ଓଡ଼ିଶା ରିପୋର୍ଟରର ପ୍ରଭାବ, ବିଜେଡି ନେତାଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଓଡ଼ିଶା ରିପୋର୍ଟରର ମହାପ୍ରଭାବ। ଖବର ପ୍ରସାରଣର ୪ ଘଣ୍ଟା ପରେ କାର୍ଯ୍ୟାନୁଷ୍ଠାନ ନେଇ ଡିସିପି ସୁଧାଂଶୁ ଷଡ଼ଙ୍ଗୀ ଦେଇଛନ୍ତି ସୂଚନା। ଯଦିଓ ବିଜେଡିର ନାଁ ଲେଖି ନାହାନ୍ତି ତଥାପି ରାଜ୍ୟ ପୁଲିସ ଉପରୁ ଦୋଷ ହଟାଇବାକୁ ଯାଇ କହିଛନ୍ତି, ସାରା ଦେଶରେ ରାଜନୀତିକ ଦଳମାନେ ରାଲି କରିବା ବେଳେ ବିନା ହେଲମେଟରେ ବାଇକ୍ ରାଲି କରୁଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଏସବୁ ସମସ୍ୟାର ସମାଧାନ ପାଇଁ କାମ କରିବୁ ବୋଲି ଟୁଇଟ୍‌ […]

CP BJD

Subhransu Sekhar
  • Published: Saturday, 28 December 2019
  • , Updated: 28 December 2019, 06:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଓଡ଼ିଶା ରିପୋର୍ଟରର ମହାପ୍ରଭାବ। ଖବର ପ୍ରସାରଣର ୪ ଘଣ୍ଟା ପରେ କାର୍ଯ୍ୟାନୁଷ୍ଠାନ ନେଇ ଡିସିପି ସୁଧାଂଶୁ ଷଡ଼ଙ୍ଗୀ ଦେଇଛନ୍ତି ସୂଚନା। ଯଦିଓ ବିଜେଡିର ନାଁ ଲେଖି ନାହାନ୍ତି ତଥାପି ରାଜ୍ୟ ପୁଲିସ ଉପରୁ ଦୋଷ ହଟାଇବାକୁ ଯାଇ କହିଛନ୍ତି, ସାରା ଦେଶରେ ରାଜନୀତିକ ଦଳମାନେ ରାଲି କରିବା ବେଳେ ବିନା ହେଲମେଟରେ ବାଇକ୍ ରାଲି କରୁଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଏସବୁ ସମସ୍ୟାର ସମାଧାନ ପାଇଁ କାମ କରିବୁ ବୋଲି ଟୁଇଟ୍‌ କରି କହିଛି କମିଶନରେଟ୍‌ ପୁଲିସ। ଏହି ଟୁଇଟ୍‌କୁ ରିଟୁଇଟ୍‌ କରିଛନ୍ତି ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀ। ସେ ଏବେ କମିଶନରେଟ୍‌ ପୁଲିସର ମୁଖ୍ୟ ଅଛନ୍ତି।

https://twitter.com/cpbbsrctc/status/1210880294548430848

ଘଟଣାଟି ଥିଲା ଏମିତି। ଡିସେମ୍ୱର ୨୬ ତାରିଖ ଦିନ ଶାସକ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଥିଲା। ଏହି ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ନେତାମାନେ ବାଇକ ରାଲି କରିଥିଲେ। ଆଉ ବାଇକ ଚଲାଉଥିବା କୌଣସି ବିଜେଡି ନେତା ହେଲମେଟ ପିନ୍ଧିନଥିଲେ। ବିନା ହେଲମେଟରେ ବାଇକ୍‌ ଚଳେଇ ବିଜେଡି ଜିନ୍ଦାବାଦ, ନବୀନ ବାବୁ ଜିନ୍ଦାବାଦ ନାରା ଦେଇ ଶାସକ ଦଳ ନିଜର ଦମ୍ଭ ଦେଖାଇଥିଲା।

