ଘାଟିରେ ୨୦ ଫୁଟ୍‌ ତଳକୁ ଖସିପଡ଼ିଲା ମିନିବସ୍‌, ଜଣେ ମୃତ

ମୋହନା(ମିହିର ଜତି): ଜ୍ୱାଇଁ ଦେଖି ଫେରୁଥିବା ବେଳେ ଘାଟିରେ ଖସି ପଡ଼ିଲା ମିନିବସ୍‌। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ସନ୍ଧ୍ୟାବେଳେ ଏହିଁ ଦୁର୍ଘଟଣା ଗଞ୍ଜାମ ଜିଲ୍ଲାର ତପ୍ତପାଣି ଘାଟିରେ ଘଟିଛି। ସୂଚନା ଅନୁଯାୟୀ, ଦିଗପହଣ୍ଡି ଦ୍ୱାର ଗାଁରୁ ଏକ ମିନି ବସ୍‌ରେ ଜ୍ୱାଇଁଙ୍କୁ ଦେଖିବା ପାଇଁ କନ୍ୟାପକ୍ଷ ଚାନ୍ଦିପୁଟ୍ ଯାଇଥିଲେ। ସେମାନେ ଫେରୁଥିବା ବେଳେ ବସ୍‌ଟି ଭାରସାମ୍ୟ ହରାଇ ତପ୍ତପାଣି ଘାଟିରେ […]

one-killed-and-15-injured-as-a-mini-bus-falls-off-ghat-road-at-taptapani

one-killed-and-15-injured-as-a-mini-bus-falls-off-ghat-road-at-taptapani

Manoranjan Sial
  • Published: Tuesday, 21 May 2019
  • Updated: 21 May 2019, 07:11 PM IST

Sports

Latest News

ମୋହନା(ମିହିର ଜତି): ଜ୍ୱାଇଁ ଦେଖି ଫେରୁଥିବା ବେଳେ ଘାଟିରେ ଖସି ପଡ଼ିଲା ମିନିବସ୍‌। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ସନ୍ଧ୍ୟାବେଳେ ଏହିଁ ଦୁର୍ଘଟଣା ଗଞ୍ଜାମ ଜିଲ୍ଲାର ତପ୍ତପାଣି ଘାଟିରେ ଘଟିଛି।

ସୂଚନା ଅନୁଯାୟୀ, ଦିଗପହଣ୍ଡି ଦ୍ୱାର ଗାଁରୁ ଏକ ମିନି ବସ୍‌ରେ ଜ୍ୱାଇଁଙ୍କୁ ଦେଖିବା ପାଇଁ କନ୍ୟାପକ୍ଷ ଚାନ୍ଦିପୁଟ୍ ଯାଇଥିଲେ। ସେମାନେ ଫେରୁଥିବା ବେଳେ ବସ୍‌ଟି ଭାରସାମ୍ୟ ହରାଇ ତପ୍ତପାଣି ଘାଟିରେ ୨୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା। ଫଳରେ ରଘୁଆ ଗୌଡ଼ ନାମକ ଜଣେ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos