ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ବାଧାବିଘ୍ନକୁ ଆଡ଼େଇ ଦେଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିବା ପ୍ରତିଭାମାନଙ୍କୁ ସ୍ପିକ୍ଆଉଟ୍ ସମ୍ମାନରେ ସମ୍ମାନିତ କରିଛି ଲୋକପ୍ରିୟ ପତ୍ରିକା ଆଉଟ୍ଲୁକ୍। ୨୦୧୯ ବର୍ଷ ପାଇଁ ଓଟିଭି ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ‘ଆଉଟଲୁକ୍ ସ୍ପିକ୍ଆଉଟ୍ ସମ୍ମାନ’ ଗ୍ରହଣ କରିଛନ୍ତି।
ଜଗିଙ୍କ ସହିତ ଗୁରଗାଓଁ କି ଆୱାଜ୍ ସମୁଦାୟିକ ରେଡିଓର ଷ୍ଟେସନ୍ ଡାଇରେକ୍ଟର ଆରତୀ ଜୟମାନ୍, ମଣିପୁରର ଗ୍ରୀନ୍ ଆମ୍ବାସଡର ଭାଲେଣ୍ଟିନୋ ଏଲାଙ୍ଗବାମ୍ ଏବଂ ଡକ୍ଟର ପ୍ରିୟାଞ୍ଜଳି ଦତ୍ତ ମଧ୍ୟ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କଠାରୁ ସମସ୍ତେ ଏହି ସମ୍ମାନ ଗ୍ରହଣ କରିଛନ୍ତି।
ଆଉଟ୍ଲୁକ୍ରେ ଜଗିଙ୍କ ସଫଳତାକୁ ନେଇ ଲେଖାଯାଇଛି, ଓରଟେଲ୍ କମ୍ୟୁନିକେସନ୍ର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ଓଡ଼ିଶା ଟେଲିଭିଜନ୍ ଦୁନିଆର ନେତୃତ୍ୱ ନେଉଛନ୍ତି। ସେ ପୂର୍ବରୁ କନ୍ଫେଡରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିସିଆଇ)ର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ସାରିଛନ୍ତି।
https://twitter.com/Outlookindia/status/1185587145802539009?s=20
ଜଗି ଏହି ଅବସରରେ କହିଛନ୍ତି, “ଗତ ୨୨ ବର୍ଷ ଧରି ଓଡ଼ିଶା ଭଳି ଏକ ଛୋଟ ରାଜ୍ୟରେ କାମ କରିଆସୁଛି। ମୁଁ ବିଭିନ୍ନ ଚ୍ୟାଲେଞ୍ଜର ସାମ୍ନା କରିଛି, ଯାହାକି ଦିଲ୍ଲୀ ଭଳି ସହରରେ ସାମ୍ନା କରିବାଠାରୁ ଭିନ୍ନ ଥିଲା। କିନ୍ତୁ ପଛକୁ ଫେରିଚାହିଁଲେ ମୋତେ ଲାଗୁଛି ଏ ଯାତ୍ରା ଅଦ୍ଭୁତପୂର୍ବ ରହିଆସିଛି। ଏହି ଅବସରରେ ମୁଁ ମୋ ଟିମ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ମୋ ଉପରେ ବିଶ୍ୱାସ ରଖିଥିଲେ, ମୁଁ ଓଡ଼ିଶାରେ ଗୋଟିଏ ପ୍ରଫେସନାଲ ମିଡିଆ କମ୍ପାନୀ ପ୍ରତିଷ୍ଠା କରିପାରିବି। ଆମର କୌଣସି ଏଜେଣ୍ଡା ନାହିଁ, ଆମେ କହୁ- ୱି ରିପୋର୍ଟ ୟୁ ଡିସାଇଡ୍। ଆମେ ଏହା ଭବିଷ୍ୟତରେ ମଧ୍ୟ ବଜାୟ ରଖିବୁ।”
https://twitter.com/otvnews/status/1185597355057283073?s=20
ସେ ଶେଷରେ ଆଉଟଲୁକ୍ ସମ୍ପାଦକ ରୁବେନ୍ ବାନାର୍ଜୀଙ୍କ ସହ ଆଉଟ୍ଲୁକ୍ ସହ ଜଡ଼ିତ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ, ଜାତୀୟ ଗଣମାଧ୍ୟମ ସାଧାରଣତଃ ମୁମ୍ବାଇ ଏବଂ ଦିଲ୍ଲୀ ପରି ସହର ଉପରେ ଫୋକସ୍ କରୁଥିବାବେଳେ ଆପଣ ଓଡ଼ିଶା ବିଷୟରେ ଭାବିଥିବାରୁ ଧନ୍ୟବାଦ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।