‘ସମ୍ଭାବ୍ୟ ତୃତୀୟ ଲହରୀର ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ଲହରୀର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଶେଷ ଭାବେ ମେଡିକାଲ୍‌ ଓ ଟେଷ୍ଟିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି, ଦୁଇରୁ ଅଢ଼େଇ ମାସ ମଧ୍ୟରେ ସମସ୍ତ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ମେଡିକାଲ୍‌ କଲେଜରେ ଅକ୍ସିଜେନ ପିଏସ୍ଏ ଓ ଲିକ୍ୟୁଡ୍‌ ଅକ୍ସିଜେନ୍ ପ୍ଲାଣ୍ଟ ବ୍ୟବସ୍ଥା କରାଯିବ। ବିଶେଷ […]

Medical-Oxygen

Manoranjan Sial
  • Published: Sunday, 30 May 2021
  • , Updated: 31 May 2021, 12:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ଲହରୀର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଶେଷ ଭାବେ ମେଡିକାଲ୍‌ ଓ ଟେଷ୍ଟିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

ସେ କହିଛନ୍ତି, ଦୁଇରୁ ଅଢ଼େଇ ମାସ ମଧ୍ୟରେ ସମସ୍ତ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ମେଡିକାଲ୍‌ କଲେଜରେ ଅକ୍ସିଜେନ ପିଏସ୍ଏ ଓ ଲିକ୍ୟୁଡ୍‌ ଅକ୍ସିଜେନ୍ ପ୍ଲାଣ୍ଟ ବ୍ୟବସ୍ଥା କରାଯିବ। ବିଶେଷ ଭାବେ ଶିଶୁଙ୍କୁ ଗୁରୁତ୍ୱ ଦେଇ ଅଧିକ ମେଡିକାଲ୍‌ ବେଡ୍‌ର ବ୍ୟବସ୍ଥା କରାଯାଉଛି। ସେହିପରି ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରେ RTPCR ଲ୍ୟାବ ଆସନ୍ତା ଦୁଇ ମାସ ମଧ୍ୟରେ ପ୍ରତିଷ୍ଠା କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଶ୍ରୀ ମହାପାତ୍ର ଆହୁରି କହିଛନ୍ତି, କରୋନା ମହାମାରୀର ଚିକିତ୍ସା ପାଇଁ DRDOର କରୋନା ନିରୋଧକ 2-DG ଔଷଧର ୫ ହଜାର ସାଚେ୍ର ଅର୍ଡର ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି। ଆସନ୍ତା ୭ରୁ ୧୦ ତାରିଖ ସୁଦ୍ଧା ଏହା ରାଜ୍ୟକୁ ମିଳିପାରେ ବୋଲି ଏସିଏସ୍ ସୂଚନା ଦେଇଛନ୍ତି।

ସେପଟେ ଭୁବନେଶ୍ୱରରେ ଆଜି ପହଞ୍ଚିଛି ଅକ୍ସିଜେନ୍ ସିଲିଣ୍ଡର। ବିଦେଶରୁ ଏକ ସ୍ୱତନ୍ତ୍ର ବିମାନରେ ୧୩୫୦ଟି ଅକ୍ସିଜେନ ସିଲିଣ୍ଡର ଅଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିଛି। ଆର୍ସେଲର ମିତ୍ତଲ ଓ ନିପନ ଷ୍ଟିଲ ଇଣ୍ଡିଆ ପକ୍ଷରୁ ସିଏସ୍‌ଆର୍‌ କାର୍ଯ୍ୟାକ୍ରମରେ ଏହି ଅକ୍ସିଜେନ ସିଲିଣ୍ଡର ଯୋଗାଣ ହୋଇଛି। ଭୁବନେଶ୍ୱର ବିମାନ ବନ୍ଦରରେ ଅକ୍ସିଜେନ୍ ସିଲିଣ୍ଡର ପହଞ୍ଚିବା ପରେ ଏହାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଛି। ଏହି ଅବସରରେ ବିମାନବନ୍ଦରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ସମେତ ରାଜ୍ୟର ଅକ୍ସିଜେନ୍‌ ଟାସ୍କ ଫୋର୍ସର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Related story