ପୁଣି ବଦଳିବେ ପୁଲିସ ଡିଜି, କସରତ୍ ଆରମ୍ଭ!

ଭୁବନେଶ୍ୱର (ପ୍ରକାଶ ସେଠୀ): ରାଜ୍ୟ ପୁଲିସ ବିଭାଗର ମୁଖିଆ ପରିଵର୍ତ୍ତନ ପାଇଁ କସରତ ଆରମ୍ଭ ହୋଇଛି। ଗତବର୍ଷ ସେପ୍ଟେମ୍ବରରେ ପୁଲିସ ଡିଜି ଦାୟିତ୍ୱ ନେଇଥିବା ୧୯୮୬ ବ୍ୟାଚ୍ ଆଇପିଏସ୍ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ହଟାଇ ତାଙ୍କ ସ୍ଥାନରେ ସେହି ବ୍ୟାଚର ବିଜୟ କୁମାର ଶର୍ମାଙ୍କୁ ରାଜ୍ୟ ପୁଲିସର ମୁଖିଆ କରିବା ନିମନ୍ତେ ରାଜ୍ୟ ସରକାର ପ୍ରସ୍ତୁତି କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ଡଃ ଶର୍ମାଙ୍କୁ ଡିଜିପି ପଦବୀରୁ ହଟାଗଲେ ମାତ୍ର ୬ବର୍ଷ ମଧ୍ୟରେ ରାଜ୍ୟ […]

rpsingh

rpsingh

Jitendra Garnayak
  • Published: Sunday, 14 October 2018
  • Updated: 14 October 2018, 11:43 AM IST

Sports

Latest News

ଭୁବନେଶ୍ୱର (ପ୍ରକାଶ ସେଠୀ): ରାଜ୍ୟ ପୁଲିସ ବିଭାଗର ମୁଖିଆ ପରିଵର୍ତ୍ତନ ପାଇଁ କସରତ ଆରମ୍ଭ ହୋଇଛି। ଗତବର୍ଷ ସେପ୍ଟେମ୍ବରରେ ପୁଲିସ ଡିଜି ଦାୟିତ୍ୱ ନେଇଥିବା ୧୯୮୬ ବ୍ୟାଚ୍ ଆଇପିଏସ୍ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ହଟାଇ ତାଙ୍କ ସ୍ଥାନରେ ସେହି ବ୍ୟାଚର ବିଜୟ କୁମାର ଶର୍ମାଙ୍କୁ ରାଜ୍ୟ ପୁଲିସର ମୁଖିଆ କରିବା ନିମନ୍ତେ ରାଜ୍ୟ ସରକାର ପ୍ରସ୍ତୁତି କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ଡଃ ଶର୍ମାଙ୍କୁ ଡିଜିପି ପଦବୀରୁ ହଟାଗଲେ ମାତ୍ର ୬ବର୍ଷ ମଧ୍ୟରେ ରାଜ୍ୟ ୭ଜଣ ଡିଜିପି ଦେଖିବ।

ସୂଚନା ଅନୁସାରେ, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଡିଜିପି ଡଃ ଶର୍ମାଙ୍କୁ ଧାର୍ଯ୍ୟ ସମୟ ପୂର୍ବରୁ ହଟାଇ ଦେବାକୁ ଯୋଜନା ପ୍ରସ୍ତୁତ ହୋଇଛି । ୨୦୧୭ ସେପ୍ଟେମ୍ବର ୧ରେ ଦାୟିତ୍ୱ ନେଇଥିବା ଡିଜିପି ଡଃ ଶର୍ମା ୨୦୨୦ ମେ’ ମାସରେ ଅବସର ନେବେ। କିନ୍ତୁ ନିର୍ବାଚନବେଳେ ସମସ୍ୟା ଉପୁଜିବାର ଆଶଙ୍କା କରି ଡଃ ଶର୍ମାଙ୍କୁ ଡିଜିପି ଭାବେ ୨ବର୍ଷ କାର୍ଯ୍ୟକାଳ ପୂରଣ କରିବାକୁ ମଧ୍ୟ ସରକାର ସୁଯୋଗ ଦେବେ ନାହିଁ ବୋଲି ଜଣାପଡ଼ିଛି ।

ଡଃ ଶର୍ମାଙ୍କ ସ୍ଥାନରେ ତାଙ୍କ ବ୍ୟାଚର ବିକେ ଶର୍ମାଙ୍କ ଉପରେ ସରକାର ଆସ୍ଥା ପ୍ରକଟ କରିବାର ସମ୍ଭାବନା ରହିଛି। ସେ ଚିଟଫଣ୍ଡ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କ ଭାବମୂର୍ତ୍ତିକୁ ସୁରକ୍ଷିତ ରଖିବାରେ ସକ୍ଷମ ହୋଇଥିଲେ। ଜଣେ ଦକ୍ଷ,କର୍ମଠ ଓ ସଚ୍ଚୋଟ ଅଫିସର ଭାବେ ଶ୍ରୀ ଶର୍ମାଙ୍କର ଓଡ଼ିଶା ପୁଲିସ ଉପରେ ନିୟନ୍ତ୍ରଣ ମଧ୍ୟ ରହିଛି।

ବରିଷ୍ଠତା ଭିତ୍ତିରେ ତାଙ୍କ ଉପରେ ଥିବା ୧୯୮୪ ବ୍ୟାଚର ଆର.ପି.ସିଂହ ଆସନ୍ତା ମାସରେ ଅବସର ନେଉଥିବାବେଳେ ୧୯୮୫ ବ୍ୟାଚର କେବି ସିଂହ ଆସନ୍ତାବର୍ଷ ମେ’ ମାସରେ ଅବସର ନେବେ। ୧୯୮୬ ବ୍ୟାଚ୍ ଅଭୟଙ୍କୁ ସରକାର ଅପମାନିତ କରିଥିବାରୁ ସେ କେନ୍ଦ୍ରୀୟ ଡେପୁଟେସନରୁ ଫେରିବାର ସମ୍ଭାବନା ବି ନାହିଁ। ତାଙ୍କ ତଳେ ଥିବା ବର୍ତମାନର ଡିଜିପି ଡଃ ଆରପି ଶର୍ମାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ସୁଯୋଗ ମିଳିପାରେ ।

ଡଃ ଶର୍ମାଙ୍କ ତଳେ ଥିବା ପ୍ରଦୀପ କାପୁର ଏବେ କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ ତାଙ୍କ ତଳେ ବିଜୟ କୁମାର ଶର୍ମା ଅଛନ୍ତି। ବିଜୟ ୨୦୨୨ ଅକ୍ଟୋବରରେ ସରକାରୀ ଚାକିରିରୁ ଅବସର ନେବେ। ତେଣୁ ବରିଷ୍ଠତା ଦୃଷ୍ଟିରୁ ବିଜୟଙ୍କୁ ଡିଜିପି ପଦବୀରେ ଅବସ୍ଥାପିତ କରିବାରେ ସମସ୍ୟା ନାହିଁ ।

[caption id="attachment_288361" align="aligncenter" width="730"]bijay ବିକେ ଶର୍ମା[/caption]

ସୂଚନାଯୋଗ୍ୟ, ୨୦୧୨ ମେ’ ୨୯ରେ ପ୍ୟାରୀମୋହନ ମହାପାତ୍ରଙ୍କ ମିଡନାଇଟ୍ ଅପରେସନ ପରଠୁ ଏପର୍ଯ୍ୟନ୍ତ ରାଜ୍ୟରେ ମନମୋହନ ପ୍ରହରାଜ, ପ୍ରକାଶ ମିଶ୍ର, ସଞ୍ଜୀବ ମାରିକ୍, କେବି ସିଂହ ଓ ଡଃ ଶର୍ମା ପୁଲିସ ଡିଜି ଭାବେ କାର୍ଯ୍ୟ କରିଛନ୍ତି। ପ୍ରହରାଜଙ୍କୁ ହଟାଇ ଶ୍ରୀ ମିଶ୍ରଙ୍କୁ ଡିଜିପି ଭାବେ ନିଯୁକ୍ତି ମିଳିଥିଲା । କିନ୍ତୁ ତାଙ୍କୁ ୨୦୧୪ ଜୁଲାଇ ମାସରେ ଆକ୍ରୋଶମୂଳକ ଭାବେ ଅପମାନିତ କରି ହଟାଇ ଦିଆଯାଇ ସଞ୍ଜିବ ମାରିକଙ୍କୁ ପୁଲିସ ମୁଖିଆ କରାଯାଇଥିଲା। ତାଙ୍କୁ ମଧ୍ୟ ଅବସରର ମାତ୍ର ୨ମାସ ପୂର୍ବରୁ ଲମ୍ବା ଛୁଟିରେ ପଠାଇ ଦେଇ ପ୍ରକାଶ ମିଶ୍ରଙ୍କୁ ଏକ ଭିତ୍ତିହୀନ ମାମଲାରେ ଛନ୍ଦି ନିନ୍ଦିତ ହୋଇଥିବା ଭିଜିଲାନ୍ସ ଡିଜି କେବି ସିଂହଙ୍କୁ ୨୦୧୫ ନଭେମ୍ବରରେ ପୁଲିସ ଡିଜି କରାଗଲା।

କେବି ସିଂହ ଙ୍କୁ ପୁଲିସ ମୁଖ୍ୟ କରିବା ପାଇଁ ବରିଷ୍ଠତା ମାନଦଣ୍ଡକୁ ବି ସରକାର ଅଣଦେଖା କରିବାକୁ ପଛାଇ ନଥିଲେ। ତଥାପି ତାଙ୍କୁ ମାତ୍ର ୨୦ମାସ ପରେ ହଟାଇ ୨୦୧୭ ଅଗଷ୍ଟ ୩୦ତାରିଖରେ ଡଃ ଆରପି ଶର୍ମାଙ୍କୁ ପୁଲିସ ମୁଖିଆ ଭାବେ ଅବସ୍ଥାପିତ କରାଯାଇଛି ।

ଦୀର୍ଘ ୨ ଦଶନ୍ଧି ଧରି ଗୃହ ବିଭାଗକୁ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୬ବର୍ଷ ମଧ୍ୟରେ କେବଳ ପ୍ରକାଶ ମିଶ୍ରଙ୍କୁ ୨ବର୍ଷ ଡିଜିପି ଭାବେ କାର୍ଯ୍ୟକାଳ ପୂରଣ କରିବାର ସୁଯୋଗ ଦେଇଥିଲେ । କିନ୍ତୁ ତାଙ୍କ ପରେ ଏପର୍ଯ୍ୟନ୍ତ କୌଣସି ଜଣେ ବି ଡିଜିପି ୨ବର୍ଷ କାର୍ଯ୍ୟକାଳ ପୂରଣ କରିପାରିନାହାନ୍ତି ।

ଏଭଳି ସ୍ଥିତିରେ ଡଃ ଶର୍ମାଙ୍କୁ ଡିଜିପି ପଦରୁ ହଟାଇବା ପାଇଁ ସରକାରୀସ୍ତରରେ ଆରମ୍ଭ ହୋଇଥିବା ପ୍ରକ୍ରିୟା ସମ୍ଭବତଃ ଚଳିତମାସ ଶେଷସୁଦ୍ଧା କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story