‘ପ୍ରତି ପଞ୍ଚାୟତରେ ହେବ କୋଭିଡ୍‌ କେୟାର ହୋମ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ବିରୋଧରେ ମୁକାବିଲା କରିବା ପାଇଁ ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ହୋମ୍‌ର ବ୍ୟବସ୍ଥା କରାଯାଇଛି। ଏଥିରେ ୧୦ରୁ ୨୦ ଜଣ ବ୍ୟକ୍ତି ରହିବାର ବ୍ୟବସ୍ଥା କରାଯିବ। ଏହାଦ୍ୱାରା ସମଗ୍ର ରାଜ୍ୟରେ ଗ୍ରାମାଞ୍ଚଳରେ ପ୍ରାୟ ୭୦ ହଜାର ଲୋକଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇପାରିବ। ଥଣ୍ଡା, ଜ୍ୱର ଓ କାଶ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ସିଧାସଳଖ ହସ୍ପିଟାଲ୍‌ ନିଆ ନଯାଇ ପ୍ରଥମେ କୋଭିଡ୍‌ କେୟାର ହୋମ୍‌ରେ ରଖାଯିବ। ଟେଷ୍ଟ ରିପୋର୍ଟ ପଜିଟିଭି ଆସିବା […]

naveen-patnik

naveen-patnik

Manoranjan Sial
  • Published: Wednesday, 17 June 2020
  • Updated: 17 June 2020, 04:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ବିରୋଧରେ ମୁକାବିଲା କରିବା ପାଇଁ ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ହୋମ୍‌ର ବ୍ୟବସ୍ଥା କରାଯାଇଛି। ଏଥିରେ ୧୦ରୁ ୨୦ ଜଣ ବ୍ୟକ୍ତି ରହିବାର ବ୍ୟବସ୍ଥା କରାଯିବ। ଏହାଦ୍ୱାରା ସମଗ୍ର ରାଜ୍ୟରେ ଗ୍ରାମାଞ୍ଚଳରେ ପ୍ରାୟ ୭୦ ହଜାର ଲୋକଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇପାରିବ। ଥଣ୍ଡା, ଜ୍ୱର ଓ କାଶ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ସିଧାସଳଖ ହସ୍ପିଟାଲ୍‌ ନିଆ ନଯାଇ ପ୍ରଥମେ କୋଭିଡ୍‌ କେୟାର ହୋମ୍‌ରେ ରଖାଯିବ। ଟେଷ୍ଟ ରିପୋର୍ଟ ପଜିଟିଭି ଆସିବା ପରେ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରୀତ କରାଯିବ। ଆଜି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ସନ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି-“କୋଭିଡ୍‌ କେୟାର ହୋମ୍‌ର ପରିଚାଳନାକୁ ବିକେନ୍ଦ୍ରୀକରଣ କରିବା ପାଇଁ ସହର ଓ ଗାଁରେ ୱାର୍ଡ଼ ସ୍ତରୀୟ କମିଟି ଗଠନ କରାଯିବ। ଏହି କୋଭିଡ୍‌ ପରିଚାଳନା କମିଟିରେ ୱାର୍ଡସ୍ତରୀୟ ଲୋକ ପ୍ରତିନିଧିଙ୍କ ସମେତ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ଏଏନ୍‌ଏମ୍‌ ଓ ଏସ୍‌ଏଚ୍‌ଜିର ମାଆମାନେ ସଦସ୍ୟ ରହିବେ। ଏହି କମିଟିକୁ ମହାମାରୀ ରୋଗ ନିୟନ୍ତ୍ରଣ ଆଇନ୍‌ ଅନୁଯାୟୀ ସ୍ୱତନ୍ତ୍ର କ୍ଷମତା ଦିଆଯିବ। ବର୍ତ୍ତମାନର ଗାଁ କଲ୍ୟାଣ ସମିତି ଏହି କୋଭିଡ୍‌ ପରିଚାଳନା କମିଟିର ଦାୟିତ୍ୱ ନିର୍ବାହ କରିବେ। ପ୍ରତି କମିଟିକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାର କ୍ଷମତା ଦିଆଯିବ। କୋଭିଡ୍‌ କେୟାର ହୋମ୍‌ ଓ ଟିଏମ୍‌ସିର ଦାୟିତ୍ୱ ପୂର୍ବଭଳି ସରପଞ୍ଚଙ୍କ ଉପରେ ନ୍ୟସ୍ତ ରହିବ। ଏଥିପାଇଁ ତାଙ୍କୁ ଆର୍ଥିକ ଓ ପ୍ରଶାସନିକ କ୍ଷମତା ମିଳିବ।”

ନବୀନ କହିଛନ୍ତି-“ସହରାଞ୍ଚଳରେ ୱାର୍ଡ କମିଟି ଗୁଡ଼ିକ ୱାର୍ଡ ଅଫିସରଙ୍କ ଦ୍ୱାରା ପରିଚାଳିତ ହେବ। ଏଥିରେ ସ୍ଥାନୀୟ ଲୋକ ଓ ସ୍ୱେଚ୍ଛାସେବକମାନେ ସଦସ୍ୟ ରହିବେ। ସେମାନେ ଘରକୁ ଘର ବୁଲି ଜନସାଧାରଣଠାରୁ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀୟ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ସହରାଞ୍ଚଳର ବସ୍ତି ଉପରେ କମିଟି ଅଧିକ ଫୋକସ୍‌ ଦେବା ସହିତ ବଡ଼ ବଡ଼ ବସ୍ତି ଗୁଡ଼ିକରେ କୋଭିଡ୍‌ କେୟାର ହୋମ୍‌ ମଧ୍ୟ ସ୍ଥାପନ କରାଯିବ।”

