ସଙ୍କଟରେ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତି, ବାଧ୍ୟ ହୋଇ ଦେଲେ ସ୍ପଷ୍ଟୀକରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚାଲିଥିବା ମନଇଚ୍ଛା ଶାସନକୁ ନେଇ ବିଭିନ୍ନ ମହଲରେ ଚାପା ଅସନ୍ତୋଷ ଲାଗି ରହିଥିବାବେଳେ ଭାବମୂର୍ତ୍ତି ବିଗିଡ଼ିବା ଆଶଙ୍କାରେ ଶେଷରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ରାଜ୍ୟ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ ଡିଜି ଡଃ ଆରପି ଶର୍ମା ଅବସର ପୂର୍ବରୁ ନିଜ ପଦରୁ ଓହରିଯିବାକୁ ନେଇ ଏବେ ସରକାରଙ୍କୁ ତୀବ୍ର ସମାଲୋଚନାର ଶିକାର ହୋଇଥିବା ବେଳେ ବରିଷ୍ଠ ଆଇଏଏସ୍ ତଥା କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ ଇସ୍ତଫା […]

naveens-mysterious-silence-over-party-mlas-act-during-cremation-of-a-martyr-is-shocking

Manoranjan Sial
  • Published: Friday, 16 August 2019
  • Updated: 16 August 2019, 07:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚାଲିଥିବା ମନଇଚ୍ଛା ଶାସନକୁ ନେଇ ବିଭିନ୍ନ ମହଲରେ ଚାପା ଅସନ୍ତୋଷ ଲାଗି ରହିଥିବାବେଳେ ଭାବମୂର୍ତ୍ତି ବିଗିଡ଼ିବା ଆଶଙ୍କାରେ ଶେଷରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ରାଜ୍ୟ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ ଡିଜି ଡଃ ଆରପି ଶର୍ମା ଅବସର ପୂର୍ବରୁ ନିଜ ପଦରୁ ଓହରିଯିବାକୁ ନେଇ ଏବେ ସରକାରଙ୍କୁ ତୀବ୍ର ସମାଲୋଚନାର ଶିକାର ହୋଇଥିବା ବେଳେ ବରିଷ୍ଠ ଆଇଏଏସ୍ ତଥା କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ ଇସ୍ତଫା ଦେବା ଖବର ରାଜ୍ୟ ସରକାରଙ୍କ ଭାବମୂର୍ତ୍ତିକୁ ସଙ୍କଟରେ ପକାଇ ଦେଇଛି।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମାତ୍ରାଧିକ ହସ୍ତକ୍ଷେପ ଓ ପଦର ଗରିମା ତଥା କ୍ଷମତାକୁ ଗୌଣ କରାଯାଉଥିବା ଯୋଗୁ ବରିଷ୍ଠ ପ୍ରଶାସନିକ ଅଫିସରମାନେ ଜଣେପରେ ଜଣେ ଅବସର ପୂର୍ବରୁ ସରକାରୀ ଚାକିରି ଛାଡ଼ିବାରେ ଲାଗିଛନ୍ତି। ବିଶେଷକରି ଗତ ମାସକ ମଧ୍ୟରେ ପ୍ରଶାସନିକ ଅଫିସରମାନେ ନିଜର ସମ୍ମାନକୁ ବଞ୍ଚାଇବା ପାଇଁ ସରକାରୀ ଚାକିରିକୁ ବାଏବାଏ କରୁଥିବା ଜଣାପଡ଼ିଛି।

