ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଏଣିକି ‘ମମତା’ ଯୋଜନାରେ ତୃତୀୟ ସନ୍ତାନ ଜନ୍ମ ପାଇଁ ବି ସହାୟତା ଯୋଗାଇ ଦେବେ। ତେବେ ଏହି ସୁବିଧା କେବଳ ଆଦିମ ଜନଜାତି ମହିଳାଙ୍କୁ ୨୦୨୪ ମସିହା ପର୍ଯ୍ୟନ୍ତ ମିଳିବ।
ଆଦିମ ଜନଜାତି ବର୍ଗରର ମହିଳାଙ୍କ ମଧ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଉଦ୍ଦେଶ୍ୟରେ ମମତା ଯୋଜନା ଅଧୀନରେ ରାଜ୍ୟର ଯେକୌଣସି ଅଞ୍ଚଳରେ ବସବାସ କରୁଥିବା ସମସ୍ତ ଆଦିମ ଜନଜାତି ମହିଳାଙ୍କୁ ଏହି ସୁବିଧା ମିଳିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଉଲ୍ଲେଖଯୋଗ୍ୟ, ଏବେ ମମତା ଯୋଜନାରେ ୨ଟି କିସ୍ତିରେ ୫ହଜାର ଟଙ୍କାର ଆର୍ଥିକ ସହାୟତା ଦୁଇଟି ଜନ୍ମ ହୋଇଥିବା ସନ୍ତାନଙ୍କ ପାଇଁ ଗର୍ଭବତୀ ବା ପ୍ରସୂତୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରଦାନ କରାଯାଉଛି। ତେବେ କେବଳ ଆଦିମ ଜନଜାତି ମହିଳାଙ୍କୁ ତୃତୀୟ ସନ୍ତାନ ଜନ୍ମ ପାଇଁ ଏହି ସୁବିଧା ଉପଲବ୍ଧ କରାଯିବ।
ଏବେସୁଦ୍ଧା ରାଜ୍ୟର ପ୍ରାୟ ୩୮.୮୯ଲକ୍ଷ ଗର୍ଭବତୀ ବା ପ୍ରସୂତୀଙ୍କୁ ମମତା ଯୋଜନାରେ ୧୮୧୦କୋଟି ଟଙ୍କା ହସ୍ତାନ୍ତର କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କାରକୁ ପିଟିଲା ହାଇୱା, ୨ ବିଜେପି କର୍ମୀଙ୍କ ମୃତ୍ୟୁ
ଦେବେନ୍ଦ୍ର ଓ ମୁରଲୀଧର କୌଣସି କାମରେ ଭୁବନେଶ୍ୱର ଯାଇଥିଲେ। ସେମାନେ ଟ୍ରେନ୍ ଯୋଗେ ସମ୍ବଲପୁର ଫେରିଥିଲେ। ସେଠାରୁ ଗାଁକୁ ଫେରିବା ପାଇଁ ସେମାନେ କାର ମଗାଇଥିଲେ।
Miscellaneous
ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍
ଡ୍ରୋନଟି ଦୋଳମଣ୍ଡପ ସାହିରୁ ଆସି ପ୍ରଥମେ ମନ୍ଦିର ଚାରିପାଖ ଏବଂ ପରେ ମେଘନାଦ ପାଚେରୀ ବୁଲିଥିଲା।
Miscellaneous
୨ ହଜାର ନୂଆ ଟ୍ରାଫିକ ପୁଲିସ ପଦବୀ ସୃଷ୍ଟିକୁ ମଞ୍ଜୁରୀ, ଚଳିତବର୍ଷ ପୂରଣ ହେବ ୫୦୦ ପଦବୀ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଜାତୀୟ ସଡ଼କ ସୁରକ୍ଷା ମାସର ରାଜ୍ୟସ୍ତରୀୟ ଉଦଯାପନ କାର୍ଯ୍ୟକ୍ରମରେ ଯୋଗ ଦେଇ ସଡ଼କ ସୁରକ୍ଷାକୁ ଜନ ଅଭିଯାନରେ ପରିଣତ କରିବା ନିମନ୍ତେ ଆହ୍ୱାନ କରିଛନ୍ତି ।
Events & Festivals
ଉତ୍କର୍ଷ ଓଡ଼ିଶା କନକ୍ଲେଭ: ୪ଦିନ ଧରି ଚାଲିବ କାର୍ଯ୍ୟକ୍ରମ, ୨୮ରେ ଆସିବେ ପ୍ରଧାନମନ୍ତ୍ରୀ
‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ଶିଳ୍ପ ବିଭାଗ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଏକ ବିସ୍ତୃତ କାର୍ଯ୍ୟସୂଚୀ ଉପସ୍ଥାପନ କରାଯାଇଛି ।
Crime
ସଫେଇ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ବାବୁଲି କାକ ରାଣିବଗିଚା ବାଇପାସ୍ ନିକଟରେ ସଫେଇ କାମର ତଦାରଖ କରିବା ପାଇଁ ଯାଇଥିଲେ। କାମ ତଦାରଖ କରିବା ପରେ ସେଠାରେ ସେ ଠିଆ ହୋଇଥିଲେ। ଠିକ୍ ସେତିକି ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।