ଖୋଲିଲା ହୀରାକୁଦ ଡ୍ୟାମ୍‌ର ଗୋଟିଏ ଗେଟ୍‌

ସମ୍ୱଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷାହେବାରୁ ମହାନଦୀରେ ଜଳପତ୍ତନ ବୃଦ୍ଧି  ପାଇଛି। ଏଥିପାଇଁ ହୀରାକୁଦ ଡ୍ୟାମ୍‌ର ଗେଟ୍‌ ଖୋଲଯିବ ବୋଲି ଘୋଷଣା କରାଯାଇଥିଲା।  ଗତକାଲି ବିଳମ୍ବିତ ରାତିରେ ହୀରାକୁଦର ଗୋଟିଏ ଗେଟ୍‌ ଖୋଲଯାଇଛି। ରାତି ୨ଟା ୨୦ ମିନିଟ୍‌ରେ ଗୋଟିଏ ଗେଟ୍‌ ଖୋଲଯାଇଥିଲା।  ହୀରାକୁଦରେ ଜଳପତ୍ତନ ଏବେ ୬୨୯.୭୯ଫୁଟ ରହିଛି।