ମୋବାଇଲ ଫୋନ୍ ସେବା ନଥିବା ଗାଁ ତାଲିକାରେ ଓଡ଼ିଶା ନଂ୧

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଯୁକ୍ତିବିଦ୍ୟା ଯୁଗରେ ଏବେ ପ୍ରାୟ ସମସ୍ତଙ୍କ ହାତରେ ଅଛି ମୋବାଇଲ ଫୋନ୍। କିନ୍ତୁ ପରିତାପର ବିଷୟ ଯେ, ଓଡ଼ିଶାର ମୋଟ ୯୯୪୦ଟି ଗାଁରେ ଏବେବି ମୋବାଇଲ ଫୋନ୍ ସେବା ଉପଲବ୍ଧ ନୁହେଁ। ଯାହାକି ସମଗ୍ର ଦେଶରେ ସର୍ବାଧିକ ବୋଲି ଜଣାପଡ଼ିଛି। କେନ୍ଦ୍ର ସୂଚନା ଓ ପ୍ରଯୁକ୍ତବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଜି ରାଜ୍ୟସଭାରେ ଏନେଇ ସାଂସଦ ରଞ୍ଜୀବ ବିଶ୍ୱାଳଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ଦୂରସଞ୍ଚାର ସେବା ପ୍ରଦାନ କରୁଥିବା […]

odisha-has-nearly-10-thousand-villages-without-access-to-mobile-phone-service

Manoranjan Sial
  • Published: Thursday, 18 July 2019
  • , Updated: 18 July 2019, 09:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଯୁକ୍ତିବିଦ୍ୟା ଯୁଗରେ ଏବେ ପ୍ରାୟ ସମସ୍ତଙ୍କ ହାତରେ ଅଛି ମୋବାଇଲ ଫୋନ୍। କିନ୍ତୁ ପରିତାପର ବିଷୟ ଯେ, ଓଡ଼ିଶାର ମୋଟ ୯୯୪୦ଟି ଗାଁରେ ଏବେବି ମୋବାଇଲ ଫୋନ୍ ସେବା ଉପଲବ୍ଧ ନୁହେଁ। ଯାହାକି ସମଗ୍ର ଦେଶରେ ସର୍ବାଧିକ ବୋଲି ଜଣାପଡ଼ିଛି।

କେନ୍ଦ୍ର ସୂଚନା ଓ ପ୍ରଯୁକ୍ତବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଜି ରାଜ୍ୟସଭାରେ ଏନେଇ ସାଂସଦ ରଞ୍ଜୀବ ବିଶ୍ୱାଳଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ଦୂରସଞ୍ଚାର ସେବା ପ୍ରଦାନ କରୁଥିବା କମ୍ପାନୀଗୁଡ଼ିକଠୁ ୨୦୧୮ ମସିହାରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ ଦେଶର ମୋଟ ୪୩,୦୮୮ଟି ଗାଁରେ ମୋବାଇଲ ଫୋନ୍ ସେବା ଉପଲବ୍ଧ ନାହିଁ। ସେଥିରୁ ଓଡ଼ିଶାରେ ୯୯୪୦ଟି, ମହାରାଷ୍ଟ୍ରର ୬୧୧୭ଟି, ମଧ୍ୟପ୍ରଦେଶର ୫୫୫୮ଟି, ଛତିଶଗଡ଼ର ୩୫୬୩ଟି, ଆନ୍ଧ୍ରପ୍ରଦେଶର ୨୭୪୫ଟି ଓ ଅରୁଣାଚଳ ପ୍ରଦେଶର ୨୨୧୫ଟି ଗାଁ ରେ ମୋବାଇଲ ଫୋନ୍ ସେବା ଉପଲବ୍ଧ ହୋଇପାରି ନାହିଁ। କେରଳ ଓ ଦିଲ୍ଲୀ ସମେତ ପୁଡୁଚେରୀ, ଚଣ୍ଡିଗଡ଼, ଦାମନ ଓ ଡିଉ, ଦାଦରା ଓ ନଗରହାଭେଳୀ, ଲାକ୍ଷାଦୀପରେ ଶତପ୍ରତିଶତ ଗାଁରେ ମୋବାଇଲ ଫୋନ୍ ସେବା ଉପଲବ୍ଧ ହୋଇପାରିଛି।

ସେହିପରି ୨୦୧୯ ଜୁନ୍ ମାସ ଶେଷ ସୁଦ୍ଧା ଓଡ଼ିଶାରେ ମୋଟ ୧୭୮୮୦ଟି ଟେଲିଫୋନ୍ ଟାୱାର ଥିବାବେଳେ ଗତ ୩ବର୍ଷ ମଧ୍ୟରେ ମାତ୍ର ୧୧୮ଟି ଟେଲିଫୋନ୍ ଟାୱାର ସ୍ଥାପିତ ହୋଇଛି। ଓଡ଼ିଶାରେ ବିଏସଏନଏଲର ମୋଟ ୧୦୮୦ଟି ଟେଲିଫୋନ୍ ଏକ୍ସଚେଞ୍ଜ କାର୍ଯ୍ୟ କରୁଛି ବୋଲି ଶ୍ରୀ ପ୍ରସାଦ ସୂଚନା ଦେଇଛନ୍ତି।

Related story