ସେ କହିଛନ୍ତି-“ଗତ ୩ ମାସରୁ ଅଧିକ ସମୟ ଧରି କରୋନା ଜବନ ଜୀବିକାକୁ ଗଭୀର ଭାବେ ପ୍ରଭାବିତ କରିଛି। ସବୁ ବର୍ଗ ଓ ସବୁ କ୍ଷେତ୍ର ଏହା ଦ୍ୱାରା ପ୍ରଭାବିତ ହୋଇଛି। ଯେହେତୁ ଏ ରୋଗର ଚିକିତ୍ସା ପାଇଁ ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତ୍ତି ବାହାରି ନାହିଁ, ତେଣୁ ସତର୍କତା ହିଁ ଆମ ପାଇଁ ଶ୍ରେଷ୍ଠ ଉପାୟ। ସାମାଜିତ ଦୂରତ୍ୱ, ମାସ୍କ ବ୍ୟବହାର ଓ ସାବୁନ୍‌ରେ ବାରମ୍ୱାର ହାତ ଧୋଇବା ଦ୍ୱାରା ହିଁ ଏ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ।”

ସେ ଆହୁରି କହିଛନ୍ତି-“ଓଡ଼ିଶା ବାହାରେ ରହୁଥିବା ପ୍ରାୟ ୫ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଶା ଫେରିଛନ୍ତି। ସେମାନଙ୍କ ପାଇଁ ପ୍ରତି ପଞ୍ଚାୟତରେ ଟିଏମ୍‌ସି କରିଛୁ। ସେଠାରେ ସେମାନଙ୍କର ଉପଯୁକ୍ତ ଯତ୍ନ ନିଆଯିବା ସହିତ ପ୍ରୋତ୍ସାହନର ବ୍ୟବସ୍ଥା ମଧ୍ୟ କରାଯାଇଛି। ଟିଏମ୍‌ସିର ପରିଚାଳନାରେ ଆମର ସରପଞ୍ଚମାନଙ୍କର ସହଯୋଗ ଓ ଦାୟିତ୍ୱବୋଧ ପ୍ରଶଂସନୀୟ। ସେମାନଙ୍କର ପରିଶ୍ରମ ଓ ତ୍ୟାଗ ରୋଗକୁ ନିୟନ୍ତ୍ରଣ କରିବାରେ ବଡ଼ ଭୂମିକା ନେଇଛି। ସେମାନଙ୍କୁ ମୋର ଧନ୍ୟବାଦ।”

ନବୀନ ଆହୁରି କହିଛନ୍ତି-“ମୁଁ ବାରମ୍ୱାର କହିଆସିଛି ଯେ ଜୁନ ମାସ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଲକ୍‌ଡାଉନ୍‌ ଧୀରେ ଧୀରେ ଖୋଲୁଛି। ଧୀରେ ଧୀରେ ଗମନା ଗମନ ବଢ଼ୁଛି। ଲୋକଙ୍କ ଯିବାଆସିବା ଆଗକୁ ବଢ଼ିବ। ଜୀବନ ସହିତ ଜୀବିକା ଉପରେ ମଧ୍ୟ ଆମକୁ ଆମ ରଣକୌଶଳ ବଦଳାଇବାକୁ ପଡ଼ିବ। ଗୋଷ୍ଠୀ ସଚେତନତା ସହିତ ପରିଚାଳନାର ବିକେନ୍ଦ୍ରିକରଣ ବର୍ତ୍ତମାନ ଖୁବ୍‌ ଜରୁରୀ ହୋଇପଡ଼ିଲାଣି। ତେଣୁ କେତେକ କ୍ଲଷ୍ଟରରେ ଟିଏମ୍‌ସି ଖୋଲା ରଖାଯାଇଛି। ଯଦି କେହି ପ୍ରବାସୀ ଆସନ୍ତି, ତେବେ ସେମାନଙ୍କୁ ସେଠାରେ ରଖାଯିବ। କରୋନା ସହିତ ଆମର ଯୁଦ୍ଧ ଏକ ଲମ୍ୱା ଲଢ଼େଇ। ଆମେ ସମସ୍ତେ ସଚେତନ ହେଲେ ହିଁ ଏହାକୁ ଦୂରେଇ ଦେଇପାରିବା।”

ସେ କହିଛନ୍ତି-“କୋଭିଡ୍‌ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଆମେ ଅଭିଯାନ ଆରମ୍ଭ କରିଛୁ। ତା ସହିତ ଘରକୁ ଘର ବୁଲି ସର୍ଭେ କାମ ଆରମ୍ଭ ହୋଇଛି। ଏଥିରେ ଗୁରୁତର ରୋଗୀଙ୍କଠାରୁ ଆରମ୍ଭ କରି ଥଣ୍ଡା, କାଶ ଓ ଜ୍ୱର ଲକ୍ଷଣଯୁକ୍ତ ରୋଗୀମାନଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ଆବଶ୍ୟକ ପରାମର୍ଶ ଓ ଚିକିତ୍ସା ଦେବାର ବ୍ୟବସ୍ଥା କରାଯାଇଛି। ବୟସ୍କ ବ୍ୟକ୍ତି ଓ ୧୦ ବର୍ଷରୁ କମ୍‌ ବୟସର ପିଲାମାନଙ୍କ ସ୍ୱତନ୍ତ୍ର ଯତ୍ନ ନେବା ପାଇଁ ସଚେତନ କରାଯାଉଛି। କରୋନା ଲଢ଼େଇରେ ପ୍ରତିଟି ଲୋକ ହେଉଛନ୍ତି ଜଣେ ଜଣେ ଯୋଦ୍ଧା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story