୨୪ ଘଣ୍ଟାରେ ୨୫ଲକ୍ଷ ଗଣିଲେ ଅମାନିଆ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ଦ୍ୱିତୀୟ ଲହର ବଢ଼ୁଥିବାର ଦେଖି ଓଡ଼ିଶା ପୁଲିସ୍ ଅଧିକ ସଜାଗ ହୋଇଛି। ଯେଉଁମାନେ କୋଭିଡ୍ ନିୟମ ଉଲ୍ଲଙ୍ଘନ କରୁଛନ୍ତି, ସେମାନଙ୍କଠାରୁ ଜୋରିମାନା ଆଦାୟ କରୁଛି ପୁଲିସ୍। ଏହିକ୍ରମରେ ଗତ ୨୪ ଘଣ୍ଟା ଭିତରେ ଓଡ଼ିଶା ପୁଲିସ୍ ୨୫ଲକ୍ଷରୁ ଅଧିକ ଟଙ୍କାର ଜୋରିମାନା ଆଦାୟ କରିଛି। ରାଜ୍ୟ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।
କୋଭିଡ୍ କଟକଣା ଉଲ୍ଲଙ୍ଘନ ନେଇ ଓଡ଼ିଶା ପୁଲିସର ସ୍ପେଶାଲ ଡ୍ରାଇଭ୍ ଆଧାରରେ ଏହି ଜୋରିମାନା ଆଦାୟ କରାଯାଉଛି। ଗତ ୨୪ ଘଣ୍ଟା ଭିତରେ ୯୪୦୦ ଜଣ ମାସ୍କ ଓ ସାମାଜିକ ଦୂରତା ଉଲ୍ଲଙ୍ଘନ କରି ଜୋରିମାନା ଦେଇଛନ୍ତି। ଫଳରେ ଏମାନଙ୍କ ଠାରୁ ୨୪ ଘଣ୍ଟାରେ ମୋଟ ୨୫ ଲକ୍ଷ ୭୯୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ସ୍ପେଶାଲ ଡ୍ରାଇଭରେ ମୋଟ ୧୩୬ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି।
136 platoon force have been engaged in the entire State to intensify Covid enforcement measures. District SsP/ DCsP and senior officers leading the drive. We urge all to observe Covid appropriate behaviour.
— Odisha Police (@odisha_police) April 8, 2021
ବୁଧବାର ପୁଲିସ ୨୭ ଜଣଙ୍କୁ ଗିରଫ କରିଥିବା ବେଳେ ୮୭୦ଟି ଗାଡ଼ି ଜବତ କରିଥିଲା। ସେହିପରି ଏପ୍ରିଲ ୬ରୁ ୭ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରିଛି।
କୋଭିଡ୍-୧୯ ଗାଇଡ୍ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଏପ୍ରିଲ ୫ ତାରିଖ ସକାଳୁ ଏପ୍ରିଲ୍ ୬ ତାରିଖ ସକାଳ ମଧ୍ୟରେ ଓଡ଼ିଶା ପୁଲିସ୍ ୯୦୦ ଗାଡ଼ି ଜବତ କରିବା ସହ ୨୧ ଜଣଙ୍କୁ ଗିରଫ କରିଛି। ତା’ସହିତ ୨୭ ଲକ୍ଷ ୬୪ ହଜାର ଟଙ୍କା ଜୋରିମାନା ଆକାରରେ ଆଦାୟ କରିଥିଲା।
ସୂଚନାଯୋଗ୍ୟ, ଆଜି ରାଜ୍ୟରେ କରୋନା ସଂକ୍ରମଣ ୯୦୦ ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୧୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୩୬୧। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୪ ଜଣ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରୁ ଗତକାଲି ୧୧୮ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଖୋର୍ଦ୍ଧା ପଛକୁ ରହିଛି ସୁନ୍ଦରଗଡ଼ ଜିଲ୍ଲା। ଏହି ଜିଲ୍ଲାରୁ ୧୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।