ଓଡ଼ିଶାରୁ ବିଏସଏନଏଲ ଟାୱାର ମଧ୍ୟ ପ୍ରଦେଶକୁ ହସ୍ତାନ୍ତର ପ୍ରତିବାଦରେ ସିଜିଏମ ଅଫିସ ସମ୍ମୁଖରେ ପ୍ରତିବାଦ

ଭୁବନେଶ୍ୱର; ଓଡ଼ିଶାରୁ ୨୨୦ଟି ବିଏସ୍ଏନଏଲ ମୋବାଇଲ ଟାୱାର ମଧ୍ୟ ପ୍ରଦେଶକୁ ହସ୍ତାନ୍ତର ପ୍ରତିବାଦରେ ସିଜିଏମଙ୍କ ଅଫିସ୍ ସମ୍ମୁଖରେ ଶାସକ ଦଳର ବିଧାୟକଙ୍କ ପ୍ରତିବାଦ କରିଛନ୍ତି। ବିଏସ୍ଏନ୍ଏଲ କର୍ପୋରେଟ ଅଫିସରୁ ଓଡ଼ିଶା ଟେଲିକମ୍ ସର୍କଲ ସିଜିଏମଙ୍କ ନିକଟକୁ ଲେଖାଯାଇଥିବା ଚିଠି ଅନୁସାରେ ୧୧୦ଟି ଲେଖାଏଁ ଟୁଜି ଓ ଥ୍ରୀଜି ଟାୱାରକୁ ମଧ୍ୟ ପ୍ରଦେଶର ଇନ୍ଦୋରକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶାରେ ବର୍ତ୍ତମାନ ୨ହଜାର ୭୭୭ଟି ମୋବାଇଲ ଟାୱାର ରହିଛଇ । ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଆଉ […]

cgm

cgm

Rakesh Mallick
  • Published: Wednesday, 29 July 2015
  • Updated: 29 July 2015, 05:42 PM IST

Sports

Latest News

ଭୁବନେଶ୍ୱର; ଓଡ଼ିଶାରୁ ୨୨୦ଟି ବିଏସ୍ଏନଏଲ ମୋବାଇଲ ଟାୱାର ମଧ୍ୟ ପ୍ରଦେଶକୁ ହସ୍ତାନ୍ତର ପ୍ରତିବାଦରେ ସିଜିଏମଙ୍କ ଅଫିସ୍ ସମ୍ମୁଖରେ ଶାସକ ଦଳର ବିଧାୟକଙ୍କ ପ୍ରତିବାଦ କରିଛନ୍ତି। ବିଏସ୍ଏନ୍ଏଲ କର୍ପୋରେଟ ଅଫିସରୁ ଓଡ଼ିଶା ଟେଲିକମ୍ ସର୍କଲ ସିଜିଏମଙ୍କ ନିକଟକୁ ଲେଖାଯାଇଥିବା ଚିଠି ଅନୁସାରେ ୧୧୦ଟି ଲେଖାଏଁ ଟୁଜି ଓ ଥ୍ରୀଜି ଟାୱାରକୁ ମଧ୍ୟ ପ୍ରଦେଶର ଇନ୍ଦୋରକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶାରେ ବର୍ତ୍ତମାନ ୨ହଜାର ୭୭୭ଟି ମୋବାଇଲ ଟାୱାର ରହିଛଇ । ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଆଉ ୪୨୩ଟି ମୋବାଇଲ ଟାୱାର ସ୍ଥାପନ କରାଯାଇ ଏହାର ସଂଖ୍ୟା ୩୨୦୦ରେ ପହଞ୍ଚିଥାନ୍ତା । ଏହି ସମୟରେ ଏଠାରୁ ୨୨୦ଟି ବିଟିଏସ୍ ଓ ନୋଡ଼-ବି ଟାୱାର ନେଇଯିବା ଘଟଣାକୁ ନାପସନ୍ଦ କରିଛନ୍ତି ଶାସକ ଦଳର ବିଧାୟକମାନେ । ସେପଟେ ଏପରି ସ୍ଥାନାନ୍ତର ଏକ ସ୍ୱାଭାବିକ ଘଟଣା ବୋଲି ସିଜିଏମ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos