‘ଫୋନି’ ପ୍ରଭାବିତଙ୍କ ପାଇଁ ସରକାରଙ୍କ ୧୬୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଚାଷ ଓ ଚାଷୀଙ୍କ ନିମନ୍ତେ ରାଜ୍ୟ ସରକାର ଆଜି ୧୬୦୦ କୋଟି ଟଙ୍କାର ‘ଜୀବିକା ନିର୍ବାହ ସହାୟତା’ ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ ପ୍ରଭାବିତ ଜିଲ୍ଲାରେ ଖଜଣା, ଜଳକର, ସ୍କୁଲ ଫି’ ଓ ପରୀକ୍ଷା ଛାଡ଼ କରାଯିବା ସହ ପ୍ରାଥମିକ ସ୍କୁଲଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ଦୁଇ ହଳ ସ୍କୁଲ ୟୁନିଫର୍ମ ଯୋଗାଇ ଦିଆଯିବା ସାମିଲ୍‌ ଅଛି। ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ […]

odisha-govt-announces-a-special-package-for-various-sections-of-people-affected-by-cyclone-fani

Manoranjan Sial
  • Published: Saturday, 11 May 2019
  • Updated: 11 May 2019, 08:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଚାଷ ଓ ଚାଷୀଙ୍କ ନିମନ୍ତେ ରାଜ୍ୟ ସରକାର ଆଜି ୧୬୦୦ କୋଟି ଟଙ୍କାର ‘ଜୀବିକା ନିର୍ବାହ ସହାୟତା’ ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ ପ୍ରଭାବିତ ଜିଲ୍ଲାରେ ଖଜଣା, ଜଳକର, ସ୍କୁଲ ଫି' ଓ ପରୀକ୍ଷା ଛାଡ଼ କରାଯିବା ସହ ପ୍ରାଥମିକ ସ୍କୁଲଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ଦୁଇ ହଳ ସ୍କୁଲ ୟୁନିଫର୍ମ ଯୋଗାଇ ଦିଆଯିବା ସାମିଲ୍‌ ଅଛି।

୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କୃଷି ଇନପୁଟ୍ ସିବସିଡି ମିଳିବ। ଅଣଜଳସେଚିତ ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୬୮୦୦ ଟଙ୍କା ଓ ଜଳସେଚିତ ଜମିରେ ଫସଲ ନଷ୍ଟ ପାଇଁ ହେକ୍ଟର ପିଛା ୧୩,୫୦୦ ଟଙ୍କା କୃଷି ଇନପୁଟ୍ ସବସିଡି ମିଳିବ। ସେହିପରି ସବୁଦିନିଆ ଫସଲ ହେଉଥିବା ଜମିରେ ଫସଲ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୧୮ହଜାର ଟଙ୍କାର ଇନପୁଟ୍ ସବସିଡି ମିଳିବ। କୌଣସି ପରିସ୍ଥିତିରେ ବି ପ୍ରଭାବିତ ଚାଷୀଙ୍କୁ ସବୁଦିନିଆ ଫସଲ ପାଇଁ ୨ହଜାର ଟଙ୍କାରୁ କମ୍ କ୍ଷତିପୂରଣ ମିଳିବ ନାହିଁ।

ଆମ୍ବ, ନଡ଼ିଆ, କାଜୁ, କିଆଫୁଲ, ପାନ ଚାଷକୁ ସବୁଦିନିଆ ଫସଲ ଭାବେ ବିବେଚନା କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିବାବେଳେ ପ୍ରକୃତ ଚାଷୀଙ୍କୁ ହିଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ପ୍ରଭାବିତ ଅଞ୍ଚଳରେ ୩୩ ପ୍ରତିଶତ ଫସଲ କ୍ଷତି ହୋଇଥିବା ଚାଷୀଙ୍କ ସ୍ୱଳ୍ପମିଆଦୀ ରବି ଫସଲ ଋଣକୁ ମଧ୍ୟମମିଆଦୀରେ ପରିବର୍ତ୍ତନ କରାଯିବ। ‘ଫୋନି’ ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଖରିଫ ଚାଷ ପାଇଁ ସାନି ଋଣ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପ୍ୟାକେଜ୍ ଘୋଷଣା କରି କହିଛନ୍ତି ଯେ, ବାତ୍ୟା ପ୍ରଭାବିତ ଗାଁ ଗୁଡ଼ିକରେ ୨୦୧୯-୨୦ ମସିହାରେ ଶତପ୍ରତିଶତ ଭୂ-ଖଜଣା ଛାଡ଼ କରାଯିବ। ଚଳିତ ରବି ଫସଲ ଋତୁରେ ୩୩ ପ୍ରତିଶତରୁ ଉର୍ଦ୍ଧ୍ୱ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କର ଶତପ୍ରତିଶତ ଜଳକର ଛାଡ଼ କରାଯିବ। ପ୍ରଭାବିତ ଜିଲ୍ଲାରେ ହାଇସ୍କୁଲ ପର୍ଯ୍ୟନ୍ତ ପିଲାଙ୍କ ସ୍କୁଲ ଫି ଓ ପରୀକ୍ଷା ଫି’ ସମ୍ପୂର୍ଣ୍ଣ ଛାଡ଼ କରାଯିବ। ଅତ୍ୟଧିକ କ୍ଷତିଗ୍ରସ୍ତ ଅଞ୍ଚଳରେ ପ୍ରାଥମିକ ସ୍କୁଲରେ ପଢ଼ୁଥିବା ପିଲାଙ୍କୁ ଦୁଇ ହଳ ଅତିରିକ୍ତ ସ୍କୁଲ ୟୁନିଫର୍ମ ଯୋଗାଇ ଦିଆଯିବ।

ସେହିପରି ଦୁହାଁଳିଆ ଗାଈ ଓ ମଈଷି ପ୍ରାଣ ହରାଇଥିଲେ ଚାଷୀଙ୍କୁ ୩୦ହଜାର ଟଙ୍କାର ସହାୟତା, ବଳଦ ମରିଥିଲେ (ସର୍ବାଧିକ ୩ଟି ପାଇଁ) ୨୫ହଜାର ଟଙ୍କା, ବାଛୁରୀ (୬ଟି ପର୍ଯ୍ୟନ୍ତ) ପାଇଁ ୧୬ ହଜାର ଟଙ୍କା, ଛେଳି (୩୦ଟି ପର୍ଯ୍ୟନ୍ତ) ୩ହଜାର ଟଙ୍କା, ଗୃହପାଳିତ ପକ୍ଷୀ ପାଇଁ ୫୦ ଟଙ୍କା ଲେଖାଏ (ସର୍ବାଧିକ ୫ହଜାର ଟଙ୍କା) ସହାୟତା ଯୋଗାଇ ଦିଆଯିବ। ବାତ୍ୟାରେ କ୍ଷତିଗ୍ରସ୍ତ ଗାଈ ଗୁହାଳ ପାଇଁ ୫୦ହଜାର କ୍ଷତିଗ୍ରସ୍ତ ଚାଷୀ ବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ମିଳିବ। ଛେଳି ଗୁହାଳ ପାଇଁ ମଧ୍ୟ ୨୦ ହଜାର ଚାଷୀଙ୍କୁ ୩୦ ହଜାର ଟଙ୍କା ଲେଖାଏ ଯୋଗାଇ ଦିଆଯିବ। ପ୍ରଭାବିତ ଜିଲ୍ଲାରେ ୧ଲକ୍ଷ ଦୁଗ୍ଧ ଚାଷୀଙ୍କୁ ମଧ୍ୟ ଗୋ-ଖାଦ୍ୟ ନିମନ୍ତେ ସହାୟତା ଯୋଗାଇ ଦିଆଯିବ।

ସେହିପରି ଚିଲିକା କିମ୍ବା ସମୁଦ୍ରରେ ମାଛଧରାଳୀଙ୍କୁ ନୂଆ ବୋଟ ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୮୦ହଜାର ଟଙ୍କା ଓ ଜାଲ ପାଇଁ ୫୦ ପ୍ରତିଶତ ରିହାତିରେ ୨୦ହଜାର ଟଙ୍କା ଲେଖାଏ (୬ହଜାର ଡଙ୍ଗା ଓ ୩ହଜାର ଜାଲ) ସହାୟତା ଦିଆଯିବ। ହସ୍ତତନ୍ତ କ୍ଷେତ୍ରରେ ପ୍ରଭାବିତ ଜିଲ୍ଲାର ୭୦ହଜାର କାରିଗର ଓ ଶିଳ୍ପୀଙ୍କୁ ୪୧୦୦ ଟଙ୍କା ଲେଖାଏ ସହାୟତା ଦିଆଯିବ।

