୬ ମାସ ଗର୍ଭବତୀ ଥିବାରୁ ଝିଅର ତଣ୍ଟିଚିପି ହତ୍ୟାକଲା ବାପା: ଗୁଜରାଟରେ ଓଡ଼ିଶା ଝିଅର ଅନରକିଲିଂ

ସୁରତ: ଗୁଜରାଟରେ ଜଣେ ଓଡିଆ ଝିଅ ଅନର କିଲିଂର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା ଏହି ନାବାଳିକାଙ୍କୁ ତାଙ୍କ ବାପା ତଣ୍ଟି ଚିପି ହତ୍ୟା କରିଛନ୍ତି। ଅଭିଯୋଗ ଅନୁସାରେ, ହତ୍ୟାର ଶିକାର ନାବାଳିକା ଲିଜା ହେଉଛନ୍ତି ଟୁକୁନା ଦାସଙ୍କ ଝିଅ। ଟୁକୁନା ସୁରତର ପାଣ୍ଡେସରା ହରିଓମ୍ ନଗରରେ ରହି ଶ୍ରମିକ ଭାବେ କାମ କରୁଥିଲେ। ତେବେ ଲିଜା ୬ ମାସର ଗର୍ଭବତୀ ଥିବା ଜଣାପଡିବା ପରେ ଘର ଲୋକେ ଚିନ୍ତାରେ ପଡ଼ିଥିଲେ। ଏନେଇ […]

owner-killing

Rakesh Mallick
  • Published: Friday, 07 July 2017
  • , Updated: 07 July 2017, 08:02 PM IST

ସୁରତ: ଗୁଜରାଟରେ ଜଣେ ଓଡିଆ ଝିଅ ଅନର କିଲିଂର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା ଏହି ନାବାଳିକାଙ୍କୁ ତାଙ୍କ ବାପା ତଣ୍ଟି ଚିପି ହତ୍ୟା କରିଛନ୍ତି।

ଅଭିଯୋଗ ଅନୁସାରେ, ହତ୍ୟାର ଶିକାର ନାବାଳିକା ଲିଜା ହେଉଛନ୍ତି ଟୁକୁନା ଦାସଙ୍କ ଝିଅ। ଟୁକୁନା ସୁରତର ପାଣ୍ଡେସରା ହରିଓମ୍ ନଗରରେ ରହି ଶ୍ରମିକ ଭାବେ କାମ କରୁଥିଲେ। ତେବେ ଲିଜା ୬ ମାସର ଗର୍ଭବତୀ ଥିବା ଜଣାପଡିବା ପରେ ଘର ଲୋକେ ଚିନ୍ତାରେ ପଡ଼ିଥିଲେ। ଏନେଇ ପରିବାର ଲୋକେ ଯେତେ ପଚାରିଲେ ମଧ୍ୟ ଲିଜା କିଛି କହି ନଥିଲେ। ଶେଷରେ ଗତ ୨୯ ତାରିଖ ଦିନ ବାପା ଟୁକୁନା ତାଙ୍କୁ ଡୁମ୍‌ସ ବେଳାଭୂମି ବୁଲାଇ ନେବା ବାହାନାରେ ତଣ୍ଟି ଚିପି ହତ୍ୟା କରି ଫିଙ୍ଗି ସେଠାରେ ଦେଇଥିବା ଜଣାପଡ଼ିଛି।

ସୁରତ ବିମାନବନ୍ଦର ନିକଟ ଏକ କ୍ଷେତରୁ ଝିଅଟିର ମୃତଦେହ ମିଳିବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା। ଆଧାରକାର୍ଡରୁ ପରିଚୟ ମିଳିବା ପରେ ଘଟଣା ପଦାକୁ ଆସିଥିଲା। ଏହାପରେ ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related story