କେଉଁଠୁ ଲଢ଼ିବେ ନିରଞ୍ଜନ ?

ଭୁବନେଶ୍ୱର (ପ୍ରକାଶ ସେଠୀ): ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରିୟାଶୀଳ ହେଉଥିବା ରାଜ୍ୟ କଂଗ୍ରେସ, ଏବେ ଆଗୁଆ ନିର୍ବାଚନକୁ ଆଖିରେ ରଖି ନିଜକୁ ପ୍ରସ୍ତୁତ କରିବାରେ ଲାଗିଛି। ଅଗଷ୍ଟ ମାସ ସୁଦ୍ଧା ୫୦ଟି ନିର୍ବାଚନମଣ୍ଡଳୀ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିବା ରାଜ୍ୟ କଂଗ୍ରେସ, ପ୍ରଥମ ପର୍ଯ୍ୟାୟରେ କେଉଁ ନେତାମାନଙ୍କ ତାଲିକା ଜାରି କରିବ, ତାକୁ ନେଇ ଛକାପଞ୍ଝା ଆରମ୍ଭ ହୋଇଛି। ତେବେ ଖୋଦ‌୍‍ ପିସିସି ମୁଖିଆ ଶ୍ରୀ ପଟ୍ଟନାୟକ କେଉଁ […]

Niranjan-1

Niranjan-1

Ordigital Desk
  • Published: Monday, 16 July 2018
  • Updated: 16 July 2018, 09:32 PM IST

Sports

Latest News

ଭୁବନେଶ୍ୱର (ପ୍ରକାଶ ସେଠୀ): ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରିୟାଶୀଳ ହେଉଥିବା ରାଜ୍ୟ କଂଗ୍ରେସ, ଏବେ ଆଗୁଆ ନିର୍ବାଚନକୁ ଆଖିରେ ରଖି ନିଜକୁ ପ୍ରସ୍ତୁତ କରିବାରେ ଲାଗିଛି। ଅଗଷ୍ଟ ମାସ ସୁଦ୍ଧା ୫୦ଟି ନିର୍ବାଚନମଣ୍ଡଳୀ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିବା ରାଜ୍ୟ କଂଗ୍ରେସ, ପ୍ରଥମ ପର୍ଯ୍ୟାୟରେ କେଉଁ ନେତାମାନଙ୍କ ତାଲିକା ଜାରି କରିବ, ତାକୁ ନେଇ ଛକାପଞ୍ଝା ଆରମ୍ଭ ହୋଇଛି। ତେବେ ଖୋଦ‌୍‍ ପିସିସି ମୁଖିଆ ଶ୍ରୀ ପଟ୍ଟନାୟକ କେଉଁ ସ୍ଥାନରୁ ନିର୍ବାଚନ ଲଢ଼ିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଜିଲ୍ଲାରୁ ୱାର୍ଡସ୍ତର ପର୍ଯ୍ୟନ୍ତ ନେତା ଚୟନ ପ୍ରକ୍ରିୟା, ଆଗୁଆ ପ୍ରାର୍ଥୀଙ୍କ ନାଁ ଘୋଷଣା ଓ ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବା ପାଇଁ ବ୍ୟାକ୍‌ଡୋର୍‌ରେ ପ୍ରୟାସ କରି ନିରଞ୍ଜନ ନିଜର ନେତୃତ୍ୱର ଦକ୍ଷତା ପ୍ରତିପାଦନ କରିଥିବା ବେଳେ ଆଗାମୀ ନିର୍ବାଚନରେ ନିଜେ କେଉଁ ଆସନରୁ ପ୍ରାର୍ଥୀ ହେବେ ତା’କୁ ନେଇ ଆଶଙ୍କା ଲାଗି ରହିଛି। ୨୦୧୪ ସାଧାରଣ ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରି ନ ଥିବା ନିରଞ୍ଜନ ନିଜର ପାରମ୍ପରିକ ବିଧାନସଭା ସିଟ‌୍‍ କେନ୍ଦୁଝର ଜିଲ୍ଲାର ଘସିପୁରା (ପୁରୁଣା ରାମଚନ୍ଦ୍ରପୁର) ନିର୍ବାଚନମଣ୍ଡଳୀ ଆସନରୁ ୨୦୦୯ରେ ପରାଜିତ ହୋଇଥିଲେ। ଏବେ ପୁଣିଥରେ ସେହି ସିଟ‌୍‍ରୁ ଲଢ଼ିବାର ସମ୍ଭାବନା କ୍ଷୀଣ ବୋଲି କଂଗ୍ରେସ ସୂତ୍ରରୁ ସୂଚନା ମିଳିଛି। ନିରଞ୍ଜନ ପିସିସି ମୁଖିଆ ହୋଇଥିବାରୁ ଦଳ ଓ ସଂଗଠନ ପାଇଁ ଅଧିକ ସମୟ ଦେବା ଲକ୍ଷ୍ୟରେ ଆଗାମୀ ସାଧାରଣ ନିର୍ବାଚନରେ ଉପକୂଳ ଓଡ଼ିଶାରୁ ପ୍ରାର୍ଥୀ ହେବାର ବିକଳ୍ପକୁ ଅଧିକ ପସନ୍ଦ କରୁଥିବା ଜଣାପଡ଼ିଛି। ବିଶେଷକରି ଭଦ୍ରକର ଭଣ୍ଡାରୀପୋଖରୀ, ଜଗତସିଂହପୁରର ବାଲିକୁଦା-ଏରସମା ଓ ଖୋର୍ଦ୍ଧାର ବୋଲଗଡ଼-ବେଗୁନିଆ ବିଧାନସଭା ସିଟ‌୍‍ ମଧ୍ୟରୁ ଯେକୌଣସି ଗୋଟିଏ ସ୍ଥାନରେ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା।