ଫୋନି ପ୍ରଭାବିତ ଜିଲ୍ଲାରେ ୨୦୧୯-୨୦ ଖରିଫ ଋତୁରେ ଅତିରିକ୍ତ ୧ଲକ୍ଷ ପରିବା କିଟ୍ ବଣ୍ଟନ କରାଯିବା ସହ ୫୦ହଜାର ଏକ ଜମିରେ ବିଭିନ୍ନ ପ୍ରକାରର ଫସଲ ପାଇଁ ସହାୟତା ଯୋଗାଇ ଦିଆଯିବ। ପ୍ରଭାବିତ ଅଞ୍ଚଳରେ ୫ ହଜାର ପମ୍ପସେଟ୍ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୧୫ହଜାର ଟଙ୍କାରେ ଯୋଗାଇ ଦିଆଯିବ। ଖରିଫ ଚାଷରେ ଉତ୍ପାଦନ ବୃଦ୍ଧି ପାଇଁ ୨ଲକ୍ଷ ଚାଷୀଙ୍କୁ ୨ ହଜାର ଚାଷୀ ପ୍ରଶିକ୍ଷଣ ଶିବିରରେ ଟ୍ରେନିଂ ଦିଆଯିବ। ଚଳିତ ଖରିଫ ପାଇଁ ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ଗୁଣାତ୍ମକ ବିହନ ଓ ଅନ୍ୟାନ୍ୟ ଇନପୁଟ୍ ଯୋଗାଇ ଦିଆଯିବ। କୃଷି ଉପକରଣ ପାଇଁ ସବସିଡି ବାବଦରେ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ୧୫୦କୋଟି ଟଙ୍କା ଯୋଗାଇ ଦିଆଯିବ।

ପାନବରଜ କରିଥିବା ୫ ହଜାର ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଦିଆଯିବ। ସେହିପରି ଛତୁ ଚାଷ କରିଥିବା ୧ହଜାର ଚାଷୀ/ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଶେଡ୍ ତିଆରି ପାଇଁ ୟୁନିଟ୍ ପିଛା ୪୦ହଜାର ଟଙ୍କା ଲେଖାଏ ଓ ୫୦୦ ମହୁଚାଷୀଙ୍କୁ ବାକ୍ସ ପିଛା ୨ହଜାର ଟଙ୍କାର ସହାୟତା ମିଳିବ। ୫୦ହଜାର ଚାଷୀଙ୍କୁ ୫ଟି ଆମ୍ବ ଚାରା ଓ ୫ଟି ନଡ଼ିଆ ଚାରା ଯୋଗାଇ ଦିଆଯିବ। ପ୍ରାୟ ୪ଲକ୍ଷ ବାତ୍ୟା ପ୍ରଭାବିତ ପରିବାରକୁ ଏହି ଚାରା ମିଳିବ। ୧୬୫୦ ହେକ୍ଟର ଜମିରେ କଦଳୀ ଚାଷ ପାଇଁ ହେକ୍ଟର ପିଛା ୨୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ।

ଏସବୁ ବ୍ୟତୀତ ବାତ୍ୟା ପ୍ରଭାବିତ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ପୁଣିଥରେ ୧୦ହଜାର ଟଙ୍କାର ସିଡ୍ ମନି ଦିଆଯିବ। ସର୍ବାଧିକ କ୍ଷତିଗ୍ରସ୍ତ ଜିଲ୍ଲାର ୧୫ହଜାର ସ୍ୱୟଂ ସହାୟକ ଗୋଷ୍ଠୀକୁ ଗୋଷ୍ଠୀନିବେଶ ପାଣ୍ଠି ବାବଦରେ ୧ଲକ୍ଷ ଟଙ୍କା ଲେଖାଏ ସହାୟତା ଦିଆଯିବ। ସେହିପରି ପ୍ରଭାବିତ ଜିଲ୍ଲାର ୧୦ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ/ପରିବାରକୁ 'ଆମ୍ ଆଦମୀ ବୀମା' ଯୋଜନାରେ ପଞ୍ଜିକୃତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story