ହାଇସ୍କୁଲ ପରୀକ୍ଷାରେ ଖରାପ ରେଜଲ୍ଟ: ଶିକ୍ଷକଙ୍କ ବିରୁଦ୍ଧରେ ପୁଣି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ହାଇସ୍କୁଲ ପରୀକ୍ଷାରେ ଖରାପ ରେଜଲ୍ଟ କରିଥିବା ସ୍କୁଲଗୁଡ଼ିକର ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନଙ୍କ ପ୍ରତି ରାଜ୍ୟ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ଯେଉଁ ୮୨ଟି ହାଇସ୍କୁଲରେ ପରୀକ୍ଷା ଫଳ ଶୂନ ହୋଇଥିଲା ଓ ଯେଉଁ ସ୍କୁଲର ପରୀକ୍ଷା ଫଳ ୫୦%ରୁ କମ୍ ଥିଲା ସେସବୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବାର୍ଷିକ ଇନକ୍ରିମେଣ୍ଟ ଓ ସେଠାରେ ଦଶମ ଶ୍ରେଣୀ ପଢ଼ାଉଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ […]

odisha-govt-takes-action-against-school-teachers-having--poor-result

Manoranjan Sial
  • Published: Tuesday, 27 August 2019
  • Updated: 27 August 2019, 11:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ହାଇସ୍କୁଲ ପରୀକ୍ଷାରେ ଖରାପ ରେଜଲ୍ଟ କରିଥିବା ସ୍କୁଲଗୁଡ଼ିକର ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନଙ୍କ ପ୍ରତି ରାଜ୍ୟ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ଯେଉଁ ୮୨ଟି ହାଇସ୍କୁଲରେ ପରୀକ୍ଷା ଫଳ ଶୂନ ହୋଇଥିଲା ଓ ଯେଉଁ ସ୍କୁଲର ପରୀକ୍ଷା ଫଳ ୫୦%ରୁ କମ୍ ଥିଲା ସେସବୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବାର୍ଷିକ ଇନକ୍ରିମେଣ୍ଟ ଓ ସେଠାରେ ଦଶମ ଶ୍ରେଣୀ ପଢ଼ାଉଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସପ୍ତାହକ ମଧ୍ୟରେ ଏସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସରକାରଙ୍କୁ ଅବଗତ କରିବା ନିମନ୍ତେ ଆଜି ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଚଳିତବର୍ଷ ହାଇସ୍କୁଲ ପରୀକ୍ଷାରେ ସମ୍ପୂର୍ଣ୍ଣ ଶୂନ ଫଳାଫଳ କରିଥିବା ୮୨ଟି ସ୍କୁଲର ଶିକ୍ଷକମାନଙ୍କୁ କାହିଁକି ନିଲମ୍ବନ(ସରକାରୀ ସ୍କୁଲ) କରାନଯିବ ଓ ଅନୁଦାନପ୍ରାପ୍ତ ସ୍କୁଲର ଗ୍ରାଣ୍ଟ-ଇନ-ଏଡକୁ କାହିଁକି ପ୍ରତ୍ୟାହାର କରାନଯିବ ବୋଲି ଜୁନ୍ ୭ତାରିଖରେ କୈଫୟିତ ତଲବ କରାଯାଇଥିଲା। ଏହାସହିତ ୫୦ ପ୍ରତିଶତରୁ କମ୍ ପରୀକ୍ଷା ଫଳ ହୋଇଥିବା ସ୍କୁଲଗୁଡ଼ିକର ଶିକ୍ଷକମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯିବନି ସେଥିପାଇଁ ଜୁନ୍ ୧୦ ତାରିଖରେ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଏହି ନିର୍ଦ୍ଦେଶକୁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଗ୍ରହଣ କରି କୌଣସି କାର୍ଯ୍ୟାନୁଷ୍ଠାନ କରିନଥିବାରୁ ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ପୁଣିଥରେ ସେମାନଙ୍କୁ ତାଗିଦ୍ କରାଯାଇଛି। ରୁଲ-୧୬ ଆଧାରରେ ସମ୍ପୃକ୍ତ ସ୍କୁଲର ଶିକ୍ଷକମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story