ନିଆଁ ପୁଉଁଥିଲେ ବୃଦ୍ଧା, ହଠାତ୍‌ ଶାଢ଼ୀରେ ଲାଗିଲା ନିଆଁ

ଦେବଗଡ଼(ସିଦ୍ଧାର୍ଥ ଗୁରୁ):  ନିଆଁ ପୁଇଁବା ବେଳେ ଶାଢିରେ ନିଆଁ ଲାଗି ଜଳିଗଲେ ବୃଦ୍ଧା । ଏପରି ଦୁଃଖଦ ଘଟଣା  ଦେବଗଡ ଜିଲ୍ଲା କଂସର ପୋଲିସ ଫାଣ୍ଡି ଅନ୍ତର୍ଗତ ଲଇଣ୍ଡା ଗ୍ରାମରେ ଘଟିଛି। ମୃତା ବୃଦ୍ଧାଜଣକ ହେଲେ ୬୦ ବର୍ଷୀୟା ରଇବାରୀ କୁଅଁର ।

ଶୀତରୁ ରକ୍ଷା ପାଇବା ପାଇଁ ପରିବାର ଲୋକଙ୍କ ସହ ମିଶି ରଇବାରୀ ରାତି ପ୍ରାୟ ୪ଟା ସମୟରେ ନିଆଁ ପୁଉଁଥିଲେ। ମାତ୍ର ଏହି ସମୟରେ  ଅସାବଧାନତା ହେତୁ ତାଙ୍କ ଶାଢୀରେ ହଠାତ ନିଆଁ ଲାଗି ଯାଇଥିଲା । ଫଳରେ ରଇବାରୀ  ନିଆଁରେ ପୋଡି ଗୁରୁତର ହୋଇ ପଡିଥିଲେ ।

ପରିବାର ଲୋକ ତାଙ୍କୁ ଉଦ୍ଧାର କରି ତିଲେଇବଣି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି  କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ପୋଲିସ ଏକ ଅପମୃତ୍ୟୁ  ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୃଦ୍ଧାଙ୍କ ଶବ ରଖାଯାଇଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।