର୍ଥ ସଙ୍କଟ ଜଳଜଳ: ବନ୍ଦ ହେଲା ‘ବିଜୁ ପକ୍କାଘର’ ଯୋଜନା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ସହ ତାଳ ଦେଇ ନିର୍ବାଚନ ଜିତିବା ନିମନ୍ତେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଯେଉଁସବୁ ନିଜସ୍ୱ ଯୋଜନାକୁ ‘ଟ୍ରମ୍ପ୍ କାର୍ଡ’ ଭାବେ ଉପଯୋଗ କରୁଥିଲେ ଏବେ ସେସବୁ ଯୋଜନାକୁ ଗୋଟିଏପରେ ଗୋଟିଏ ବେଶ୍ ସନ୍ତର୍ପଣରେ ବନ୍ଦ କରିବାରେ ଲାଗିଛନ୍ତି। ନିଜସ୍ୱ ଯୋଜନା ‘କାଳିଆ’କୁ ‘ପିଏମ-କିଷାନ’ ସହ ମିଶ୍ରଣ କରିସାରିଥିବା ରାଜ୍ୟ ସରକାର ଏବେ ‘ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା’ ଭଳି ଯୋଜନାକୁ ଆପଣାଇ ନିଜସ୍ୱ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଓ […]

odisha-government-stopped-biju-pucca-ghar-yojana

Manoranjan Sial
  • Published: Friday, 13 December 2019
  • Updated: 13 December 2019, 06:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ସହ ତାଳ ଦେଇ ନିର୍ବାଚନ ଜିତିବା ନିମନ୍ତେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଯେଉଁସବୁ ନିଜସ୍ୱ ଯୋଜନାକୁ ‘ଟ୍ରମ୍ପ୍ କାର୍ଡ’ ଭାବେ ଉପଯୋଗ କରୁଥିଲେ ଏବେ ସେସବୁ ଯୋଜନାକୁ ଗୋଟିଏପରେ ଗୋଟିଏ ବେଶ୍ ସନ୍ତର୍ପଣରେ ବନ୍ଦ କରିବାରେ ଲାଗିଛନ୍ତି। ନିଜସ୍ୱ ଯୋଜନା ‘କାଳିଆ’କୁ ‘ପିଏମ-କିଷାନ’ ସହ ମିଶ୍ରଣ କରିସାରିଥିବା ରାଜ୍ୟ ସରକାର ଏବେ ‘ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା’ ଭଳି ଯୋଜନାକୁ ଆପଣାଇ ନିଜସ୍ୱ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଓ ମମତା’ ଯୋଜନା ଉପରେ ଆର୍ଥିକ ଚାପକୁ ହ୍ରାସ କରିବା ଦିଗରେ କାର୍ଯ୍ୟ କରୁଥିବାବେଳେ ନିଜସ୍ୱ ଗ୍ରାମାଞ୍ଚଳ ଆବାସିକ ଯୋଜନା ‘ବିଜୁ ପକ୍କାଘର’କୁ ମଧ୍ୟ କେନ୍ଦ୍ର ସରକାରଙ୍କ ପିଠିରେ ଲାଉ ହୋଇ ବାହାବା ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଅନ୍ତର୍ଗତ ଓଡ଼ିଶାରେ ୫.୧୮ଲକ୍ଷ ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ନିଜସ୍ୱ ଯୋଜନା ‘ବିଜୁ ପକ୍କାଘର’ରେ ଗୋଟିଏ ବି ଘର ନିର୍ମାଣ ପାଇଁ ବଜେଟ୍ ବରାଦ ହୋଇନଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟ ଖୋଲାଖୋଲି ଭାବେ ଏବେ ଓଡ଼ିଶାର ଆର୍ଥିକ ସ୍ୱାସ୍ଥ୍ୟ ସଙ୍କଟଜନକ ପରିସ୍ଥିତି ମଧ୍ୟରେ ରହିଥିବାକୁ ଦର୍ଶାଉଛି।

