କେନ୍ଦ୍ର ବଜେଟ: କେତେ ଲାଭରେ ରହିବ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ବଜେଟ ଆଗତ ହେବାର ୨୪ ଘଣ୍ଟା ବିତିଗଲା ପରେ ବି ବଜେଟରେ ଓଡ଼ିଶାକୁ କେତେ ଲାଭ ମିଳିବ ବା କ୍ଷତି ସହିବାକୁ ପଡ଼ିବ, ସେ ନେଇ ରାଜ୍ୟ ସରକାର ମୁହଁ ଖୋଲୁନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟ୍ ଉପରେ ମୋଟାମୋଟି ପ୍ରତିକ୍ରିୟା ଦେଇଥିବାବେଳେ କେନ୍ଦ୍ରୀୟ ବଜେଟରେ ଓଡ଼ିଶାର ଲାଭକ୍ଷତିର ତୁଳନାତ୍ମକ ଚିତ୍ର ରଖିବାରେ ରାଜ୍ୟ ଅର୍ଥ ବିଭାଗ ପଛଘୁଞ୍ଝା ଦେଇଛି। ତେବେ କେନ୍ଦ୍ର ସରକାରଙ୍କ କାମଚଳା ବଜେଟକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରସ୍ତୁତ […]

odisha-govt-yet-to-figure-out-states-share-in-the-national-budget

Manoranjan Sial
  • Published: Saturday, 06 July 2019
  • Updated: 07 July 2019, 12:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ବଜେଟ ଆଗତ ହେବାର ୨୪ ଘଣ୍ଟା ବିତିଗଲା ପରେ ବି ବଜେଟରେ ଓଡ଼ିଶାକୁ କେତେ ଲାଭ ମିଳିବ ବା କ୍ଷତି ସହିବାକୁ ପଡ଼ିବ, ସେ ନେଇ ରାଜ୍ୟ ସରକାର ମୁହଁ ଖୋଲୁନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟ୍ ଉପରେ ମୋଟାମୋଟି ପ୍ରତିକ୍ରିୟା ଦେଇଥିବାବେଳେ କେନ୍ଦ୍ରୀୟ ବଜେଟରେ ଓଡ଼ିଶାର ଲାଭକ୍ଷତିର ତୁଳନାତ୍ମକ ଚିତ୍ର ରଖିବାରେ ରାଜ୍ୟ ଅର୍ଥ ବିଭାଗ ପଛଘୁଞ୍ଝା ଦେଇଛି। ତେବେ କେନ୍ଦ୍ର ସରକାରଙ୍କ କାମଚଳା ବଜେଟକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରସ୍ତୁତ କରିଥିବା ୨୦୧୯-୨୦ ମସିହାର ପୂର୍ଣ୍ଣାଙ୍ଗ ବଜେଟ ଏବେ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଛି। ଅବଶ୍ୟ ଗତ ଆର୍ଥିକ ବର୍ଷ ତୁଳନାରେ ଓଡ଼ିଶାକୁ ଏଥର କେନ୍ଦ୍ରୀୟ ଟିକସ ବାବଦରେ ଅଧିକ ୨୨୦୬ କୋଟି ଟଙ୍କା ମିଳିବ।

କେନ୍ଦ୍ର ବଜେଟରେ ଓଡ଼ିଶାକୁ କେତେ ଟିକସ ଅର୍ଥ ମିଳିବ, ତା’ର ଏକ ତୁଳନାତ୍ମକ ଚିତ୍ର ଆଜି ଗଣମାଧ୍ୟମ ପ୍ରତିନିଧିମାନେ ଚାହିଁଥିଲେ ମଧ୍ୟ ରାଜ୍ୟ ଅର୍ଥ ବିଭାଗ ଏହା ଦେବାକୁ ସିଧାସଳଖ ମନା କରିଦେଇଛି। ଅନ୍ୟପକ୍ଷରେ ରାଜ୍ୟ ବଜେଟ୍ ପ୍ରସ୍ତୁତିି ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟରେ ଗତବର୍ଷ ତୁଳନାରେ ପ୍ରାୟ ୩୮୫୩ କୋଟି ଟଙ୍କାର ଅଧିକ କେନ୍ଦ୍ରୀୟ ଟିକସ ପାଇବ ବୋଲି ଓଡ଼ିଶା ଆକଳନ କରିଛି। ମାତ୍ର କେନ୍ଦ୍ର ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟରେ ଓଡ଼ିଶାକୁ କେନ୍ଦ୍ରୀୟ ଟିକସ ବାବଦକୁ ଏହି ଆକଳନ ଠାରୁ ପ୍ରାୟ ୧୬୪୭ କୋଟି ଟଙ୍କା କମ୍ ମିଳିବ। ଅବଶ୍ୟ ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ୨୨୦୬ କୋଟି ଟଙ୍କାର ଅଧିକ କେନ୍ଦ୍ରୀୟ ଟିକସ ମିଳିବ। କେନ୍ଦ୍ର ସରକାର ନିଜର କାମଚଳା ବଜେଟ (୨୦୧୯-୨୦)ରେ ଆକଳନ କରିଥିବା ଟିକସ ସଂଗ୍ରହ ପରିମାଣ ପୂର୍ଣ୍ଣାଙ୍ଗ ବଜେଟରେ ପ୍ରାୟ ୩୫ହଜାର କୋଟି ଟଙ୍କା ହ୍ରାସ ପାଇଥିବାରୁ ଓଡ଼ିଶା ସମେତ ସବୁ ରାଜ୍ୟକୁ ସେହି ଅନୁପାତରେ କେନ୍ଦ୍ରୀୟ ଟିକସ ମିଳିବ। କାମଚଳା ବଜେଟ୍ ତୁଳନାରେ ପୂର୍ଣ୍ଣାଙ୍ଗ ବଜେଟରେ ସର୍ବଭାରତୀୟସ୍ତରରେ କେନ୍ଦ୍ରୀୟ ଟିକସ ସଂଗ୍ରହ ହ୍ରାସ ଆକଳନ ଯୋଗୁ ଉତ୍ତରପ୍ରଦେଶକୁ ସର୍ବାଧିକ ୬୩୭୦କୋଟି ଟଙ୍କା, ମଧ୍ୟପ୍ରଦେଶକୁ ୨୬୮୩କୋଟି, ବିହାରକୁ ୩୪୨୯କୋଟି, ପଶ୍ଚିମବଙ୍ଗକୁ ୨୫୯୭ କୋଟି,ମହାରାଷ୍ଟ୍ରକୁ ୧୯୫୮ କୋଟି ଟଙ୍କା କମ୍ କେନ୍ଦ୍ରୀୟ ଟିକସ ମିଳିବ। ତେଣୁ ଓଡ଼ିଶା ସରକାର ନିଜ ବଜେଟରେ ଯେତିକି ଆକଳନ କରିବେ ସେତିକି ଅର୍ଥ କେନ୍ଦ୍ରରୁ ଯେ ମିଳିବ, ତାହା ଆଶା କରିବା ଭୁଲ ହେବ। ତେବେ କେନ୍ଦ୍ରୀୟ ଟିକସ କମ୍ ମିଳିବାକୁ ଥିବାରୁ ରାଜ୍ୟ ସରକାର ପୂର୍ବବର୍ଷ ଭଳି କେତେକ ବିଭାଗକୁ ଆବଣ୍ଟିତ ଅର୍ଥକୁ ଅନ୍ୟତ୍ର କାର୍ଯ୍ୟକ୍ରମ ବା ଯୋଜନାକୁ ସ୍ଥାନାନ୍ତର କରିବାର ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାର ନିଜ ବଜେଟରେ କେନ୍ଦ୍ରୀୟ ଟିକସ ବାବଦକୁ ୨୦୧୯-୨୦ ବର୍ଷରେ ୩୯୨୦୬ କୋଟି ଟଙ୍କା ମିଳିବ ବୋଲି ଆକଳନ କରିଥିବା ବେଳେ ବାସ୍ତବରେ ୩୭,୫୬୦କୋଟି ଟଙ୍କା କେନ୍ଦ୍ରୀୟ ଟିକସ ମିଳିବ। ସେହିପରି ୨୦୧୮-୧୯ ମସିହାରେ ୩୬,୫୮୫ କୋଟି ଟଙ୍କା ମିିଳିବ ବୋଲି ଆକଳନ କରାଯାଇ ଥିବା ବେଳେ ପ୍ରାୟ ୧୨୩୨ କୋଟି ଟଙ୍କା କମ୍ ପାଇଥିଲେ। ୨୦୧୭-୧୮ରେ ୩୧,୪୯୯ କୋଟି ଟଙ୍କା ଆକଳନ କରିଥିବାବେଳେ କେନ୍ଦ୍ରୀୟ ଟିକସରୁ ୩୧,୨୭୨ କୋଟି ଟଙ୍କା ମିଳିଥିଲା। ଓଡ଼ିଶାକୁ ଗତବର୍ଷ ଜିଏସଟି ବାବଦରେ ୯୮୦୦କୋଟି ଟଙ୍କା ମିଳିଥିବାବେଳେ ଚଳିତବର୍ଷ ୧୦,୨୨୮କୋଟି ଟଙ୍କା ମିଳିବ।

୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାକୁ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ବାବଦରେ ୨୦୪୮ କୋଟି ଟଙ୍କା, କଷ୍ଟମ ଡ୍ୟୁଟି ବାବଦରେ ୨୭୦୩.୬୯କୋଟି ଟଙ୍କା, ଆୟକର ବାବଦରେ ୯୭୮୨.୮୬ କୋଟି ଟଙ୍କା ଓ କର୍ପୋରେସନ୍ ଟିକସରେ ୧୨,୭୯୭.୩୮ କୋଟି ଟଙ୍କାର କେନ୍ଦ୍ରୀୟ ଟିକସ ମିଳିବ।

ତେବେ କେନ୍ଦ୍ରୀୟ କ୍ଷେତ୍ରର ଅନୁଦାନ ଓ କେନ୍ଦ୍ରୀୟ ସହାୟତାପ୍ରାପ୍ତ ଯୋଜନା ବାବଦରେ ଓଡ଼ିଶାକୁ ଚଳିତ ଆର୍ଥିକ ବର୍ଷରେ ୩୦,୫୫୯ କୋଟି ଟଙ୍କା ମିଳିବ ବୋଲି ରାଜ୍ୟ ବଜେଟରେ ଆକଳନ କରାଯାଇଥିଲେ ମଧ୍ୟ ଏ ବାବଦକୁ ପ୍ରାୟ ଅଢ଼େଇ ହଜାର କୋଟି ଟଙ୍କା ଅଧିକ ମିଳିବ ବୋଲି ରାଜ୍ୟ ଅର୍ଥ ବିଭାଗ ସୂତ୍ରରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story