ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଜମି ରେଜିଷ୍ଟ୍ରେସନ ହେବ କ୍ୟାସଲେସ୍। ସବ-ରେଜିଷ୍ଟ୍ରାର ଅଫିସରେ ଜମି ରେଜିଷ୍ଟ୍ରେସନ୍ ଫି’ ବାବଦରେ ନଗଦ ଟଙ୍କା ଗ୍ରହଣ କରାଯିବ ନାହିଁ। ଯେଉଁଠି ଅନ୍ଲାଇନ୍ ପେମେଣ୍ଟରେ ଅସୁବିଧା ହେବ ସେଠି ଡ୍ରାଫ୍ଟ କିମ୍ବା ଚେକ୍ ଜରିଆରେ ଦେୟ ଗ୍ରହଣ କରାଯିବ। ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି।
ଏହି ନୂଆ ବ୍ୟବସ୍ଥା ଆସନ୍ତା ମାସରୁ କାର୍ଯ୍ୟକାରୀ ହେବ। ସେହିପରି ଜମି ମ୍ୟୁଟେସନ୍ ଓ କନଭର୍ସନକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଯେଉଁ ଅସନ୍ତୋଷ ଦେଖା ଦେଉଛି ତା’ର ସମାଧାନ ପାଇଁ ପ୍ରତି ରେଭିନ୍ୟୁ ଇନ୍ସପେକ୍ଟର, ସେମାନଙ୍କ ସର୍କଲରେ ପ୍ରତିମାସର ଦ୍ୱିତୀୟ ଶନିବାର ଏବଂ ରବିବାର ଲୋକ ଅଦାଲତ କରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।