ବିଜେଡି ନେତାମାନେ ମଧ୍ୟ ଏହି ବାଇକ ରାଲିର ଫଟୋକୁ ଫେସବୁକରେ ଶେୟାର କରିଥିଲେ। ଏହାକୁ ନେଇ ସୋଶାଲ ମିଡିଆରେ ମଧ୍ୟ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା କମିଶନରେଟ ପୁଲିସ ଏବଂ ଟ୍ରାଫିକ ପୁଲିସକୁ। ଖାଲି ବିଭାଗ ନୁହେଁ ଟ୍ରାଫିକ ଏସପି ସାଗରିକା ନାଥ ଏବଂ କମିଶନରେଟ ପୁଲିସର ମୁଖ୍ୟ ସୁଧାଂଶୁ ଷଡ଼ଙ୍ଗୀ ଶାସକ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି କି ନାହିଁ ଲୋକେ ଅପେକ୍ଷା କରିଥିଲେ। ଯଦିଓ କାର୍ଯ୍ୟାନୁଷ୍ଠାନ କ’ଣ ହେବ କେଉଁମାନଙ୍କ ଉପରେ ନିଆ ହେବ କମିଶନରେଟ ପୁଲିସ କହି ନାହିଁ, ତଥାପି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟୁଇଟ୍ କରିଛି। କମିଶନରେଟ ପୁଲିସର ଏହି ଟୁଇଟକୁ ମଧ୍ୟ ସୋଶାଲ ମିଡିଆରେ ପ୍ରଶଂସା କରିଛନ୍ତି।

https://twitter.com/OdishaReporter/status/1210825570155581441

ଯେଉଁ ବିଜେଡି ନେତାମାନେ ହେଲମେଟ ପିନ୍ଧିନଥିଲେ ସେମାନଙ୍କର ପ୍ରଭାବ ମଧ୍ୟ ଟୁଇନସିଟିରେ ରହିଛି। ଏଭଳି ସ୍ଥିତିରେ ପୁଲିସ ତାଙ୍କ ବିରୋଧରେ ସାଧାରଣ ଲୋକଙ୍କ ଭଳି ଜୋରିମାନ ଲଗାଉଛି ନା ଜବାବ ତଲବ କରି ଛାଡ଼ୁଛି ତାହା ଏବେ ଦେଖିବାକୁ ବାକି ରହିଲା। କାରଣ ଗଣତନ୍ତ୍ରରେ ଅନେକ ସ୍ଥାନରେ ଯେଉଁଟି ପିମ୍ପୁଡ଼ି ପଶିପାରେନି ସେଠି ହାତୀ ପଶିଯାଇଥାଏ।

ସୂଚନାଯୋଗ୍ୟ, ରାସ୍ତାରେ ଯିଏ ଟ୍ରାଫିକ୍ ଆଇନକୁ ଉଲ୍ଲଂଘନ କରିବ ସେ ଆଇନ ଅନୁସାରେ ଦଣ୍ଡିତ ହେବେ। ଏହି ଆଇନରୁ କେହି ବର୍ତ୍ତିପାରିବେ ନାହିଁ। କମିଶନରେଟ ପୁଲିସର ମୁଖ୍ୟ ସୁଧାଂଶୁ ଷଡ଼ଙ୍ଗୀ ପ୍ରେସ କନଫରେନସ କରି ଏଭଳି କଡ଼ା ନିର୍ଦ୍ଦେଶ ଦେଇଥିଲେ।

ନିକଟରେ ଓଲିଉଡ଼ର ଚକଲେଟ ବୟ ବାବୁସାନ୍ ମହାନ୍ତି ବିନା ହେଲମେଟରେ ଗାଡ଼ି ଚଳାଇଥିବା ନେଇ ଏକ ଭିଡିଓ ପୋଷ୍ଟ କରିଥିଲେ ନିଜ ସୋଶାଲ ମିଡିଆରେ। ଆଉ ଏହି ପୋଷ୍ଟକୁ କମିଶନରେଟ ପୁଲିସ ଏବଂ ଟ୍ରାଫିକକୁ ଟୁଇଟ କରିବା ପରେ ସଙ୍ଗେସଙ୍ଗେ ବାବୁସାନଙ୍କ ନାମରେ ଚାଲାଣ କଟାଯାଇଥିଲା୧୦୦୦ ଟଙ୍କାର ଚାଲାଣ କଟାଯିବା ସହ ଆଗାମୀ ଦିନରେ ଟ୍ରାଫିକ୍‌ ନିୟମ ମାନିବାକୁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ତାଙ୍କୁ ପରାମର୍ଶ ଦିଆଯାଇଥିଲା। ଯାହାକି ଭୁବନେଶ୍ୱରରେ ଟ୍ରାଫିକ୍ ପୁଲିସ କେତେ ସକ୍ରିୟ ଦର୍ଶାଇଥିଲା।

ଟ୍ରାଫିକ ଆଇନକୁ କଡ଼ାକଡ଼ି କରିବାକୁ ଯାଇ ବିଭିନ୍ନ ସ୍ଥାନରେ ଚେକିଂ କରାଯାଉଛି। ଯାହାକି ଭଲ କଥା। ଏହାଦ୍ୱାରା ଲୋକମାନେ ମଧ୍ୟ ହେଲମେଟ ପିନ୍ଧିବା ଓ ଆଇନକୁ ସମ୍ମାନ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Related story