ଜଳ ପରିଚାଳନା କ୍ଷେତ୍ରରେ ତଳକୁ ଖସିଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ତଳକୁ ଖସିଛି। ୨୦୧୫-୧୬ ମସିହାରେ ଓଡ଼ିଶା ୯ ନମ୍ବରରେ ଥିବା ବେଳେ ୨୦୧୬-୧୭ ମସିହାରେ ୧୩ ସ୍ଥାନରେ ରହିଛି। ନୀତି ଆୟୋଗ ଦ୍ୱାରା ପ୍ରକାଶିତ କମ୍ପୋଜିଟ୍‌ ଓ୍ୱାଟର୍ ମ୍ୟାନେଜମେଣ୍ଟ ଇଣ୍ଡେକ୍ସ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଜଳସେଚନ, ପାନୀୟ ଜଳ ଯୋଗାଣର ସ୍ଥିତି ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପାଣିର ବ୍ୟବହାର ସଂପର୍କିତ ୨୮ଟି ସୂଚକାଙ୍କ ଆଧାରରେ ଏହି ରାଙ୍କ ପ୍ରସ୍ତୁତ ହୋଇଛି। ଜଳାଶୟ, ବଡ଼ ଓ […]

Odisha-position-slides-downward-in-managing-water

Odisha-position-slides-downward-in-managing-water

Manoranjan Sial
  • Published: Wednesday, 21 August 2019
  • Updated: 21 August 2019, 10:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ତଳକୁ ଖସିଛି। ୨୦୧୫-୧୬ ମସିହାରେ ଓଡ଼ିଶା ୯ ନମ୍ବରରେ ଥିବା ବେଳେ ୨୦୧୬-୧୭ ମସିହାରେ ୧୩ ସ୍ଥାନରେ ରହିଛି। ନୀତି ଆୟୋଗ ଦ୍ୱାରା ପ୍ରକାଶିତ କମ୍ପୋଜିଟ୍‌ ଓ୍ୱାଟର୍ ମ୍ୟାନେଜମେଣ୍ଟ ଇଣ୍ଡେକ୍ସ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଜଳସେଚନ, ପାନୀୟ ଜଳ ଯୋଗାଣର ସ୍ଥିତି ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପାଣିର ବ୍ୟବହାର ସଂପର୍କିତ ୨୮ଟି ସୂଚକାଙ୍କ ଆଧାରରେ ଏହି ରାଙ୍କ ପ୍ରସ୍ତୁତ ହୋଇଛି। ଜଳାଶୟ, ବଡ଼ ଓ ମଧ୍ୟମ ଜଳସେଚନ ଏବଂ ଜଳଛାୟା ପ୍ରକଳ୍ପର ବିକାଶ, ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ, ପରିମଳ, ସରକାରଙ୍କ ନୀତି ଏଥିରେ ସାମିଲ ଅଛି।

ଓଡ଼ିଶାର ରାଙ୍କ ତଳକୁ ଯିବା ବିଷୟ ଚିନ୍ତାଜନକ ବୋଲି ଖୋଦ ଜଳସଂପଦ ବିଭାଗ ମାନିଛି। ଯାହା ରାଜ୍ୟ ଜଳସଂପଦ ବିଭାଗର ଚିନ୍ତା ବଢ଼ାଇ ଦେଇଛି। କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ଆସନ୍ତା ୨୬ ତାରିଖରେ ବିଭାଗ ଏକ ଜରୁରୀ ବୈଠକ ଡାକିଛି।

ସେପଟେ ନୀତି ଆୟୋଗ ରିପୋର୍ଟର ସତ୍ୟତା ଗ୍ରାଉଣ୍ଡ ଜିରୋ ସ୍ଥିତିରୁ ମଧ୍ୟ ଜଳଜଳ ଦିଶୁଛି। ଉଦାହରଣ ସ୍ୱରୂପ ପାରଲାଖେମୁଣ୍ଡି ସହରରେ ଥିବା ରାମ ସାଗର ଓ ସୀତା ସାଗର ଜଳାଶୟ ସହରକୁ ପାନୀୟ ଜଳ ଯୋଗାଣ ଓ ଚାଷ ପାଇଁ ଏହି ଦୁଇଟି ବୃହତ ଜଳାଶୟ ନିର୍ମାଣ କରାଯାଇଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଉଭୟ ପୋତି ହୋଇ ପଡୁଥିବା ବେଳେ ଏହାର ଉପଯୋଗିତା ମଧ୍ୟ ହ୍ରାସ ପାଇବାରେ ଲାଗିଛି।

ପାଣି ପାଇଁ ରାଜ୍ୟ ସରକାର ଛତିଶଗଡ଼ ସହ ଲଢେଇ କରୁଛନ୍ତି। ଅନ୍ୟପକ୍ଷରେ ମହାନଦୀରେ ତଳକୁ ବହି ଯାଉଥିବା ଅତିରିକ୍ତ ଜଳକୁ ସଂରକ୍ଷଣ ପାଇଁ କୌଣସି ଉଦ୍ୟମ କରୁନାହାନ୍ତି। ଏଣେ ରାଜ୍ୟରେ ଥିବା ଜଳଉତ୍ସର କି ପ୍ରକାର ରକ୍ଷଣାବେକ୍ଷଣ ଓ ବିନିଯୋଗ ହେବ, ସେନେଇ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ଯୋଜନା ନାହିଁ। ଏପରିସ୍ଥଳେ ଜଳସେଚନ ବିଭାଗ ଡାକିଥିବା ବୈଠକରେ ନୂଆ ରଣନୀତି ପ୍ରସ୍ତୁତ ହେବ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos