କରୋନା ରୋଗୀଙ୍କ ସହ କଥା ହେବେ ପରିବାର ଲୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ସବୁ ସରକାରୀ ଓ ବେସରକାରୀ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ରଖିବା ବାଧ୍ୟତାମୂଳକ କରାଯାଇଛି। ଏନେଇ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର। ଗାଇଡ୍‌ ଲାଇନ୍‌ ଅନୁସାରେ ସବୁ ହସ୍ପିଟାଲରେ ୨୪ ଘଣ୍ଟିଆ ହେଲ୍‌ପ ଡେସ୍କ ରହିବ। ପ୍ରତି ହେଲ୍‌ପ ଡେସ୍କ ପାଇଁ ଏକ ଟୋଲ୍‌ ଫ୍ରି ନମ୍ବର ରହିବ। ଏହି ଟୋଲଫ୍ରି ନମ୍ବର ରାଜ୍ୟସ୍ତରୀୟ ପ୍ରାଧିକୃତ ଅଫିସର ତଥା ଅତିରିକ୍ତ DMETଙ୍କୁ ଅବଗତ କରାଯିବ। ଟୋଲ୍‌ ଫ୍ରି ନମ୍ବର […]

corona

corona

Manoranjan Sial
  • Published: Tuesday, 22 September 2020
  • Updated: 22 September 2020, 09:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ସବୁ ସରକାରୀ ଓ ବେସରକାରୀ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ରଖିବା ବାଧ୍ୟତାମୂଳକ କରାଯାଇଛି। ଏନେଇ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର। ଗାଇଡ୍‌ ଲାଇନ୍‌ ଅନୁସାରେ ସବୁ ହସ୍ପିଟାଲରେ ୨୪ ଘଣ୍ଟିଆ ହେଲ୍‌ପ ଡେସ୍କ ରହିବ। ପ୍ରତି ହେଲ୍‌ପ ଡେସ୍କ ପାଇଁ ଏକ ଟୋଲ୍‌ ଫ୍ରି ନମ୍ବର ରହିବ। ଏହି ଟୋଲଫ୍ରି ନମ୍ବର ରାଜ୍ୟସ୍ତରୀୟ ପ୍ରାଧିକୃତ ଅଫିସର ତଥା ଅତିରିକ୍ତ DMETଙ୍କୁ ଅବଗତ କରାଯିବ। ଟୋଲ୍‌ ଫ୍ରି ନମ୍ବର ବିଜ୍ଞାପନ ମାଧ୍ୟମରେ ସାଧାରଣ ଲୋକଙ୍କୁ ଜଣାଇଦିଆଯିବ। ହେଲ୍‌ପ ଡେସ୍କରେ ସବୁ ସମୟରେ ପର୍ଯ୍ୟାପ୍ତ କର୍ମଚାରୀ ରଖିବାକୁ କୁହାଯାଇଛି।

କେବଳ ଫୋନ୍‌ ନୁହେଁ ସୋଶାଲ୍‌ ମିଡିଆ ଯଥା ହ୍ୱାଟ୍ସଆପ୍‌ରେ ମଧ୍ୟ ରୋଗୀଙ୍କ ବାବଦରେ ତାଙ୍କ ସଂପର୍କୀୟଙ୍କୁ ସୂଚନା ଦିଆଯିବ। ଏମିତି କି ରୋଗୀଙ୍କ ଭଏସ୍‌ ଓ ଫଟୋ ମଧ୍ୟ ହ୍ୱାଟ୍ସଆପ୍‌ ମାଧ୍ୟମରେ ସଂପର୍କୀୟଙ୍କୁ ଦେବ ହେଲ୍‌ପ ଡେସ୍କ। ଏହାଛଡ଼ା କୋଭିଡ୍‌ ହସ୍ପିଟାଲରେ ଏକ କନ୍‌ପରେନ୍ସ ରୁମ୍‌ ବ୍ୟବସ୍ଥା ରହିବ। ଏଠାରେ ବସି ରୋଗୀଙ୍କ ସଂପର୍କୀୟ ସିସିଟିଭି ମାଧ୍ୟମରେ ରୋଗୀଙ୍କୁ ଦେଖିବେ ଓ ତାଙ୍କ ସହ କଥାବାର୍ତ୍ତା ହୋଇପାରିବେ। ରୋଗୀ ବାବଦରେ ତାଙ୍କ ସଂପର୍କୀୟଙ୍କୁ ଦିନକୁ ଥରେ SMS କିମ୍ବା ହ୍ୱାଟ୍ସଆପ୍‌ ମାଧ୍ୟମରେ ସୂଚନା ଦିଆଯିବାକୁ ନୂଆ ଗାଇଡ୍‌ଲାଇନରେ ବ୍ୟବସ୍ଥା ରହିଛି।

ସୂଚନାରୁ ପ୍ରକାଶ, କରୋନା ଆକ୍ରାନ୍ତ ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି। ହେଲେ ମେଡିକାଲରେ ଭର୍ତ୍ତି ହେଲା ପରେ ରୋଗୀଙ୍କ ସମ୍ପର୍କରେ ପରିବାର ଲୋକଙ୍କୁ ସୂଚନା ଦିଆଯାଉନଥିଲା। ରୋଗୀଙ୍କ ପରିବାର ଲୋକ ବାରମ୍ୱର କୋଭିଡ୍‌ ହସ୍ପିଟାଲ୍‌କୁ ଆସି ନିରାଶ ହୋଇ ଫେରୁଥିଲେ। ଯାହାକୁ ନେଇ ଅନେକ ସମୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ମୁହଁ ଖୋଲିଲେ ସରକାର ପୁଲିସର ଛାଟ ଦେଖାଉଥିଲେ। ତେବେ ରାଜ୍ୟ ସରକାରଙ୍କ ଏହି ମୁଖା ବରଗଡ଼ ସାଂସଦ ସୁରେଶ ପୂଜାରୀ ଲୋକସଭାରେ ଉଠାଇଥିଲେ। ଏହା ପରେ ରାଜ୍ୟ ସରକାର ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story