ଏଣିକି ୭ଘଣ୍ଟିଆ ଡ୍ୟୁଟି କରିବାକୁ ଅଧ୍ୟାପକ ଓ ପ୍ରିନ୍ସିପାଲ ବାଧ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ପ୍ରିନ୍ସିପାଲ ଏଣିକି ସମସ୍ତ କାର୍ଯ୍ୟଦିବସରେ ସର୍ବନିମ୍ନ ୭ଘଣ୍ଟା ଡ୍ୟୁଟି କରିବା ପାଇଁ ବାଧ୍ୟ। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ ନକଲେ ତାକୁ ସରକାର ଗୁରୁତ୍ୱର ସହ ବିଚାରକୁ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଆଜି ସମସ୍ତ ବିଶ୍ୱବିଦ୍ୟାଳୟର […]

college

college

Manoranjan Sial
  • Published: Friday, 05 July 2019
  • Updated: 05 July 2019, 08:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ପ୍ରିନ୍ସିପାଲ ଏଣିକି ସମସ୍ତ କାର୍ଯ୍ୟଦିବସରେ ସର୍ବନିମ୍ନ ୭ଘଣ୍ଟା ଡ୍ୟୁଟି କରିବା ପାଇଁ ବାଧ୍ୟ। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ ନକଲେ ତାକୁ ସରକାର ଗୁରୁତ୍ୱର ସହ ବିଚାରକୁ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି।

ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଆଜି ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର, ସରକାରୀ ଓ ବେସରକାରୀ କଲେଜର ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖି ଅଧ୍ୟାପକମାନଙ୍କ ପାଇଁ ସର୍ବନିମ୍ନ ୭ଘଣ୍ଟା ଡ୍ୟୁଟି ଓ ଛାତ୍ରଛାତ୍ରୀଙ୍କ କ୍ଲାସରେ ୭୫% ଉପସ୍ଥାନ ନିୟମ କଡ଼ାକଡ଼ି ପାଳନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାଦାନ ବ୍ୟବସ୍ଥାରେ ସୁଧାର ପାଇଁ ରାଜ୍ୟରେ ଥିବା ସବୁବର୍ଗର କଲେଜ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ପ୍ରିନ୍ସିପାଲମାନେ ଏଣିକି ସମସ୍ତ ସରକାରୀ କାର୍ଯ୍ୟଦିବସରେ ୭ଘଣ୍ଟା ଡ୍ୟୁଟି କରିବେ। ଶିକ୍ଷାଦାନ ସହ ଅଧ୍ୟାପକମାନଙ୍କୁ ଏଣିକି ଲାଇବ୍ରେରୀ, ଗବେଷଣା, ବିଳମ୍ବରେ ନାଁ ଲେଖାଇଥିବା ପିଲାଙ୍କ ପାଇଁ ଏକ୍ସଟ୍ରା କ୍ଲାସ୍ , ଗରିବ ପିଲାଙ୍କ ପାଇଁ ଅତିରିକ୍ତ କ୍ଲାସ , ଛାତ୍ରଛାତ୍ରୀଙ୍କ ଉପସ୍ଥାନ ତଦାରଖ, ଶିକ୍ଷାଦାନ ଓ କଲେଜର ଅନ୍ୟାନ୍ୟ କାର୍ଯ୍ୟକ୍ରମରେ କଲେଜ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ୭ଘଣ୍ଟା ଡ୍ୟୁଟି ନିୟମ ‘ଅତିଥି ଅଧ୍ୟାପକ’ଙ୍କ ପାଇଁ ଲାଗୁ ହେବନାହିଁ।

ସେହିପରି କ୍ଲାସରେ ୭୫ ପ୍ରତିଶତ ଉପସ୍ଥାନ ନଥିବା ଛାତ୍ରଛାତ୍ରୀଙ୍କୁ ଏଣିକି ବାର୍ଷିକ ପରୀକ୍ଷାରେ ବସିବାର ସୁଯୋଗ ମିଳିବ ନାହିଁ। ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନକୁ ପ୍ରତିମାସରେ ତଦାରଖ କରାଯିବ। ଯେଉଁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ ପ୍ରତିଶତ ନଥିବ ସେମାନଙ୍କ ଅଭିଭାବକଙ୍କୁ ଫୋନ୍, ଏସଏମଏସ୍,ପୋଷ୍ଟକାର୍ଡ ଆଦି ମାଧ୍ୟମରେ କଲେଜ କର୍ତ୍ତୃପକ୍ଷ ଅବଗତ କରାଇବେ।

କଲେଜ ଅଧ୍ୟାପକଙ୍କ ଡ୍ୟୁଟି ସମୟ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ନେଇ ପୂର୍ବରୁ ରହିଥିବା ସମସ୍ତ ସରକାରୀ ନିୟମକୁ ରଦ୍ଦ କରାଯାଇ ଏହି ନୂଆ ନିୟମକୁ ଆଜିଠୁ ଲାଗୁ କରାଗଲା ବୋଲି ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର ଜଣାଇଛନ୍ତି। ସୂଚନାଯୋଗ୍ୟ, ଗତ ଜୁନ୍ ୨୯ତାରିଖରେ ପ୍ରିନ୍ସିପାଲଙ୍କ ସମ୍ମିଳନୀରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ନୂଆ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଯାହାକୁ ଆଜି ସରକାରୀ ନିର୍ଦ୍ଦେଶନାମା ଆକାରରେ ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story