ମିଳିଥିବା ସୂଚନା ଅନୁସାରେ, ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ନିଜସ୍ୱ ମହାତ୍ୱାକାଂକ୍ଷୀ ଯୋଜନା ‘ବିଜୁ ପକ୍କାଘର’ ଆରମ୍ଭ କରିଥିବା ବିଜେଡି ସରକାର ଚଳିତ ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ ଏପର୍ଯ୍ୟନ୍ତ ଟଙ୍କାଟିଏ ବ୍ୟୟବରାଦ କରିପାରିନାହାନ୍ତି। ଆର୍ଥିକ ବର୍ଷ ସରିବାକୁ ଆଉ ମାତ୍ର ୩ମାସ ବାକିଥିବାବେଳେ ନିଜର ଏହି ଯୋଜନା ନିମନ୍ତେ ଅର୍ଥ ଆବଣ୍ଟନ ନକରିବା ସରକାରଙ୍କ ଦୁର୍ବଳ ଆର୍ଥିକ ସ୍ଥିତିର ପ୍ରମାଣ ଦେଉଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଓ ବିଜୁ ପକ୍କାଘରକୁ ମିଶାଇ ଦେବାକୁ ରାଜ୍ୟ ସରକାର ଇତିମଧ୍ୟରେ ପଦକ୍ଷେପ ନେଇ ସାରିଥିବା ସୂଚନା ମିଳିଛି। ୨୦୧୯ ଜୁନ୍ ୨୮ତାରିଖ ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗ୍ରାମାଞ୍ଚଳ ଆବାସ ଯୋଜନା ନିମନ୍ତେ ୪୮୨୦କୋଟି ଟଙ୍କାର ଆବଣ୍ଟନବେଳେ ଏହି ଦୁଇ ଯୋଜନାର କନଭରଜେନ୍ସ (ସଂଯୋଜନ ବା ସମ୍ମିଶ୍ରଣ) ସମ୍ପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ। ସେତେବେଳେ ଗଣମାଧ୍ୟମ ଏହାକୁ ବିଶେଷ ଗୁରୁତ୍ୱ ଦେଇନଥିଲା କି ବିରୋଧୀ ଦଳ ମଧ୍ୟ ଏନେଇ ସ୍ୱର ଉଠାଇ ନଥିଲା। ମାତ୍ର ପରବର୍ତ୍ତୀ ସମୟରେ ଜିଲ୍ଲାଗୁଡ଼ିକୁ ‘ବିଜୁ ପକ୍କାଘର’ ବନ୍ଦ ହୋଇଯିବାପରେ ଏହି ଯୋଜନା ମିଶ୍ରଣ କଥା ପଦାକୁ ଆସିଛି।

ସରକାରଙ୍କ ତଥ୍ୟ ଅନୁସାରେ, ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଓଡ଼ିଶାକୁ ୫ଲକ୍ଷ ୧୮ହଜାର ୬୯୮ଟି ଗୃହ ଆବଣ୍ଟନ ହୋଇଥିବାବେଳେ ସେଥିରୁ ଏପର୍ଯ୍ୟନ୍ତ ୭୯,୮୦୨ଟି ଘର ସମ୍ପୂର୍ଣ୍ଣ ହୋଇସାରିଛି ଓ ବାକି ୪ଲକ୍ଷ ୩୮ହଜାର ୮୮୭ଟି ଘର ଅସମ୍ପୂର୍ଣ୍ଣ ହୋଇ ରହିଛି।
ତେବେ ୨୦୧୯-୨୦ ଆର୍ଥିକ ବର୍ଷରେ ‘ବିଜୁ ପକ୍କାଘର’ ଯୋଜନା କୌଣସି ଗୋଟିଏ ଘର ଆବଣ୍ଟିତ ହୋଇନଥିବାବେଳେ ୨୦୧୮-୧୯ରେ ଆବଣ୍ଟିତ ୨୯,୪୪୩ଟି ଘର ମଧ୍ୟରୁ ୮୪୨୭ଟି ଘର ଅସମ୍ପୂର୍ଣ୍ଣ ରହିଛି। ସେହିପରି ୨୦୧୭-୧୮ରେ ୧୧୯୫୧ଟି ବିଜୁ ପକ୍କାଘର ଆବଣ୍ଟନ ହୋଇଥିବାବେଳେ ସେଥିରୁ ୧୯୨୦ଟି ଘର ଅସମ୍ପୂର୍ଣ୍ଣ ଅଛି। ୨୦୧୬-୧୭ରେ ୬୧,୬୬୫ଟି ଘର ମଧ୍ୟରୁ ୭୦୨୪ଟି ଘର, ୨୦୧୫-୧୬ରେ ୯୩,୫୧୫ଟି ମଧ୍ୟରୁ ୫୫୮୧ଟି, ୨୦୧୪-୧୫ରେ ୪୭୦୪୮ଟି ଘର ମଧ୍ୟରୁ ୨୮୫୫ଟି ଘର ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି।

ସୂଚନାଯୋଗ୍ୟ, ବିଜେଡି ସରକାର ଭୋଟରଙ୍କୁ ଆକୃଷ୍ଟ ପାଇଁ ୪୪ଟି ନିଜସ୍ୱ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ଏବେ ସେଥିରୁ ପ୍ରାୟ ଡଜନେ ସ୍କିମ୍ ବନ୍ଦ ହୋଇସାରିଲାଣି ଓ ପ୍ରାୟ ୬ରୁ ଅଧିକ ଫ୍ଲାଗସିପ୍ ଯୋଜନା ଏବେ କେନ୍ଦ୍ର ସରକାରଙ୍କ ଭରସାରେ ରହିଛି। ଏହା ହିଁ ରାଜ୍ୟର ଆର୍ଥିକ ସ୍ଥିତି ଦିନକୁ ଦିନ କେତେ ବିପର୍ଯ୍ୟସ୍ତ ଆଡ଼କୁ ଯାଉଛିି, ତାହା ଏବେ ଜଳଜଳ ହୋଇ ଜଣାପଡ଼ୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story