ରେଳ ବଜେଟରେ ଓଡ଼ିଶାର ଭାଗକୁ ନେଇ ଶ୍ରୀକାନ୍ତଙ୍କ କ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଆର୍ଥିକ ବର୍ଷର ରେଳ ବଜେଟରେ ଓଡ଼ିଶା ପାଇଁ ୫୬୦୦କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିବାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କ୍ଷୋଭ ପ୍ରକାଶ କରିଛନ୍ତି। ଓଡ଼ିଶାର ରେଳ ବିକାଶ ପାଇଁ ସର୍ବନିମ୍ନ ଆବଶ୍ୟକତା ମଧ୍ୟ ଏହି ଅର୍ଥରେ ପୂରଣ ହୋଇପାରିବ ନାହିଁ ବୋଲି କହିବା ସହ ଓଡ଼ିଶା ସରକାର ତୁରନ୍ତ ଏକ ‘ରେଳ କର୍ପୋରେସନ’ ସ୍ଥାପନ କରି ମାଲ ପରିବହନ କାର୍ଯ୍ୟ ନିଜ ହାତକୁ ନେବାକୁ ସେ ଦାବି କରିଛନ୍ତି। ଆଜି ଏକ […]

srikant-jena-says-naveens-council-of-ministers-has-violated-constitutional-norms

Manoranjan Sial
  • Published: Thursday, 11 July 2019
  • Updated: 11 July 2019, 08:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଆର୍ଥିକ ବର୍ଷର ରେଳ ବଜେଟରେ ଓଡ଼ିଶା ପାଇଁ ୫୬୦୦କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିବାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କ୍ଷୋଭ ପ୍ରକାଶ କରିଛନ୍ତି। ଓଡ଼ିଶାର ରେଳ ବିକାଶ ପାଇଁ ସର୍ବନିମ୍ନ ଆବଶ୍ୟକତା ମଧ୍ୟ ଏହି ଅର୍ଥରେ ପୂରଣ ହୋଇପାରିବ ନାହିଁ ବୋଲି କହିବା ସହ ଓଡ଼ିଶା ସରକାର ତୁରନ୍ତ ଏକ ‘ରେଳ କର୍ପୋରେସନ’ ସ୍ଥାପନ କରି ମାଲ ପରିବହନ କାର୍ଯ୍ୟ ନିଜ ହାତକୁ ନେବାକୁ ସେ ଦାବି କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କହିଛନ୍ତି ଯେ, ଓଡ଼ିଶା ସରକାର ଏକ ରେଳ କର୍ପୋରେସନ ସ୍ଥାପନ କରି ମାଲ ପରିବହନ କାର୍ଯ୍ୟ ନିଜ ହାତକୁ ନେଲେ ବାର୍ଷିକ ୧୦ହଜାର କୋଟି ଟଙ୍କାର ଲାଭ ମିଳିପାରନ୍ତା ଓ ରାଜ୍ୟର ବହୁ ବେକାର ଯୁବକଯୁବତୀ ମଧ୍ୟ ଚାକିରି ପାଇପାରନ୍ତେ। ଗତବର୍ଷ ଓଡ଼ିଶା ପାଇଁ ରେଳବଜେଟରେ ଯେତିକି ବ୍ୟୟବରାଦ ହୋଇଥିଲା ସେଥିରୁ ପ୍ରାୟ ୨ହଜାର କୋଟି ଟଙ୍କା କାମ ନହୋଇ ଫେରିଯାଇଛି। ତେଣୁ ଚଳିତ ଆର୍ଥିକ ବର୍ଷରେ ମାତ୍ର ୩ହଜାର କୋଟି ଟଙ୍କା ଆବଣ୍ଟିତ ହୋଇଛି। ଏଭଳି ପ୍ରତିବର୍ଷ ହେଉଛି। କେବଳ କାଗଜପତ୍ରରେ ଟଙ୍କା ଆସୁଛି ବୋଲି ସେ କହିଥିଲେ।

ଚଳିତ ରେଳ ବଜେଟରେ ନୂଆ ରେଳଲାଇନ୍ ତ ଦୂରର କଥା ଯେଉଁ ରେଳ ପ୍ରକଳ୍ପ ୨୩ବର୍ଷ ତଳକୁ ଆରମ୍ଭ ହୋଇଥିଲା ତାକୁ ସମ୍ପୂର୍ଣ୍ଣ କରିବା ପାଇଁ ମଧ୍ୟ ଆବଶ୍ୟକ ଅର୍ଥ ଦିଆଯାଇନାହିଁ। ଓଡ଼ିଶା ପ୍ରତିବର୍ଷ ରେଳ ବିଭାଗକୁ ୨୦ରୁ ୨୫ହଜାର କୋଟି ଟଙ୍କା ଦେଉଛି, ମାତ୍ର ତା’ର ଏକ ଚତୁର୍ଥାଂଶ ଅର୍ଥ ଫେରି ପାଉନାହିଁ। ସେହିପରି ରେଳ ବିଭାଗରେ ଓଡ଼ିଆ କର୍ମଚାରୀଙ୍କ ସଂଖ୍ୟା ଅତି ନଗଣ୍ୟ । ଓଡ଼ିଶା ଅଧିକ ଟଙ୍କା ଦେଉଥିଲେ ମଧ୍ୟ ରେଳ ବିଭାଗରେ ଓଡ଼ିଆ ପିଲାଙ୍କୁ ଚାକିରି ମିଳୁନାହିଁ।

ଓଡ଼ିଶାରୁ ମିଳୁଥିବା ରାଜସ୍ୱରେ ଅନ୍ୟ ସ୍ଥାନରେ ରେଳଲାଇନ୍, ମେଟ୍ରୋ ଲାଇନ୍ ଓ ରେଳ ଯାତ୍ରୀ ସୁବିଧା ମିଳୁଛି କିନ୍ତୁ ଓଡ଼ିଶାବାସୀ ସେଥିରୁ ବଞ୍ଚିତ ହେଉଛନ୍ତି। ଓଡ଼ିଶାରେ ନୂଆ ରେଳପଥର ପ୍ରସ୍ତାବ ନାହିଁ, କେବଳ ଯାହା ପୁରୁଣା କାମ ପାଇଁ କିଛି ଟଙ୍କା ମିଳୁଛି। ରେଳବାଇ ଅନ୍ୟ ରାଜ୍ୟରେ ମେଡିକାଲ କଲେଜ ଓ ବିଶାଳ ସ୍ପୋର୍ଟସ କମ୍ପ୍ଲେକ୍ସ କରୁଛି, କିନ୍ତୁ ଓଡ଼ିଶାରେ କାହିଁକି କରୁନି ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ତତଃ ପକ୍ଷେ ରାୟଗଡ଼ା ଓ କେନ୍ଦୁଝରଠାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଉ ବୋଲି ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story