ଓଡ଼ିଶାରେ ସଂଘଟିତ ହତ୍ୟାକାଣ୍ଡଗୁଡ଼ିକରୁ ଯୌତୁକ ଜନିତ ହତ୍ୟା ଅଧିକ

ଭୁବନେଶ୍ୱର: ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ଯୌତୁକ ପାଇଁ ଯାଉଛି ଏକରୁ ଅଧିକ ଜୀବନ। ଏ ହେଉଛି ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋର ତଥ୍ୟ। ଆଉ ଉଦବେଗର କଥା ହେଉଛି ଓଡ଼ିଶାରେ ଘଟିଥିବା ମୋଟ୍ ହତ୍ୟାକାଣ୍ଡରୁ ଯୌତୁକ ଜନିତ ହତ୍ୟା ସର୍ବାଧିକ। କେତେବେଳେ ସଂପତ୍ତି ବିବାଦ ତ କେତେବେଳେ ସୁପାରି କିଲିଂ ଆଉ କେତେବେଳେ ଯୌତୁକ ପାଇଁ  ହତ୍ୟା। ନଜର ପକାନ୍ତୁ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଉପରେ। ତଥ୍ୟ ଅନୁସାରେ ୨୦୧୪ରେ ଓଡ଼ିଶାରେ […]

dowry

Rakesh Mallick
  • Published: Friday, 21 August 2015
  • , Updated: 21 August 2015, 02:52 PM IST

ଭୁବନେଶ୍ୱର: ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ଯୌତୁକ ପାଇଁ ଯାଉଛି ଏକରୁ ଅଧିକ ଜୀବନ। ଏ ହେଉଛି ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋର ତଥ୍ୟ। ଆଉ ଉଦବେଗର କଥା ହେଉଛି ଓଡ଼ିଶାରେ ଘଟିଥିବା ମୋଟ୍ ହତ୍ୟାକାଣ୍ଡରୁ ଯୌତୁକ ଜନିତ ହତ୍ୟା ସର୍ବାଧିକ।

କେତେବେଳେ ସଂପତ୍ତି ବିବାଦ ତ କେତେବେଳେ ସୁପାରି କିଲିଂ ଆଉ କେତେବେଳେ ଯୌତୁକ ପାଇଁ  ହତ୍ୟା। ନଜର ପକାନ୍ତୁ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଉପରେ। ତଥ୍ୟ ଅନୁସାରେ ୨୦୧୪ରେ ଓଡ଼ିଶାରେ ସମୁଦାୟ ୧୯ ହଜାର ୮୮ଟି ଧର୍ତ୍ତବ୍ୟ ଅପରାଧ ରିପୋର୍ଟ ହୋଇଛି। ସେଥିମଧ୍ୟରୁ ୧୪୫୦ ଟି ହେଉଛି ହତ୍ୟାକାଣ୍ଡ। ତେବେ ବଡ଼କଥା ହେଉଛି ଏଇ ୧୪୫୦ ମଧ୍ୟରୁ ସର୍ବାଧିକ ୪୧୩ ହେଉଛି ଯୌତୁକ ଜନିତ ହତ୍ୟାକାଣ୍ଡ। ଏହା ସମୁଦାୟ ହତ୍ୟା ଘଟଣାର ଶତକଡ଼ା ୨୮ ଭାଗ।

ସେପରି ବ୍ୟକ୍ତିଗତ ଶତ୍ରୁତା କାରଣରୁ ଘଟିଛି ୧୩୨ଟି ହତ୍ୟାକାଣ୍ଡ। ଯାହାକି ସମୁଦାୟ ଅପରାଧର ଶତକଡ଼ା ୯ ଭାଗ। ପ୍ରେମ ବ୍ୟାପାରରୁ ସଂଘଟିତ ହୋଇଛି ୫୧ ହତ୍ୟା।  ୪୩ ଟି ହତ୍ୟାକାଣ୍ଡ ସୁପାରୀ ଦେଇ କରାଯାଇଥିଲା ବେଳେ  ସମ୍ପତ୍ତି ବିବାଦ ଯୋଗୁ ୫୭ଟି ହତ୍ୟା ହୋଇଛି। ସେହିପରି ଗୁଣିଗାରେଡି ଯୋଗୁଁ ହୋଇଛି ୩୨ ହତ୍ୟାକାଣ୍ଡ। ଓଡ଼ିଶାରେ ରାଜନୈତିକ ହତ୍ୟାକାଣ୍ଡର ସଂଖ୍ୟା ଗତବର୍ଷ ଥିଲା ୩। ୭୧୧ ଟି ହତ୍ୟାକାଣ୍ଡ ଅନ୍ୟାନ୍ୟ କାରଣରୁ ହୋଇଛି।

୨୦୧୪ରେ ଓଡ଼ିଶାରେ ବିଭିନ୍ନ ଅପରାଧ ସମ୍ପର୍କରେ  ମୋଟ  ୭୫ ହଜାର ୮୯୯ ଟି ଲିଖିତ ଅଭିଯୋଗ ହୋଇଛି। ବିଭିନ୍ନ  ହତ୍ୟାକାଣ୍ଡ ଘଟଣାରେ ୨୩୦୪ ଜଣ ଗିରଫ ହୋଇଥିଲା ବେଳେ ହତ୍ୟା ଉଦ୍ୟମ ପାଇଁ ୩୮୬୪ ଜଣଙ୍କୁ ଗିରଫ କରାଯାଇଛି।

Related story