ମାନିଲେ ମନ୍ତ୍ରୀ, କହିଲେ ରାଜ୍ୟରେ ନାହିଁ କ୍ରୀଡ଼ା ନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହେବ ସ୍ପୋର୍ଟ୍ସ ହବ୍। କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶ ଘଟିବ। ଏଥିପାଇଁ ଅନେକ ପଦକ୍ଷେପ ନିଆଯାଉଥିବା ରାଜ୍ୟ ସରକାର କହୁଛନ୍ତି। ହେଲେ ପ୍ରକୃତରେ ରାଜ୍ୟରେ କ୍ରୀଡ଼ାନୀତି ନଥିବା ସ୍ୱୀକାର କରିଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା। ଯାହା ରାଜ୍ୟର କ୍ରୀଡ଼ାବିତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଆଜି ବିଧାନସଭାରେ ବିଜେଡି ବିଧାୟକ ଭୂପିନ୍ଦର ସିଂହଙ୍କ ପ୍ରଶ୍ନର ଉତ୍ତରରେ କ୍ରୀଡ଼ାମନ୍ତ୍ରୀ କହିଛନ୍ତି, ରାଜ୍ୟରେ କ୍ରୀଡ଼ା ନୀତି ନାହିଁ। ଖୁବ ଶୀଘ୍ର ଏ ସମ୍ପର୍କିତ ଖସଡ଼ା ପ୍ରସ୍ତୁତ କରାଯିବ। […]

odisha-sports-minister-concedes-there-is-no-sports-policy-in-the-state

Manoranjan Sial
  • Published: Friday, 19 July 2019
  • , Updated: 19 July 2019, 10:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହେବ ସ୍ପୋର୍ଟ୍ସ ହବ୍। କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶ ଘଟିବ। ଏଥିପାଇଁ ଅନେକ ପଦକ୍ଷେପ ନିଆଯାଉଥିବା ରାଜ୍ୟ ସରକାର କହୁଛନ୍ତି। ହେଲେ ପ୍ରକୃତରେ ରାଜ୍ୟରେ କ୍ରୀଡ଼ାନୀତି ନଥିବା ସ୍ୱୀକାର କରିଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା। ଯାହା ରାଜ୍ୟର କ୍ରୀଡ଼ାବିତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଆଜି ବିଧାନସଭାରେ ବିଜେଡି ବିଧାୟକ ଭୂପିନ୍ଦର ସିଂହଙ୍କ ପ୍ରଶ୍ନର ଉତ୍ତରରେ କ୍ରୀଡ଼ାମନ୍ତ୍ରୀ କହିଛନ୍ତି, ରାଜ୍ୟରେ କ୍ରୀଡ଼ା ନୀତି ନାହିଁ। ଖୁବ ଶୀଘ୍ର ଏ ସମ୍ପର୍କିତ ଖସଡ଼ା ପ୍ରସ୍ତୁତ କରାଯିବ। ରାଜ୍ୟରେ ୪୦ଟି ଖେଳକୁ ସ୍ୱୀକୃତି ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କ୍ରୀଡ଼ାମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଖେଳାଳିଙ୍କ ସଂଖ୍ୟା ନେଇ ବିଧିବଦ୍ଧ ଭାବେ ସର୍ଭେ ହୋଇନାହିଁ। ତେବେ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ସଫଳ ୯୮ ଜଣ କ୍ରୀଡ଼ାବିତଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି ମିଳିଥିବା ମନ୍ତ୍ରୀ କହିଛନ୍ତି।

କ୍ରୀଡ଼ା ନୀତି ଥିଲେ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଘଟିବା ସହ ଅନେକ ବିଶ୍ୱସ୍ତରୀୟ ଖେଳାଳି ସୃଷ୍ଟି ହୋଇପାରନ୍ତେ। ତେଣୁ କ୍ରୀଡ଼ା ନୀତି ଲାଗୁ କରିବା ନିହାତି ଜରୁରୀ ବୋଲି ମତ ଦେଇଛନ୍ତି ପୂର୍ବତନ କ୍ରୀଡ଼ା ପ୍ରଶାସକ ଓ ଖେଳାଳି। ବିଶେଷ କରି ଗ୍ରାମାଞ୍ଚଳରେ ରହୁଥିବା ଖେଳାଳିଙ୍କୁ ଏହାର ଫାଇଦା ମିଳିବ ଓ ପୂର୍ବତନ ଖେଳାଳିଙ୍କୁ ସହଯୋଗ ମିଳିବ ବୋଲି ସେମାନେ ଆଶା କରିଛନ୍ତି।

Related story