ବଦଳିବ ରାଜ୍ୟ ସଚିବାଳୟର ନାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ବଦଳିବ ରାଜ୍ୟ ସଚିବାଳୟର ନାଁ। ସଚିବାଳୟକୁ ଲୋକସେବା ଭବନ ନାଁରେ ନାମିତ କରାଯିବ। ଆଜି ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତା’ସହ ସେ କହିଛନ୍ତି ଯେ, ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଛି ଲୋକାୟୁକ୍ତ । ରାଜ୍ୟ ସରକାର ଖୁବଶୀଘ୍ର ପୁଲିସ ବିଲ୍ ପାସ୍ କରିବା ପାଇଁ ମଧ୍ୟ ପଦକ୍ଷେପ ନେବେ ବୋଲି ଗୃହରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ରାଜ୍ୟରେ ୫ଟି ଏୟାରଷ୍ଟ୍ରିପ୍‌ ଅପଗ୍ରେଡ୍ କରାଯିବା […]

Odisha-Secretariat0

Tapas Behera
  • Published: Monday, 29 July 2019
  • , Updated: 29 July 2019, 07:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ବଦଳିବ ରାଜ୍ୟ ସଚିବାଳୟର ନାଁ। ସଚିବାଳୟକୁ ଲୋକସେବା ଭବନ ନାଁରେ ନାମିତ କରାଯିବ। ଆଜି ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତା’ସହ ସେ କହିଛନ୍ତି ଯେ, ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଛି ଲୋକାୟୁକ୍ତ ।

ରାଜ୍ୟ ସରକାର ଖୁବଶୀଘ୍ର ପୁଲିସ ବିଲ୍ ପାସ୍ କରିବା ପାଇଁ ମଧ୍ୟ ପଦକ୍ଷେପ ନେବେ ବୋଲି ଗୃହରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ରାଜ୍ୟରେ ୫ଟି ଏୟାରଷ୍ଟ୍ରିପ୍‌ ଅପଗ୍ରେଡ୍ କରାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି।

Related story