ଶଟ୍‌ଡାଉନ୍‌ କରି କଣ ଖୋଲିଦେଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପଂଚମ ପର୍ଯ୍ୟାୟ ଲକଡାଉନ୍ ପାଇଁ ଗତକାଲି ନିର୍ଦ୍ଦେଶନାମା ଜାରି କରିଥିବା ରାଜ୍ୟ ସରକାର ଆଜି ସେଥିରେ କେତେକ ସଂଶୋଧନ କରିଛନ୍ତି। ଗର୍ଭବତୀ,ବୟସ୍କ,ଅସୁସ୍ଥ ଓ ପିଲାମାନଙ୍କ ବାହାରେ ବୁଲିବା ଉପରେ ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ରହିଥିବା କଟକଣାକୁ ଜୁନ୍ ୩୦ତାରିଖ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସଂଶୋଧିତ ବିଜ୍ଞପ୍ତି ଅନୁସାରେ, କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲ, କଲେଜ, ଅନ୍ୟ ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ ଓ କୋଚିଂ ଇନଷ୍ଟିଚ୍ୟୁଟ୍ ଆଦି […]

short-down

short-down

Manoranjan Sial
  • Published: Tuesday, 02 June 2020
  • Updated: 02 June 2020, 09:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପଂଚମ ପର୍ଯ୍ୟାୟ ଲକଡାଉନ୍ ପାଇଁ ଗତକାଲି ନିର୍ଦ୍ଦେଶନାମା ଜାରି କରିଥିବା ରାଜ୍ୟ ସରକାର ଆଜି ସେଥିରେ କେତେକ ସଂଶୋଧନ କରିଛନ୍ତି। ଗର୍ଭବତୀ,ବୟସ୍କ,ଅସୁସ୍ଥ ଓ ପିଲାମାନଙ୍କ ବାହାରେ ବୁଲିବା ଉପରେ ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ରହିଥିବା କଟକଣାକୁ ଜୁନ୍ ୩୦ତାରିଖ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି।
ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସଂଶୋଧିତ ବିଜ୍ଞପ୍ତି ଅନୁସାରେ, କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲ, କଲେଜ, ଅନ୍ୟ ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ ଓ କୋଚିଂ ଇନଷ୍ଟିଚ୍ୟୁଟ୍ ଆଦି ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ସଂଶୋଧିତ ନିର୍ଦ୍ଦେଶନାମାରେ ପରୀକ୍ଷା ପାଇଁ ଅନୁମତି ରହିବ ବୋଲି କୁହାଯାଇଛି।

ସେହିପରି ଜୁନ୍ ୩୦ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ଓ ରବିବାର ୧୧ଟି ଜିଲ୍ଲାରେ ହେବାକୁ ଥିବା ସଟଡାଉନ ସମୟରେ ପୁଲିସ କମିଶନର ଓ ଜିଲ୍ଲା ପୁଲିସ୍ ଦ୍ୱାରା ଚିହ୍ନଟ ବୈଦ୍ୟୁତିକ ଗଣମାଧ୍ୟମକୁ ନିଜର ଗତିବିଧି ନିମନ୍ତେ ଅନୁମତି ମିଳିବ ବୋଲି ଦର୍ଶାଯାଇଥିଲା। କିନ୍ତୁ ଆଜି ସଂଶୋଧିତ ବିଜ୍ଞପ୍ତିରେ ପ୍ରିଣ୍ଟ ମିଡିଆକୁ ସାମିଲ କରାଯାଇଛି। ଏହାସହିତ ସମସ୍ତ ପ୍ରକାରର କୃଷି, ଉଦ୍ୟାନ କୃଷି ଓ କୃଷି ସହ ଜଡ଼ିତ ଗତିବିଧି, ସମସ୍ତ ଗୋପାଳନ, ମତ୍ସ୍ୟ ଓ ପଶୁପାଳନ ଏବଂ ଏହା ସହ ଜଡ଼ିତ କାର୍ଯ୍ୟ ପାଇଁ ସଟଡାଉନବେଳେ ଅନୁମତି ମିଳିବ। ସଂଶୋଧିତ ବିଜ୍ଞପ୍ତିରେ ଏସବୁ ଉଲ୍ଲେଖ କରାଯାଇଛି।

କେବଳ ସେତିକି ନୁହେଁ ଗତକାଲି ଜାରି ଲକଡାଉନ-୫ ଗାଇଡଲାଇନରେ ରାଜ୍ୟ ସରକାର ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ୬୫ବର୍ଷରୁ ଅଧିକ ବୟସର ବ୍ୟକ୍ତି, ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ବ୍ୟକ୍ତି, ଗର୍ଭବତୀ ଓ ୧୦ବର୍ଷ ବୟସରୁ କମ୍ ପିଲାଙ୍କୁ ବାହାରେ ବୁଲିବା ଉପରେ କଟକଣା ଜାରି କରିଥିଲେ। କେବଳ ଅତ୍ୟନ୍ତ ଜରୁରୀ ଓ ସ୍ୱାସ୍ଥ୍ୟଗତ କାରଣ ପାଇଁ ବାହାରକୁ ଆସିବାକୁ ଅନୁମତି ମିଳିବ ବୋଲି କୁହାଯାଇଥିଲା।କିନ୍ତୁ ସଂଶୋଧିତ ନିର୍ଦ୍ଦେଶନାମାରେ ଏହି ବର୍ଗର ଲୋକମାନଙ୍କ ପାଇଁ ବାହାରେ ବୁଲିବାକୁ ନେଇ ରହିଥିବା କଟକଣା ଅବଧିକୁ ଅଗଷ୍ଟ ୩୧ ପରିବର୍ତ୍ତେ ଜୁନ୍ ୩୦ତାରିଖକୁ ହ୍ରାସ କରାଯାଇଛି। ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଦସ୍ତଖତରେ ଏହି ସଂଶୋଧିତ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story