ଗତ ମାସକ ମଧ୍ୟରେ ରାଜ୍ୟ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ଓ ପୁଲିସ ଡିଜି ଆରପି ଶର୍ମା ନିଜର ଅବସର ପର୍ଯ୍ୟନ୍ତ ଅପେକ୍ଷା ନକରି ସ୍ୱେଚ୍ଛାକୃତ ଅବସର ନେଇଥିବାବେଳେ ୧୯୮୬ ବ୍ୟାଚ ଆଇଏଏସ୍ ତଥା ଅତିରିକ୍ତ ମୁଖ୍ୟ ସଚିବ ଲକ୍ଷ୍ମନାରାୟଣ ଗୁପ୍ତା ମଧ୍ୟ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ଶ୍ରୀ ଗୁପ୍ତା ଚଳିତମାସରେ ଅବସର ନେଇଥାନ୍ତେ। ସେହିପରି ପ୍ରମୁଖ ସଚିବ ପାହ୍ୟାର ବରିଷ୍ଠ ଆଇଏଏସ୍ ନିତେନ ଚନ୍ଦ୍ର କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ଆବେଦନ କରିଥିବା ଯୋଗୁ ତାଙ୍କୁ ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଚିବ ପଦରୁ ହଟାଇ ଦିଆଯାଇଥିଲା। ତାଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ବିନା କାର୍ଯ୍ୟ ଓ ଦାୟିତ୍ୱରେ ଓଏସଡି ଭାବେ ବଦଳି କରାଯାଇଛି। ସେଠାରେ ତାଙ୍କଠୁ ଜୁନିୟର ଅଶୋକ କୁମାର ମୀନାଙ୍କୁ ପ୍ରମୁଖ ସଚିବ ଦାୟିତ୍ୱ ମିଳିଛି। ଯେଉଁଥିପାଇଁ ସେ ମଧ୍ୟ ଲମ୍ବା ଛୁଟିରେ ପଳାଇଛନ୍ତି।

ଏପଟେ ୧୯୮୫ ବ୍ୟାଚ ଆଇଏଏସ୍ ଗଗନ ଧଳ ଆସନ୍ତାବର୍ଷ ଜାନୁୟାରୀ ମାସରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ। ମାତ୍ର ରାଜ୍ୟ ସରକାର ଯେଭଳି ଢଙ୍ଗରେ ତାଙ୍କର ବରିଷ୍ଠତାକୁ ଅଣଦେଖା କଲେ, ସେଥିରେ ସେ ବ୍ୟଥିତ ହୋଇ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି। ଏହାକୁ ନେଇ ଏବେ ରାଜ୍ୟ ପ୍ରଶାସନର ସ୍ୱାଭିମାନୀ ତଥା ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।

ଗଣମାଧ୍ୟମରେ ଶ୍ରୀ ଧଳଙ୍କ ସରକାରୀ ଚାକିରିରୁ ଇସ୍ତଫା ଓ ଏହାର ଭିନ୍ନଭିନ୍ନ କାରଣ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ନିଜର ଭାବମୂର୍ତ୍ତି ସଜାଡ଼ିବାକୁ ଆଗେଇ ଆସିଛନ୍ତି। ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ ରିଲିଜରେ କୁହାଯାଇଛି ଯେ, କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳଙ୍କ ସ୍ୱେଚ୍ଛାକୃତ ଅବସର ଓ ଇସ୍ତଫା ନେଇ କେତେକ ଗଣମାଧ୍ୟମରେ ବିଭିନ୍ନ ପ୍ରକାରର ସମ୍ବାଦ ପ୍ରସାରିତ ହେଉଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ତେବେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଉଛି ଯେ ଶ୍ରୀ ଧଳ ନିଜର ବ୍ୟକ୍ତିଗତ ପାରିବାରିକ କାରଣ ପାଇଁ ସରକାରୀ ଚାକିରିରୁ ଇସ୍ତଫା ଦେବା ନିମନ୍ତେ ଚଳିତମାସ ୬ ତାରିଖରେ ମୁଖ୍ୟ ସଚିବଙ୍କ ଅନୁମତି ମାଗିଥିଲେ। ତାଙ୍କର ଇସ୍ତଫାପତ୍ର ଏବେ ବି ସରକାରଙ୍କ ବିଚାରାଧୀନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story