ରାଜ୍ୟ ସରକାରଙ୍କୁ ଚିଲିକା, ଅଂଶୁପା ଓ ଭିତରକନିକା ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କୁ ଚିଲିକା, ଅଂଶୁପା ଓ ଭିତରକନିକା ଅଭୟାରଣ୍ୟ ଚିନ୍ତା ଘାରିଛି। ଏହି ସବୁ ଅଞ୍ଚଳର ଜୈବ ବିବିଧତା କିପରି ସୁରକ୍ଷିତ ରହିପାରିବ ସେଥିପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି। ଏହି ଯୋଜନାରେ ସ୍ଥାନୀୟ ଲୋକଙ୍କ ପାଇଁ କିପରି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ, ସେଥିପ୍ରତି ଧ୍ୟାନ ଦିଆଯିବ। ଆଜି ବସିଥିବା ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। […]

Boat-carrying-20-passengers-stranded-in-the-middle-of-Chilika-Lake-at-Mahinsakuda-after-developing-technical-snag

Boat-carrying-20-passengers-stranded-in-the-middle-of-Chilika-Lake-at-Mahinsakuda-after-developing-technical-snag

Manoranjan Sial
  • Published: Saturday, 17 August 2019
  • Updated: 17 August 2019, 05:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କୁ ଚିଲିକା, ଅଂଶୁପା ଓ ଭିତରକନିକା ଅଭୟାରଣ୍ୟ ଚିନ୍ତା ଘାରିଛି। ଏହି ସବୁ ଅଞ୍ଚଳର ଜୈବ ବିବିଧତା କିପରି ସୁରକ୍ଷିତ ରହିପାରିବ ସେଥିପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି। ଏହି ଯୋଜନାରେ ସ୍ଥାନୀୟ ଲୋକଙ୍କ ପାଇଁ କିପରି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ, ସେଥିପ୍ରତି ଧ୍ୟାନ ଦିଆଯିବ। ଆଜି ବସିଥିବା ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି, “ଆଜି ବସିଥିବା ଆର୍ଦ୍ରଭୂମି ପ୍ରାଧିକରଣ ବୈଠକରେ ଚିଲିକା, ଭିତରକନିକା ଓ ଅଂଶୁପାର ସୁରକ୍ଷା, ସଂରକ୍ଷଣ ଓ ସମନ୍ୱିତ ବିକାଶ ଉପରେ ଆଲୋଚନା କରାଯାଇଛି। ଆଗାମୀ ୫ ବର୍ଷ ପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ଚିଲିକା ଆର୍ଦ୍ରଭୂମିର ସୁରକ୍ଷା ପାଇଁ ୧୫୮ କୋଟି ଟଙ୍କାର ଏକ ଯୋଜନାକୁ ମଞ୍ଜୁର କରାଯାଇଛି। ଏହି ଯୋଜନାକୁ କେନ୍ଦ୍ର ସରକାର ଅନୁମୋଦନ ଦେଲେ, ଏହା କାର୍ଯ୍ୟକାରୀ କରାଯିବ। ଏହା ଦ୍ୱାରା ୧୫୧ଟି ଗାଁର ପ୍ରାୟ ୨ ଲକ୍ଷ ମତ୍ସ୍ୟଜୀବୀ ପରିବାର ଉପକୃତ ହୋଇପାରିବେ। ଏହାଛଡ଼ା ଚିଲିକାର ଜୈବ ବିବିଧତାର ସୁରକ୍ଷିତ ରହିପାରିବ। ସେହିପରି ଭିତରକନିକା ଅଭୟାରଣ୍ୟର ଉନ୍ନତି ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଅଭୟାରଣ୍ୟର ୬୭୨ ବର୍ଗ କିମି ପରିଧି ଭିତରେ ବସବାସ କରୁଥିବା ପ୍ରାୟ ୪୧୦ଟି ଗାଁର ୨ଲକ୍ଷ ଲୋକଙ୍କ ଜୀବନ ଜୀବିକାର ବିକାଶ ପାଇଁ ବ୍ୟବସ୍ଥା କରାଯିବ। ସେହିପରି ଅଂଶୁପା ହ୍ରଦର ଉନ୍ନତି ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos