ତା‘ର ସ୍ୱପ୍ନ ଆଉ କଳ୍ପନା ବାସ୍ତବତାର ରୂପ ନେବା ଆଗରୁ....

ବ୍ରହ୍ମପୁର/ ବଲାଙ୍ଗିର/ ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ରାତି ପାହିଲେ ସାରା ବିଶ୍ୱ ପାଳିବ ଏଡ୍‌ସ ଡେ। ଚାଲିବ ଶୋଭାଯାତ୍ରା, ଦିଆଯିବ ନିରାକରଣ ପାଇଁ ଆହ୍ୱାନ୍‌। ଓଡ଼ିଶା ବି ଏହି କାର୍ଯ୍ୟକ୍ରମରୁ ବାଦ୍ ପଡ଼ିନି। ଏବର୍ଷର ଥିମ୍ ରହିଛି COMMUNITIES MAKE DIFFERENCE। ତେବେ ପ୍ରତିବର୍ଷ ଏଡ୍‌ସ ବିରୋଧରେ ଯୁଦ୍ଧ ଡାକରା ଦିଆଯାଏ। କିନ୍ତୁ, ସଂକ୍ରମିତ ବ୍ୟକ୍ତିଟିଏ ଜୀଇଁବା ପାଇଁ ହେଉ କି ସମାଜରେ ସମ୍ମାନ ଟିକକ ପାଇଁ ସଂଗ୍ରାମ କରେ ଅହରହ। ବିଶ୍ୱ ଏଡ୍‌ସ ଦିବସର ଅବ୍ୟବହିତ ପୂର୍ବରୁ […]

450

450

Tapas Behera
  • Published: Saturday, 30 November 2019
  • Updated: 30 November 2019, 08:14 PM IST

Sports

Latest News

ବ୍ରହ୍ମପୁର/ ବଲାଙ୍ଗିର/ ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ରାତି ପାହିଲେ ସାରା ବିଶ୍ୱ ପାଳିବ ଏଡ୍‌ସ ଡେ। ଚାଲିବ ଶୋଭାଯାତ୍ରା, ଦିଆଯିବ ନିରାକରଣ ପାଇଁ ଆହ୍ୱାନ୍‌। ଓଡ଼ିଶା ବି ଏହି କାର୍ଯ୍ୟକ୍ରମରୁ ବାଦ୍ ପଡ଼ିନି। ଏବର୍ଷର ଥିମ୍ ରହିଛି COMMUNITIES MAKE DIFFERENCE। ତେବେ ପ୍ରତିବର୍ଷ ଏଡ୍‌ସ ବିରୋଧରେ ଯୁଦ୍ଧ ଡାକରା ଦିଆଯାଏ। କିନ୍ତୁ, ସଂକ୍ରମିତ ବ୍ୟକ୍ତିଟିଏ ଜୀଇଁବା ପାଇଁ ହେଉ କି ସମାଜରେ ସମ୍ମାନ ଟିକକ ପାଇଁ ସଂଗ୍ରାମ କରେ ଅହରହ। ବିଶ୍ୱ ଏଡ୍‌ସ ଦିବସର ଅବ୍ୟବହିତ ପୂର୍ବରୁ  ପ୍ରସ୍ତୁତ ଏକ ରିପୋର୍ଟ।

ସେ କୁନି ଝିଅ ତ ନୁହେଁ, ସେ କଅଁଳ କଢ଼ିଟିଏ। ଆଖିରେ ଆଖିଏ ସ୍ୱପ୍ନ। ଭାବନା ଅସୁମାରୀ। ହେଲେ ତାର ସ୍ୱପ୍ନ ଆଉ କଳ୍ପନା ବାସ୍ତବତାର ରୂପ ନେବା ଆଗରୁ ବାଟ ଓଗାଳିଛି ଏଚ୍ଆଇଭି । ଟିକି ଦେହରେ ମାଡ଼ିବସିଥିବା ଏଚ୍ଆଇଭି ଭୂତାଣୁ ପଛରେ କାରଣ ଯାହା ଥାଉନା କାହିଁକି, ଜୀବନ କଣ ଜାଣିବା ସମୟରେ କିନ୍ତୁ ଜଡ଼ସଡ଼ ତା ଶୈଶବ। କଳାହାଣ୍ଡିରୁ ଆସି ଗଂଜାମ ଗୋପାଳପୁର ଶ୍ରଦ୍ଧା ସଂଜୀବନୀ ଗୃହରେ କାଳ କାଟୁଛି ସେ। ତାଭଳି ଏକାଧିକ ଏଚ୍ଆଇଭି ସଂକ୍ରମିତ ଶିଶୁ ଜୀବନ ସହ ସଂଘର୍ଷ କରୁଛନ୍ତି ଏହି ସଂଜୀବନି ଗୃହରେ।

ଏପଟେ ବଞ୍ଚିବା ପାଇଁ ଅହରହ ସଂଗ୍ରାମ ଜାରି ରଖିଛନ୍ତି ବଲାଙ୍ଗିରର ଜଣେ ଏଚ୍ଆଇଭି ସଂକ୍ରମିତ ମହିଳା । ନାନା ସଚେତନତା ଏବଂ ସରକାରୀ ବିଧିବ୍ୟବସ୍ଥା ସତ୍ତ୍ୱେ ହେଉଛନ୍ତି ହତାଦର।  ପେଟରେ ଟ୍ୟୁମର୍ ହୋଇଥିଲେ ବି ବଲାଙ୍ଗିରରୁ ବୁର୍ଲା ଏବଂ ବୁର୍ଲାରୁ ବଲାଙ୍ଗିର ସ୍ଥାନାନ୍ତର କରାଯାଉଛି ସିନା, ହେଲେ ଏଚ୍ଆଇଭି ସଂକ୍ରମିତ ବୋଲି କେହି ଅପରେସନ୍ କରୁନାହାଁନ୍ତି। ଏହାକୁ ନେଇ ମାସକ ତଳେ ସପରିବାର ଧାରଣା ଦେଇଥିଲେ। ଅଥଚ ଯେଉଁ ଦୁଃଖକୁ ସେହି ଦୁଃଖ। ଏହି ମହିଳାଙ୍କର ବି ଅସରନ୍ତି କାହାଣୀ । ଆଜିକୁ ୬ ମାସ ତଳେ ସ୍ୱାମୀଙ୍କୁ ଏଡ୍‌ସରେ ହରାଇଥିଲେ। ଯୋଜନା ମୁତାବକ ସରକାରୀ ସହାୟତା ପାଇବା କଥା, କିନ୍ତୁ  ୩ ମାସ ହେଲା ପାଇନାହାନ୍ତି। ମଧୁବାବୁ ପେନ୍‌ସନ୍ ବି ତାଙ୍କୁ ମିଳିନି।

ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତିର ତଥ୍ୟ କହୁଛି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୯, ୬୬୧ ଜଣ ଏଚ୍ଆଇଭିରେ ସଂକ୍ରମିତ। ତାମଧ୍ୟରୁ ୨,୭୨୯ ଜଣ ହେଉଛନ୍ତି ଗର୍ଭବତୀ। ଗଂଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୧୫, ୭୩୮। ଗତ ୧୭ ବର୍ଷ ମଧ୍ୟରେ ରାଜ୍ୟରେ ୮ ହଜାର ୨୦୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା କ୍ରମାଗତ ହ୍ରାସ ପାଉଥିବା କହିଛି ଏଡ୍‌ସ ନିୟନ୍ତ୍ରଣ ସମିତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story