ଓଡ଼ିଶାର ସବୁ ଜିଲ୍ଲାରେ ଭିନ୍ନକ୍ଷମଙ୍କୁ ସହାୟକ ଉପକରଣ ବାଣ୍ଟିବାକୁ ପଦକ୍ଷେପ ନେବେ କେନ୍ଦ୍ର ସରକାର:ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର ସାମାଜିକ ନ୍ୟାୟ ଓ  ସଶକ୍ତିକରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଆଲିମକୋ ଏବଂ ଇଂଜିନିଅର୍ସ ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ଏକ ରାଜିନାମା ହୋଇଛି। ଏହି ରାଜିନାମା ଅନୁଯାୟୀ ଭିନ୍ନକ୍ଷମମାନଙ୍କୁ ସହାୟତା ଉପକରଣ ଯୋଗାଇଦେବା ସକାଶେ ଦେଶର ୪ଟି ସହରରେ ମାଗଣା ଶିବିରମାନ ଆୟୋଜନ କରାଯାଉଛି। ପ୍ରତି ଶିବିରରେ ସହାୟତା ଉପକରଣ ବଂଟନ ପାଇଁ ୨୪ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରାଯିବ। ଭୁବନେଶ୍ୱର, ବଲାଙ୍ଗିର, ପାରାଦ୍ୱୀପ ଏବଂ ଆସାମର ଦିବ୍ରୁଗଡ ଠାରେ ଏହି ୪ଟି […]

dharmendra

dharmendra

Rakesh Mallick
  • Published: Saturday, 20 June 2015
  • Updated: 20 June 2015, 01:29 PM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ର ସାମାଜିକ ନ୍ୟାୟ ଓ  ସଶକ୍ତିକରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଆଲିମକୋ ଏବଂ ଇଂଜିନିଅର୍ସ ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ଏକ ରାଜିନାମା ହୋଇଛି। ଏହି ରାଜିନାମା ଅନୁଯାୟୀ ଭିନ୍ନକ୍ଷମମାନଙ୍କୁ ସହାୟତା ଉପକରଣ ଯୋଗାଇଦେବା ସକାଶେ ଦେଶର ୪ଟି ସହରରେ ମାଗଣା ଶିବିରମାନ ଆୟୋଜନ କରାଯାଉଛି। ପ୍ରତି ଶିବିରରେ ସହାୟତା ଉପକରଣ ବଂଟନ ପାଇଁ ୨୪ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରାଯିବ। ଭୁବନେଶ୍ୱର, ବଲାଙ୍ଗିର, ପାରାଦ୍ୱୀପ ଏବଂ ଆସାମର ଦିବ୍ରୁଗଡ ଠାରେ ଏହି ୪ଟି ଶିବିର ଆୟୋଜନ କରାଯାଉଛି। ପୂର୍ବରୁ ଚିହ୍ନଟ ହୋଇଥିବା ଗରିବ ଓ ଅଭାବଗ୍ରସ୍ତ ପରିବାରର ଭିନ୍ନକ୍ଷମମାନଙ୍କୁ ମାଗଣାରେ ସହାୟତା ଉପକରଣ ଯୋଗାଇ ଦିଆଯାଉଛି। ତେବେ ଆଗାମୀ ଦିନରେ ଓଡ଼ିଶାର ସବୁ ଜିଲ୍ଲାରେ ଭିନ୍ନକ୍ଷମ ମାନଙ୍କୁ ଏଭଳି ସହାୟକ ଉପକରଣ ବାଣ୍ଟିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ଏନେଇ ସେ କେନ୍ଦ୍ର ସାମାଜିକ ନ୍ୟାୟ, ସଶକ୍ତକରଣ ଓ ଭିନ୍ନକ୍ଷମ କଲ୍ୟାଣ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। କେବଳ ସେତିକି ନୁହେଁ ତାଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ରାଷ୍ଟ୍ରାୟତ ସଂସ୍ଥା ମାନଙ୍କୁ ମଧ୍ୟ ଏଥିଲାଗି କାର୍ଯ୍ୟ କରିବାକୁ କୁହାଯିବ।

ଆଜି ଭୁବନେଶ୍ୱରର ମଂଚେଶ୍ୱର ସ୍ଥିତ ଆଲିମ‌କୋ ପରିସରରେ ଭାରତ ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ ମାନଙ୍କୁ ସହାୟତା ଅନୁଦାନ ଓ ଉପକରଣ ବଂଟନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି। ଇଂଜିନିଅର୍ସ ଇଣ୍ଡିଆ ଲିମିଟେଡ୍, ଭାରତୀୟ କୃତ୍ରିମ ଅଙ୍ଗ ପ୍ରତିନିର୍ମାଣ ନିଗମ- ଆଲିମ୍‌‍କୋର ସହଯୋଗରେ ଏହି ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ  ୧୪୫ ଜଣ ଭିନ୍ନକ୍ଷମ ପିଲା, ଛାତ୍ରଛାତ୍ରୀ ଓ ବ୍ୟକ୍ତିଙ୍କୁ ସହାୟତା ଉପକରଣ ବଣ୍ଟନ କରିଥିଲେ।

ସେହିପରି ଇଂଜିନିଅର୍ସ ଇଣ୍ଡିଆ ଲିମିଟେଡ୍ ତାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ତଥା ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ଏବେ ଓଡିଶା, ଆସାମ, ବିହାର, ତାମିଲନାଡୁର ୫୦୯ ଟି ବିଦ୍ୟାଳୟରେ ଶୌଚାଳୟ ନିର୍ମାଣ କରୁଛି। ସେଥିମଧ୍ୟରୁ ଓଡିଶାରେ ୪୯ଟି ନିର୍ମାଣ କରାଯାଉଛି। ଆଜି ଏହି କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବଲାଙ୍ଗିର ଜିଲ୍ଲାର ସ୍ୱଚ୍ଛ ଭାରତ ଅଭିଯାନର ପ୍ରକଳ୍ପ ସଂଯୋଜକଙ୍କୁ ୨୬ଟି ବିଦ୍ୟାଳୟର ଶୌଚାଳୟର ଚାବି ହସ୍ତାନ୍ତର କରିଥିଲେ।

ବିଶିଷ୍ଟ ସମାଜସେବୀ ଡ. ଶ୍ରୃତି ମହାପାତ୍ର, ଇଂଜିନିଅର୍ସ ଇଣ୍ଡିଆ ଲିମିଟେଡ୍ ନିର୍ଦ୍ଦେଶକ ବୀଣା ସ୍ୱରୂପ, ଆଲିମକୋର ଡିଜିଏମ୍ ଏ.କେ.ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos