ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସାଇକେଲରେ ଭଦ୍ରକରୁ ଦିଲ୍ଲୀ ଯାତ୍ରା

ଭଦ୍ରକ(ପାର୍ଥ ସାରଥୀ ନାୟକ): ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପାଇଁ ସାଇକେଲ ଯୋଗେ ଭଦ୍ରକରୁ ଦିଲ୍ଲୀ ଅଭିମୁଖେ ଆରମ୍ଭ ହୋଇଛି ଯାତ୍ରା। ଗୋଟିଏ ମଣିଷ ଗୋଟିଏ ଗଛର ବାର୍ତ୍ତା ସହ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ସାଇକେଲ ଯୋଗେ ଦିଲ୍ଲୀ ଯାଉଛନ୍ତି ଜଣେ ଯୁବକ। ଏହି ଯୁବକ ଜଣଙ୍କ ହେଲେ ଭଦ୍ରକ ଉତ୍ତର ବାହିନୀ ଅଞ୍ଚଳର ସଞ୍ଜୟ କୁମାର ପଣ୍ଡା। ସେ ଆଜି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରୁ ସାଇକେଲ ଯୋଗେ ତାଙ୍କର […]

Bhadrak

Bhadrak

Hemant Lenka
  • Published: Wednesday, 10 August 2022
  • Updated: 10 August 2022, 03:02 PM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପାଇଁ ସାଇକେଲ ଯୋଗେ ଭଦ୍ରକରୁ ଦିଲ୍ଲୀ ଅଭିମୁଖେ ଆରମ୍ଭ ହୋଇଛି ଯାତ୍ରା। ଗୋଟିଏ ମଣିଷ ଗୋଟିଏ ଗଛର ବାର୍ତ୍ତା ସହ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ସାଇକେଲ ଯୋଗେ ଦିଲ୍ଲୀ ଯାଉଛନ୍ତି ଜଣେ ଯୁବକ। ଏହି ଯୁବକ ଜଣଙ୍କ ହେଲେ ଭଦ୍ରକ ଉତ୍ତର ବାହିନୀ ଅଞ୍ଚଳର ସଞ୍ଜୟ କୁମାର ପଣ୍ଡା।

ସେ ଆଜି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରୁ ସାଇକେଲ ଯୋଗେ ତାଙ୍କର ଅବିଶ୍ୱସନୀୟ ଯାତ୍ରା ଆରମ୍ଭ କରିଛନ୍ତି। ତାଙ୍କର ଏକମାତ୍ର ଲକ୍ଷ୍ୟ ହେଲା ପରିବେଶ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସତର୍କ କରାଇବା ଓ ରାଷ୍ଟ୍ରପତି ହୋଇଥିବା ଓଡ଼ିଆ ଝିଅ ଦୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବା। ଆଜି ଯେଉଁଭଳି ଭାବେ ପରିବେଶ ପ୍ରଦୂଷଣ ବଢ଼ିବାରେ ଲାଗିଛି ସେଥିପ୍ରତି ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ। ସମସ୍ତେ ଅଧିକ ସଂଖ୍ୟାରେ ଗଛ ଲଗାଇବା ସହ ‘ଗୋଟିଏ ମଣିଷ ଗୋଟିଏ ଗଛ’ ନିୟମ ପାଳନ କରିବା ଅତ୍ୟନ୍ତ ଜରୁରୀ। ରାଷ୍ଟ୍ରପତି ଆମ ଜନ୍ମ ମାଟିର ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଦିଲ୍ଲୀ ଯାଉଥିବା ସଞ୍ଜୟ କହିଛନ୍ତି।

ସେ କହିଛନ୍ତି, “ଗୋଟିଏ ମଣିଷ ଗୋଟିଏ ଗଛ ଓ ପରିବେଶ ସୁରକ୍ଷା ହିଁ ମୋର ଏକମାତ୍ର ଲକ୍ଷ୍ୟ। ଭଦ୍ରକରୁ ଦିଲ୍ଲୀ ଯିବା ବେଳେ ମୁଁ ଜାଣିଛି ଅନେକ ବାଧାବିଘ୍ନ ଆସିବ। ତଥାପି ମୁଁ ଏହି ଯାତ୍ରା ଆରମ୍ଭ କରିଛି। ମୋ ଜନ୍ମସ୍ଥାନ ଉଦଳା ହୋଇଥିବା ବେଳେ ମୁଁ ୧୯୯୨ରୁ ଭଦ୍ରକରେ ରହୁଛି। ଆମ ଜନ୍ମ ମାଟିରୁ ଜଣେ ରାଷ୍ଟ୍ରପତି ହୋଇଛନ୍ତି। ତେଣୁ ମୁଁ ତାଙ୍କୁ ଦେଖା କରି ଶୁଭେଚ୍ଛା ଜଣାଇବି।

୨୫ ଦିନ ଭିତରେ ମୁଁ ଦିଲ୍ଲୀରେ ପହଞ୍ଚିବାର ଲକ୍ଷ୍ୟ ରଖିଛି। ଏହା ୩୦ ଦିନ ମଧ୍ୟ ହୋଇଯାଇ ପାରେ। କିନ୍ତୁ ଦିଲ୍ଲୀରେ ପହଞ୍ଚିବି। ରାଷ୍ଟ୍ରପତିଙ୍କୁ ଦେଖା କରିପାରିବି ବୋଲି ମୋର ଆଶା। ଆଜି କାଲି ଲୋକମାନେ ବାଇକ ଓ ଗାଡ଼ିର ବ୍ୟବହାର ଅଧିକ ମାତ୍ରାରେ କରୁଛନ୍ତି। ଯେଉଁ କାମକୁ ଆମେ ଚାଲିଚାଲି କରିବା, ତା’ ପାଇଁ ମଧ୍ୟ ଗାଡ଼ିର ବ୍ୟବହାର କରୁଛୁ। ଏହାଦ୍ୱାରା ପରିବେଶ ପ୍ରଦୂଷିତ ହେଉଛି।

ତେଣୁ ମୁଁ ସମସ୍ତଙ୍କୁ ବାଇକ କମ ଚଲାଇବାକୁ ଅନୁରୋଧ କରୁଛି। ସେହିପରି ଜଣେ ଲୋକ ୫ଟା ଗଛ କାଟୁଥିଲେ ବି ଗୋଟିଏ ବି ଗଛ ଲଗାଉ ନାହିଁ। ସମସ୍ତେ ଗଛ ଲଗାଇଲେ ପରିବେଶ ସୁରକ୍ଷିତ ରହିବ।” ଦିଲ୍ଲୀ ଯାତ୍ରା ପାଇଁ ଟ୍ୟାକ୍ସି ଷ୍ଟାଣ୍ଡର କିଛି ଲୋକ ସଞ୍ଜୟଙ୍କୁ ହାତ ଖର୍ଚ୍ଚ ଦେଇଛନ୍ତି। ଏହି ଟଙ୍କା ଧରି ସେ ଦିଲ୍ଲୀ ଯାତ୍ରା କରିଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story