ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ଘୋଷଣା ହୋଇଛି ରାଜ୍ୟର ନୂଆ ବୟନ ଶିଳ୍ପ ନୀତି। କଟକ ଚୌଦ୍ୱାରରେ ଟେକ୍ସଟାଇଲ୍ ପାର୍କ କରିବେ ରାଜ୍ୟ ସରକାର। ଏହି ସୂଚନା ଦେଇଛନ୍ତି ଶିଳ୍ପ ସଚିବ। ଏଠାରେ ପ୍ରାୟ ୮୦ଟି ସଂସ୍ଥା ନିଜର ୟୁନିଟ ପ୍ରତିଷ୍ଠା କରିପାରିବେ ବୋଲି ସେ କହିଛନ୍ତି।
ନୂଆ ବୟନ ନୀତି ଅନୁସାରେ ପୁଞ୍ଜି ନିବେଶକାରୀଙ୍କୁ ୪୦ ପ୍ରତିଶତ ବା ସର୍ବାଧିକ ୫୦ କୋଟି ଯାଏ ସବ୍ସିଡି ଦିଆଯିବ। ଦେଶରେ ଏହା ସର୍ବାଧିକ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି। ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ତୃତୀୟ ଦିନର ଫୋକସ୍ରେ ଥିଲା ଟେକ୍ସଟାଇଲ୍, ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ ଓ ଫୁଡ୍ ପ୍ରୋସେସିଂ। ଇଣ୍ଡୋ ରାମା କମ୍ପାନୀ ଓଡ଼ିଶାରେ ସ୍ପିନିଂ ମିଲ୍ ବସାଇ ପ୍ରାୟ ୭ ଶହ କୋଟି ଟଙ୍କା ନିବେଶ କରିବ ବୋଲି କହିଛି।
ସେହିପରି ଜକି ବ୍ରାଣ୍ଡର ପେଜ୍ ଇଣ୍ଡିଆ ରାମଦାସପୁରରେ ପ୍ରକଳ୍ପ ସଂପ୍ରସାରଣ ପାଇଁ ନିବେଶ କରିବ ୪ ଶହ କୋଟି ଟଙ୍କା। ସେଠାରେ ଜକି ୫୧୦ କୋଟିର ପ୍ରକଳ୍ପ କରୁଛି। ଯାହାକି ଆସନ୍ତା ଏପ୍ରିଲରୁ କାର୍ଯ୍ୟକ୍ଷମ ହେବ। ଏମ୍ଏସ୍ଏମ୍ଇ କ୍ଷେତ୍ରରେ ମଧ୍ୟ ପୁଞ୍ଜି ନିବେଶ ପାଇଁ ବହୁ ସଂସ୍ଥା ଆଗ୍ରହ ଦେଖାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।