ପୁଅଙ୍କ ଜ୍ୱାଳା ସହି ହେଉନି, ମୁଁ ବଞ୍ଚିବାକୁ ଚାହୁଁନି, ମୋତେ ବିଷ ଦିଅ...

ସୋର (ଶଶୀକାନ୍ତ ବେହେରା): “ମୁଁ ବଞ୍ଚିବାକୁ ଚାହୁଁନି। ମୋତେ ପିଷ ଦେଇ ମାରିଦିଅ। ପୁଅମାନଙ୍କ ଜ୍ୱାଳା ଆଉ ସହିପାରୁନି।” ଇଏ ଜଣେ ଥକି ପଡ଼ିଥିବା ମାଆର ବୁକୁ ଫଟା ସ୍ୱର। ଯିଏ ସହିଛି ତିତି ତିନିଟା ଭେଣ୍ଡା ପୁଅର ଅକଥନୀୟ ଅତ୍ୟାଚାର। ତା’ର ଆଉ ପୁତ୍ର ମୋହ ନାହିଁ। ଏବେ ସେ ଜୀବନ ଜଞ୍ଜାଳରୁ ମୁକ୍ତି ଚାହୁଁଛି ସବୁଦିନ ପାଇଁ। ଦିନେ ସେ ନିଜ ଜୀବନକୁ ବାଜି ଲଗାଇ ପିଲାମାନଙ୍କୁ ସମାଜ ଆଗରେ ଛିଡ଼ା କରାଇଥିଲେ। ନିଜେ […]

soro

soro

Manoranjan Sial
  • Published: Friday, 05 June 2020
  • Updated: 05 June 2020, 05:42 PM IST

ସୋର (ଶଶୀକାନ୍ତ ବେହେରା): “ମୁଁ ବଞ୍ଚିବାକୁ ଚାହୁଁନି। ମୋତେ ପିଷ ଦେଇ ମାରିଦିଅ। ପୁଅମାନଙ୍କ ଜ୍ୱାଳା ଆଉ ସହିପାରୁନି।” ଇଏ ଜଣେ ଥକି ପଡ଼ିଥିବା ମାଆର ବୁକୁ ଫଟା ସ୍ୱର। ଯିଏ ସହିଛି ତିତି ତିନିଟା ଭେଣ୍ଡା ପୁଅର ଅକଥନୀୟ ଅତ୍ୟାଚାର। ତା’ର ଆଉ ପୁତ୍ର ମୋହ ନାହିଁ। ଏବେ ସେ ଜୀବନ ଜଞ୍ଜାଳରୁ ମୁକ୍ତି ଚାହୁଁଛି ସବୁଦିନ ପାଇଁ। ଦିନେ ସେ ନିଜ ଜୀବନକୁ ବାଜି ଲଗାଇ ପିଲାମାନଙ୍କୁ ସମାଜ ଆଗରେ ଛିଡ଼ା କରାଇଥିଲେ। ନିଜେ ସ୍ୱପ୍ନ ଦେଖିବା ଭୁଲି ଯାଇ ପିଲାମାନଙ୍କ ଭାଗ୍ୟ ଓ ଭବିଷ୍ୟତ ଗଢ଼ିବାରେ ଲାଗି ପଡ଼ିଥିଲେ। ଭାବିଥିଲେ, ବୃଦ୍ଧାବସ୍ଥାରେ ପିଲାମାନେ ଆଶାବାଡ଼ି ହେବେ। ହେଲେ ତାଙ୍କ ସ୍ୱପ୍ନ, ସ୍ୱପ୍ନରେ ହିଁ ରହିଗଲା। ଯେଉଁମାନଙ୍କ ଭାଗ୍ୟ ଓ ଭବିଷ୍ୟତ ଗଢ଼ିଥିଲେ ସେମାନଙ୍କ ନିର୍ଯାତନା ଅସହ୍ୟ ହେବାରୁ ବିଷ ପିଇଦେଲେ ୮୫ ବର୍ଷୀୟା ମାଆ ରଜନୀ ପାତ୍ର।

ପୂରା ଘଟଣା ଏମିତି। ସୋର ବ୍ଲକ କେଦାରପୁର ପଞ୍ଚାୟତ ସାଣ୍ଟପଡ଼ା ଗାଁର ବାସୁଦେବ ପାତ୍ରଙ୍କ ପତ୍ନୀ ରଜନୀ। ବୟସ ୮୫ ବର୍ଷ ହେବ। ସ୍ୱାମୀଙ୍କ ମୃତ୍ୟୁ ପରେ ପୁଅ ଅଶ୍ୱିନୀ କୁମର ପାତ୍ର, ସୁଧାକର ପାତ୍ର ଓ ସୁରେଶ ପାତ୍ରଙ୍କ ପାଖରେ ରହୁଥିଲେ। ଯେଉଁ ପିଲାଙ୍କ ପାଇଁ ମାଆ ପୂରା ଜୀବନ ଉତ୍ସର୍ଗ କରିଦେଇଥିଲେ, ସେମାନେ ଆଜି ତାଙ୍କୁ ମାଡ଼ ମାରୁଛନ୍ତି। ନାନା କଥା କହି ନିର୍ଯାତନା ଦେଉଛନ୍ତି। ଦୁଇ ଓଳି ଖାଇବାକୁ ଦେଉ ନାହାନ୍ତି।

ଗତ ୪ ଦିନ ତଳେ ରଜନୀଙ୍କୁ ତାଙ୍କ ପୁଅ ସୁରେଶ ଖାଇବାକୁ ଦେଇନଥିଲେ। ଖାଇବାକୁ ମାଗିବାରୁ ମାଡ଼ ମାରିଥିବା ରଜନୀ ଅଭିଯୋଗ କରିଛନ୍ତି। ପୁଅଠାରୁ ମାଡ଼ ଖାଇବା ପରେ ସହିବାର ଧୈର୍ଯ୍ୟ ହରାଇ ବସିଲେ ରଜନୀ। ଶେଷରେ ଆତ୍ମହତ୍ୟା କରିବା ପାଇଁ ବିଷ ପିଇ ଦେଇଥିଲେ। ପଡ଼ୋଶୀଙ୍କଠାରୁ ଖବର ପାଇ ସ୍ଥାନୀୟ ସରପଞ୍ଚ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ମାଆ ମେଡିକାଲ୍‌ ବେଡ୍‌ରେ ଜୀବନ ସହିତ ସଂଘର୍ଷ କରୁଛି। ହେଲେ ୧୦ ମାସ ୧୦ ଦିନ ଗର୍ଭରେ ଧରି ଜନ୍ମ ଦେଇଥିବା ମାଆକୁ ଦେଖିବା ପାଇଁ ପୁଅମାନେ ମେଡିକାଲ୍‌କୁ ଆସିଲେ ନାହିଁ। ଅସହାୟ ହୋଇପଡ଼ିଥିବା ବୃଦ୍ଧା ମାଆଙ୍କୁ ମେଡିକାଲ୍‌ର ନର୍ସମାନେ ସେବା କରୁଛନ୍ତି। ଚିକିତ୍ସା ପରେ ଏବେ ସାମାନ୍ୟ ଆରୋଗ୍ୟ ହୋଇଛନ୍ତି ରଜନୀ। ହେଲେ ତାଙ୍କର ମାନସିକ ସ୍ଥିତି ଭଲ ନାହିଁ। ସେ ବାଉଳି ଚାଉଳି ହେଉଛନ୍ତି। ଆଉ କହୁଛନ୍ତି, ଶାନ୍ତି ପାଇଲିନି। ପୁଅମାନଙ୍କ ନିର୍ଯାତନା ସହି ହେଉନି। ମୁଁ ମରିବାକୁ ଚାହୁଁଛି। ମୋତେ ବିଷ ଦିଅ, ନହେଲେ ବିଷ ଇଞ୍ଜେକ୍‌ସନ୍‌ ଦେଇ ମାରିଦିଅ ବୋଲି ଲୋହ ଭରା ଆଖିରେ କହୁଛନ୍ତି ରଜନୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story