ନିଜର ପୁରୁଣା ନିର୍ବାଚନମଣ୍ଡଳୀ ରାମଚନ୍ଦ୍ରପୁରର ସୀମାକୁ ଲାଗିଥିବା ଭଣ୍ଡାରୀପୋଖରୀ ଆସନରେ ବିଜେଡିର ଗୋଷ୍ଠୀକନ୍ଦଳ ତୀବ୍ର ହେବାରେ ଲାଗିଛି। ଯାହାର ଫାଇଦା ତାଙ୍କୁ ମିଳିବ ବୋଲି ସେ ଆକଳନ କରୁଛନ୍ତି। ସେହିପରି ବାଲିକୁଦାରେ ନିରଞ୍ଜନଙ୍କ ଶ୍ୱଶୁରଘର ହୋଇଥିବାରୁ ସେଠାକାର ବହୁ ପୁରୁଖା ନେତାଙ୍କୁ ଅଣଦେଖା କରି ନିଜର ଜଣେ ସମ୍ପର୍କୀୟଙ୍କୁ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନିଯୁକ୍ତି ଦେଇଛନ୍ତି। ଆଉ ସେହି ଯୁବନେତାଙ୍କ ମାଧ୍ୟମରେ ନିରଞ୍ଜନ ବାଲିକୁଦା ଆସନ ମଧ୍ୟ ନିଜ ପାଇଁ ଅପେକ୍ଷାକୃତ ସୁରକ୍ଷିତ ମନେ କରୁଛନ୍ତି। ସେହିପରି ବୋଲଗଡ଼ ଆସନରେ ବର୍ତମାନର ବିଜେଡି ନେତାଙ୍କ ପ୍ରତି ବଢ଼ୁଥିବା ଅସନ୍ତୋଷ ଓ ଦଳର ଜଣେ ରାଜ୍ୟସଭା ସାଂସଦ ସେଠାରେ ନିଜ ପୁଅଙ୍କୁ ପ୍ରାର୍ଥୀ କରିବାକୁ ଲାଗିଥିବାରୁ ନିରଞ୍ଜନ ସେଠାରେ ବିଜେଡି ଗୋଷ୍ଠୀକନ୍ଦଳର ଫାଇଦା ଉଠାଇବାକୁ ଚାହୁଁଛନ୍ତି। ତେଣୁ ଏସବୁ ସମ୍ଭାବନା ଓ ବିକଳ୍ପକୁ ଦୃଷ୍ଟିରେ ରଖି ନିରଞ୍ଜନ ନିଜର ଆସନକୁ ଚୂଡ଼ାନ୍ତ କରିବାକୁ ପ୍ରୟାସ କରୁଛନ୍ତି । ଦଳୀୟ କନ୍ଦଳ ଏଡ଼ାଇବା ପାଇଁ ପ୍ରଥମ ପର୍ଯ୍ୟାୟ କଂଗ୍ରେସ ପ୍ରାର୍ଥୀ ତାଲିକାରେ ସେ ନିଜ ନାଁକୁ ସାମିଲ କରିବେ ନାହିଁ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos